ଦୁଲିପ ଟ୍ରଫି ଲାଗି ୪ଟି ଦଳ

ଅର୍ଗସ ବ୍ୟୁରୋ: ସେପ୍ଟେମ୍ବର ୫ରୁ ଆରମ୍ଭ ହେବ ଦୁଲିପ ଟ୍ରଫି। ୨୦୨୪-୨୦୨୫ର ପ୍ରଥମ ରାଉଣ୍ଡ ପାଇଁ ୪ଟି ଟିମ୍ ଘୋଷଣା କରିଛି ବିସିସିଆଇ । ଶୁଭମନ ଗିଲ, ଅଭିମନ୍ୟୁ ଈଶ୍ୱରନ, ଋତୁରାଜ ଗାଇକୱାଡ ଏବଂ ଶ୍ରେୟସ ଆୟରଙ୍କୁ ଟୁର୍ଣ୍ଣାମେଣ୍ଟର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ଆନ୍ଧ୍ରପ୍ରଦେଶର ଅନନ୍ତପୁର ଏବଂ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ। କିନ୍ତୁ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏବଂ ରୋହିତ ଶର୍ମା ଏହି ଘରୋଇ ଟୁର୍ଣ୍ଣାମେଣ୍ଟରେ ଖେଳିବେ ନାହିଁ
ଟିମ୍ -ଏ: ଶୁଭମନ ଗିଲ (ଅଧିନାୟକ), ମୟଙ୍କ ଅଗ୍ରୱାଲ, ରିଆନ ପରାଗ, ଧ୍ରୁବ ଜୁରେଲ, କେଏଲ୍ ରାହୁଲ, ତିଲକ ବର୍ମା, ଶିବମ ଦୁବେ, ତନୁଷ କୋଟିଆନ୍, କୁଲଦୀପ ଯାଦବ, ଆକାଶ ଦୀପ, ପ୍ରସିଦ୍ଧ କ୍ରିଷ୍ଣା, ଖଲିଲ ଅହମ୍ମଦ, ଆବେଶ ଖାନ୍, ବିଦ୍ବତ କାଭେରାପ୍ପା, କୁମାର କୁଶଗ୍ରା, ଶାଶ୍ୱତ ରାୱତ
ଟିମ୍ ବି: ଅଭିମନ୍ୟୁ ଈଶ୍ୱରନ (ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ସରଫରାଜ ଖାନ୍, ଋଷଭ ପନ୍ତ, ମୁଶିର ଖାନ୍, ନୀତୀଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର, ରବୀନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ୟଶ ଦୟାଲ, ମୁକେଶ କୁମାର, ରାହୁଲ ଚହର, ଆର ସାଇ କିଶୋର, ମୋହିତ ଅବସ୍ଥି, ଏନ୍ ଜଗଦୀସନ
ଟିମ୍ ସି: ଋତୁରାଜ ଗାଇକୱାଡ (ଅଧିନାୟକ), ସାଇ ସୁଧାରସନ, ରଜତ ପଟିଦାର, ଅଭିଷେକ ପୋରେଲ, ସୂର୍ଯ୍ୟକୁମାର ଯାଦବ, ବାବା ଇନ୍ଦ୍ରଜିତ, ହ୍ରିତିକ ଶୋକିନ୍, ମାନବ ସୁଥାର, ଉମରନ ମଲ୍ଲିକ, ବିଶାକ ବିଜୟକୁମାର, ଅଂଶୁଲ ଖମ୍ବୋଜ, ହିମାଂଶୁ ଚୌହାନ, ମୟଙ୍କ ମାର୍କଣ୍ଡେ, ଆର୍ଯ୍ୟନ ଜୁୟାଲ, ସନ୍ଦୀପ ୱାରିୟର
ଟିମ୍ ଡି: ଶ୍ରେୟସ ଆୟର (ଅଧିନାୟକ), ଅଥର୍ବ ତାଇଡେ, ୟଶ ଦୁବେ, ଦେବଦତ୍ତ ପଡିକଲ, ଇଶାନ କିଶନ, ରିକି ଭୂଇ, ସରଂଶ ଜୈନ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ଆଦିତ୍ୟ ଠାକରେ, ହର୍ଷିତ ରାଣା, ତୁଷାର ଦେଶପାଣ୍ଡେ, ଆକାଶ ସେନଗୁପ୍ତା, କେଏସ୍ ଭରତ, ସୌରଭ କୁମାର