Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଛାତ୍ରୀଙ୍କ ଅଭିଯୋଗ, ବିରାଟଙ୍କ ରେଷ୍ଟୁରାଣ୍ଟରେ ମକାର ଦାମ 525 ଟଙ୍କା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଛାତ୍ରୀଙ୍କ ଅଭିଯୋଗ, ବିରାଟଙ୍କ ରେଷ୍ଟୁରାଣ୍ଟରେ ମକାର ଦାମ 525 ଟଙ୍କା

ଅର୍ଗସ ବ୍ୟୁରୋ:  ଟିମ ଇଣ୍ଡିଆର କ୍ରିକେଟର ବିରାଟ କୋହଲି ଖେଳ ମାଧ୍ୟମରେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ଏହାସହ ସେ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ, ନିବେଶ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ମଧ୍ୟ ବହୁତ ଟଙ୍କା ରୋଜଗାର କରନ୍ତି । କେବଳ ଏତିକି ନୁହେଁ, ତାଙ୍କର One8 Commune ନାମକ ଏକ ରେଷ୍ଟୁରାଣ୍ଟ ଚେନ୍ ମଧ୍ୟ ଅଛି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରକୃତରେ, ହାଇଦ୍ରାବାଦରେ ବିରାଟ କୋହଲିଙ୍କ ଏହି ରେଷ୍ଟୁରାଣ୍ଟରେ ଜଣେ ଛାତ୍ରୀ ମକା ଅର୍ଡର କରିଥିଲେ । ଏବଂ ଏଥିପାଇଁ ତାଙ୍କୁ 525 ଟଙ୍କା ଦେବାକୁ ପଡିଲା। ତା’ପରେ ସେ ଏକ୍ସରେ ରେଷ୍ଟୁରାଣ୍ଟର ମହଙ୍ଗା ଖାଦ୍ୟ ଏବଂ ପାନୀୟ ବିଷୟରେ ପୋଷ୍ଟ କରିଥିଲେ ଯାହା ଦ୍ରୁତ ଗତିରେ ଭାଇରାଲ ହେଉଛି ଏବଂ ବ୍ୟବହାରକାରୀମାନେ ଏଥିରେ ସେମାନଙ୍କର ପ୍ରତିକ୍ରିୟା ଦେଉଛନ୍ତି ।


ତେବେ କଣ ଘଟିଥିଲା ଆସନ୍ତୁ ଜାଣିବା ପୂରା ମାମଲା । ସୂଚନାନୁସାରେ, ହାଇଦ୍ରାବାଦରେ ଅବସ୍ଥିତ ବିରାଟ କୋହଲିଙ୍କ ଏହି ରେଷ୍ଟୁରାଣ୍ଟ ବିଷୟରେ, ସ୍ନେହା ନାମକ ଜଣେ ଛାତ୍ରୀ ଏକ ସୋସିଆଲ ମିଡିଆ ପୋଷ୍ଟରେ ଦାବି କରାଯାଇଛି ଯେ ସେ ମକା ଷ୍ଟାର୍ଟର ପାଇଁ 525 ଟଙ୍କା ଦେଇଥିଲେ ।ଛାତ୍ରୀ ଜଣକ ଏହାର ଫଟୋ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ କଟା ମକାକୁ ଏକ ପ୍ଲେଟରେ ରଖାଯାଇଛି ଏବଂ ଏହାକୁ ଧନିଆ ଏବଂ ଲେମ୍ବୁ ସହିତ ସଜାଯାଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଛାତ୍ର ଜଣକ ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟରେ ଏହା ଅର୍ଡର କରିଥିଲେ। ଏହି ଫଟୋ ସହିତ ସେ ଲେଖିଛନ୍ତି, 'ଆଜି ମୁଁ One8 କମ୍ୟୁନରେ ଏଥିପାଇଁ ₹525 ଦେଇଥିଲି।' ଏହି କ୍ୟାପସନ ସହିତ, ଛାତ୍ରୀ ଜଣକ ଏକ କାନ୍ଦିବା ଇମୋଜି ମଧ୍ୟ ସେୟାର କରିଛନ୍ତି। ସାଧାରଣତଃ ଏପରି ଏକ ମକା କବ ସ୍ଥାନୀୟ ବଜାରରେ 20 ରୁ 50 ଟଙ୍କାରେ ଉପଲବ୍ଧ, କିନ୍ତୁ ଛାତ୍ରୀ ଜଣକ ଏଥିପାଇଁ ୧୦ ରୁ ୧୨ ଗୁଣ ଅଧିକ ଦେୟ ଦେଇଥିଲେ। ଯାହା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି ।


ଅଧିକ ପଢ଼ନ୍ତୁ ଖେଳ ଖବର:

Sponsored
₹525 for bhutta at Virat Kohli’s restaurant: Netizens defend price after woman complains, ‘You paid for vibes’ | Argus News