Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଏକାଠି ବସି ଫାଷ୍ଟଫୁଡ ଖାଇଲେ ବିଲଗେଟ୍ସ ,ସଚିନ

Sports

ଏକାଠି ବସି ଫାଷ୍ଟଫୁଡ ଖାଇଲେ ବିଲଗେଟ୍ସ ,ସଚିନ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଏକାଠି ବସି ଫାଷ୍ଟଫୁଡ ଖାଇଲେ ବିଲଗେଟ୍ସ ,ସଚିନ

ଏକାଠି ବସି ଫାଷ୍ଟଫୁଡ ଖାଇଲେ ବିଲଗେଟ୍ସ ଏବଂ ସଚିନ ତେନ୍ଦୁଲକର । ମାଇକ୍ରୋସଫ୍ଟ କୋ ଫାଉଣ୍ଡର ବିଲ ଗେଟ୍ସ ଏବଂ କ୍ରିକେଟ ଲିଜେଣ୍ଡ ସଚିନ ତେନ୍ଦୁଲକରଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓକୁ ପ୍ରଥମେ ବିଲ୍ ଗଟ୍ସ ନିଜେ ସୋସିଆଲ ମିଡିଆରେ ଶେୟାର କରିଥିଲେ । ଯେଉଁଥିରେ ସେ ଲେଖିଛନ୍ତି, "କାର୍ଯ୍ୟକୁ ଯିବା ପୂର୍ବରୁ ଜଳଖିଆ ବ୍ରେକ" ।

ଏହି ଭିଡିଓରେ ସଚିନ ଏବଂ ବିଲ ଗେଟ୍ସ ବଡାପାଓ ଖାଉଥିବା ନଜର ଆସିଥିଲେ । ଭିଡିଓରେ " ସର୍ଭିଙ୍ଗ ସୁନ୍' ବୋଲି ଲେଖା ହୋଇଥିଲା । ତେବେ ବିଲ ଗେଟ୍ସ ଭାରତ ଭ୍ରମଣ କରିବା ପରେ ନିଜ ବ୍ଲଗରେ ଲେଖିଥିଲେ , " ମୁଁ କିଛି ନୂଆ ଉପାୟ ସହ ଆସିଛି । କାରଣ ଭାରତରେ ଖୁବ ସ୍ମାର୍ଟ ଏବଂ ମହତ୍ବକାଂକ୍ଷୀ ଲୋକ ଥାଆନ୍ତି । ଯେଉଁମାନେ ବିଶ୍ବର କଠିନ ସମସ୍ୟାର ସମାଧାନ କରିଥାନ୍ତି ।

ତେବେ ତେନ୍ଦୁଲକରଙ୍କ ସହ ତାଙ୍କର କିଛି ସ୍ପେଶାଲ ପ୍ଲାନ ଥିବା ଭିଡିଓରୁ ଜଣାପଡିଛି । ତେନ୍ଦୁଲକରଙ୍କୁ କ୍ରିକେଟର ଭଗବାନ ବୋଲି କୁହାଯାଏ । ସେ ଏବେଯାଏଁ ମଧ୍ୟ ଦିନିକିଆ ମ୍ୟାଚରେ ସର୍ବାଧିକ ରନ କରିବାର ରେକର୍ଡ ବଜାୟ ରଖିଛନ୍ତି । ୧୦୦ଟି ଅନ୍ତର୍ଜାତୀୟ ଶତକ ହାସଲ କରିବାରେ ମଧ୍ୟ ତାଙ୍କର ସଫଳତା ଅଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bill Gates, Sachin Tendulkar sit together and eat fast food | Argus News