Cricketer Death / BCCI ଅଣ୍ଡର-୧୯ ଟିମ୍ରେ ମିଳିଥିଲା ସ୍ଥାନ… ୧୭ ବର୍ଷୀୟା କ୍ରିକେଟରଙ୍କ ମୃ*ତ୍ୟୁରେ ଚାଞ୍ଚଲ୍ୟ!
·26 mins ago·2 min read

Key Points
ସକାଳୁ ସକାଳୁ କ୍ରିକେଟ ଜଗତରୁ ଆସିଲା ଦୁଃଖଦ ଖବର
ତେଲେଙ୍ଗାନାରୁ ଆଜି ଏକ ବଡ଼ ଘଟଣା ସାମ୍ନାକୁ ଆସିଛି

ସକାଳୁ ସକାଳୁ କ୍ରିକେଟ ଜଗତରୁ ଆସିଲା ଦୁଃଖଦ ଖବର। ତେଲେଙ୍ଗାନାରୁ ଆଜି ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ରାଜ୍ୟର ଜଣେ ୧୭ ବର୍ଷୀୟା ମହିଳା କ୍ରିକେଟର ଆତ୍ମହତ୍ୟା କରିଛନ୍ତି। ମୃତ ଖେଳାଳିଙ୍କ ପରିଚୟ ନନ୍ଦିନୀ ବୋଲି ଜଣାପଡ଼ିଛି। ତେଲଙ୍ଗାନାର ବିକାରାବାଦସ୍ଥିତ ମଧୁ କଲୋନୀରେ ଏହି ଘଟଣା ଘଟିଥିବା କୁହାଯାଉଛି। କିଛି ଦିନ ପୂର୍ବରୁ ନନ୍ଦିନୀଙ୍କୁ BCCI ପକ୍ଷରୁ ଅଣ୍ଡର-୧୯ ଦଳରେ ମନୋନୀତ କରାଯାଇଥିଲା। ତାଙ୍କ ମୃତ୍ୟୁ ଖବରରେ ପୂରା ପରିବାର ଗଭୀର ଶୋକରେ ବୁଡ଼ି ରହିଛି।
ନନ୍ଦିନୀ ବିକାରାବାଦ ଜିଲାର ସାଙ୍ଗୟାପଲ୍ଲୀ ଗାଁର ବାସିନ୍ଦା ଥିଲେ। ସେ ବିକାରାବାଦରେ ନିଜ ଜେଜେମା’ଙ୍କ ଘରେ ରହି ପାଠପଢ଼ା ସହିତ କ୍ରିକେଟର ପ୍ରଶିକ୍ଷଣ ନେଉଥିଲେ। ଅଣ୍ଡର-୧୯ ଦଳରେ ମନୋନୀତ ହେବା ପରେ ନିଜ ଜିଲ୍ଲା ପାଇଁ ସେ ଗୌରବ ଆଣିଥିଲେ। ଏହାସହ ତାଙ୍କର ଏକ ଉଜ୍ଜ୍ୱଳ କ୍ରିକେଟ କ୍ୟାରିୟର ଗଢ଼ିଉଠିବା ନେଇ ଆଶା ସୃଷ୍ଟି ହୋଇଥିଲା। ହେଲେ ଏହି ଅପ୍ରତ୍ୟାଶିତ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ନନ୍ଦିନୀଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ, ଅନିଲ ଏବଂ କୃଷ୍ଣ ନାମକ ଦୁଇଜଣ ଯୁବକ ନିୟମିତ ଭାବେ ନନ୍ଦିନୀଙ୍କୁ ହଇରାଣ କରୁଥିଲେ। ସେମାନଙ୍କ ନିର୍ଯାତନା ଯୋଗୁ ନନ୍ଦିନୀ ଏଭଳି ଚରମ ନିଷ୍ପତ୍ତି ନେଇଥିବା ପରିବାର ଅଭିଯୋଗ କରିଛି।
ରିପୋର୍ଟ ଅନୁଯାୟୀ, ଅନିଲ ଗତ କିଛି ଦିନ ଧରି ପ୍ରେମ ନାଁରେ ନନ୍ଦିନୀଙ୍କ ପିଛା କରିବା ସହ ତାଙ୍କୁ ହଇରାଣ କରୁଥିଲା। ଏହି କାର୍ଯ୍ୟରେ କୃଷ୍ଣ ତାକୁ ସହଯୋଗ କରୁଥିଲେ। ସକାଳ ପ୍ରାୟ ୯ଟାରେ ପୋଲିସ ନନ୍ଦିନୀଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ପାଇଥିଲା। ବିକାରାବାଦର ସର୍କଲ ଇନ୍ସପେକ୍ଟର ରଘୁଙ୍କ କହିବା ଅନୁଯାୟୀ, ଘଟଣା ସମ୍ପର୍କରେ ସକାଳେ ସୂଚନା ମିଳିବା ପରେ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ, ନନ୍ଦିନୀ ଘରର ଛାତରେ ଲାଗିଥିବା ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିଲେ।
ପୋଲିସ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ପୀଡ଼ିତାଙ୍କ ପରିବାର ଦୁଇଜଣ ଯୁବକଙ୍କ ବିରୋଧରେ ହଇରାଣ କରିବାର ଅଭିଯୋଗ ଆଣିଛନ୍ତି। ଘଟଣାର ଅଧିକ ତଦନ୍ତ ପାଇଁ ପୋଲିସ ନନ୍ଦିନୀଙ୍କ ମୋବାଇଲ ଫୋନ ଜବତ କରିବା ସହ ଫରେନସିକ ଯାଞ୍ଚ ପାଇଁ ପଠାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories