Videos
|
Sports

୬୦ ଦିନର କଠିନ ପରିଶ୍ରମ ଆଣିଲା ବଡ଼ ପରିବର୍ତ୍ତନ

Ritu Das
Browse all articles by Ritu Das
·1 year ago·2 min read
୬୦ ଦିନର କଠିନ ପରିଶ୍ରମ ଆଣିଲା ବଡ଼ ପରିବର୍ତ୍ତନ

Key Points

୧୭ କେଜି ଓଜନ କମାଇଲେ ଭାରତୀୟ କ୍ରିକେଟର

ଦିନେ ମୋଟାପଣ ପାଇଁ ଅପଦସ୍ତ ହୋଇଥିଲେ

ଭଲ ଖେଳୁଥିଲେ ବି ଇଂଲଣ୍ଡ ଗସ୍ତର ସୁଯୋଗ ପାଇ ନ ଥିଲେ

କଥାରେ ଅଛି ଯଦି ତୁମେ ତୁମର ଲକ୍ଷ୍ୟରେ ସ୍ପଷ୍ଟ ଆଉ ଜିଦ୍‌ରେ ଅଟଳ ଅଛ ତେବେ ତୁମ ପାଇଁ ଯେତେ ବାଧାବିଘ୍ନ ଆସିଲେ ବି ତୁମେ ସଫଳତା ହାସଲ କରିବ। ତୁମ କଠିନ ଅଧ୍ୟବସାୟ ନିଶ୍ଚିତ ଜିତିବ। ଭାରତୀୟ କ୍ରିକେଟର ସର୍ଫରାଜ ଖାନ ହେଉଛନ୍ତି ଜଣେ ଭଲ ବୋଲର। କିନ୍ତୁ ଅଧିକ ଓଜନ ହୋଇଥିବା ଯୋଗୁ ତାଙ୍କୁ ଇଣ୍ଡିଆ-ଇଂଲଣ୍ଡ ଟେଷ୍ଟ ସିରିଜରେ ସୁଯୋଗ ମିଳି ନ ଥିଲା। ଏହି ଚୟନ ପ୍ରକ୍ରିୟା ତାଙ୍କୁ ଆଘାତ ଦେଇଥିଲା। ଆଉ ସର୍ଫରାଜ ସେହିଦିନ ଠୁ ହିଁ ନିଜର ଓଜନ କମାଇବାକୁ ଶପଥ ନେଇଥିଲେ। ଆଉ ଠିକ ୨ମାସରେ ପୁରା ୧୭ କେଜି ଓଜନ କମାଇ ସ୍ଲିମ୍ ଟ୍ରିମ୍ ହୋଇଯାଇଛନ୍ତି।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେଥିପାଇଁ ତାଙ୍କୁ କରିବାକୁ ପଡ଼ିଥିଲା କଠିନ exercise. ଆଉ ଖାଇବା ପିଇବାରେ ମଧ୍ୟ ତାଙ୍କୁ ବହୁତ ଷ୍ଟ୍ରିକ୍ଟ ହେବାକୁ ପଡ଼ିଥିଲା। ୨ମାସ ହେଲା ସର୍ଫରାଜ ଚିନି ଏବଂ ମିଠାଜାତୀୟ ଖାଦ୍ୟକୁ ହାତ ମାରି ନାହାନ୍ତି। ତାଙ୍କର ଏହି ପରିବର୍ତ୍ତନ କେବଳ କ୍ରିକେଟ୍‌ପ୍ରେମୀ ନୁହନ୍ତି, ସାଥୀ ଖେଳାଳିଙ୍କୁ ମଧ୍ୟ ପ୍ରେରଣା ଦେଇଛି।


ଘରୋଇ କ୍ରିକେଟ୍‌ରେ ଚମତ୍କାର ପ୍ରଦର୍ଶନ କରିଆସୁଥିବା ସର୍ଫରାଜଙ୍କୁ ଇଂଲଣ୍ଡ ଗସ୍ତ ଲାଗି ବିଚାରକୁ ନିଆଯାଇ ନଥିଲା। ଏହି ନିଷ୍ପତ୍ତି ପଛରେ ତାଙ୍କ ମୋଟାପଣ ପ୍ରମୁଖ କାରଣ ଥିଲା ବୋଲି ଅନୁମାନ କରାଯାଉଛି। ଏଣୁ ସର୍ଫରାଜ ଏବେ ନିଜ ଖେଳ ସହ ଫିଟନେସ୍ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ନିୟମିତ ବ୍ୟାୟାମ କରିବା ସହ ଖାଦ୍ୟପେୟରେ ନିୟନ୍ତ୍ରଣ ଆଣି ଦୁଇ ମାସ ଭିତରେ ମୋଟାରୁ ପତଳା ହୋଇଯାଇଛନ୍ତି। ତାଙ୍କ ନୂଆ ରୂପ ପଦାକୁ ଆସିବା ପରେ ଫ୍ୟାନ୍ସମାନେ ମୁମ୍ବାଇ କ୍ରିକେଟର୍ ପୃଥ୍ବୀ ସ’ଙ୍କୁ ଏଥିରୁ କିଛି ଶିକ୍ଷା ଲାଭ କରିବାକୁ ଆହ୍ବାନ କରିଛନ୍ତି। ଏକଦା ଭାରତୀୟ କ୍ରିକେଟ୍‌ର ଭବିଷ୍ୟତ ଭାବେ ପରିଗଣିତ ‌ହେଉଥିବା ସ' ନିଜ ଖରାପ ବ୍ୟବହାର ଏବଂ ପୁଥୁଳକାୟ ଶରୀର ପାଇଁ ବହୁବର୍ଷ ହେବ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳି ନାହାନ୍ତି। ଏପରିକି ମୁମ୍ବାଇ ରଣଜୀ ଦଳରେ ମଧ୍ୟ ତାଙ୍କୁ ସ୍ଥାନ ମିଳି ନ ଥିଲା।

60-days-of-hard-work-brought-about-a-big-change | Argus News