Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

IPL / କେଉଁ ଟିମକୁ ଯିବେ କେଉଁ ଖେଳାଳି: ନିଲାମି ଉପରେ ରହିଛି କ୍ରିକେଟ ପ୍ରେମୀଙ୍କ ନଜର

Rashmita Mishra
Browse all articles by Rashmita Mishra
·7 months ago·3 min read
କେଉଁ ଟିମକୁ ଯିବେ କେଉଁ ଖେଳାଳି: ନିଲାମି ଉପରେ ରହିଛି କ୍ରିକେଟ ପ୍ରେମୀଙ୍କ ନଜର
IPL

Key Points

ଆଜିଠୁ ଆରମ୍ଭ ହେବ ଇଣ୍ଡିଆନ ପ୍ରିମିୟର ଲିଗର ଖେଳାଳି ଅକ୍ସନ୍ ।
ଆବୁଧାବିରେ ହେବ ୩୫୦ ଖେଳାଳିଙ୍କ ନିଲାମି । 
କେଉଁ ଟିମକୁ ଯିବେ କେଉଁ ପ୍ଲେୟର୍ । 

ଆଜିଠୁ ଆରମ୍ଭ ହେଉଛି ଇଣ୍ଡିଆନ ପ୍ରିମିୟର ଲିଗର ଖେଳାଳିଙ୍କ ନିଲାମି । ଆବୁଧାବିରେ ହେବ ୩୫୦ ଖେଳାଳିଙ୍କ ଅକ୍ସନ୍ । କେଉଁ ଟିମକୁ ଯିବେ କେଉଁ ପ୍ଲେୟାର୍ । ଅକ୍ସନ ଉପରେ ରହିଛି ପୁରା ବିଶ୍ୱର କ୍ରିକେଟ ପ୍ରେମୀଙ୍କ ନଜର । ଅକ୍ସନରେ ଫୋକସରେ ରହିବେ କେଉଁ ଖେଳାଳି ।

ଏଥର ଆଇପିଏଲ ଅକ୍ସନରେ ଫୋକସରେ ଅଛନ୍ତି, ଅଷ୍ଟ୍ରେଲିଆର କ୍ୟାମେରନ ଗ୍ରୀନ୍, ଜସ୍ ଇଂଲିସ, ଷ୍ଟିଭ୍ ସ୍ମିଥ୍ । ଶ୍ରୀଲଙ୍କାର ପଥୁମ ନିସଙ୍କା, ମଥିଶା ପଥିରାଣା, ଦକ୍ଷିଣଆଫ୍ରିକାର ଡେଭିଡ୍ ମିଲର, କ୍ବିଣ୍ଟନ ଡିକକ୍ । ଭାରତର ଖେଳାଳିଙ୍କ ମଧ୍ୟରେ ଅଛନ୍ତି ଭେଙ୍କଟେସ ଅୟର, ରବି ବିଷ୍ଣୋଇ, ରାହୁଲ ତ୍ରିପାଠୀ, ସର୍ଫରାଜ ଖାନ, ପୃଥ୍ବୀ ସ, ଅଭିନବ ମନୋହର ।

ଅଷ୍ଟ୍ରେଲିଆର ଖେଳାଳି କ୍ୟାମେରନ ଗ୍ରୀନ୍, ୨୦୨୩ରେ ୧୭.୫ କୋଟିରେ ବିକ୍ରି ହୋଇଥିଲେ । KKR ଓ CSK ନଜରରେ ରହିବେ । ନିଜର ଅଲରାଉଣ୍ଡ ଦକ୍ଷତା ତାଙ୍କୁ ୨୦୨୬ରେ ହେଡଲାଇନରେ ରଖିପାରେ ।

ଜସ୍ ଇଂଲିସ, ଅଷ୍ଟ୍ରେଲିଆ-କଙ୍ଗାରୁ ଟିମର ଓ୍ଵିକେଟକିପର ବ୍ୟାଟର୍ । ଓ୍ଵିକେଟକିପର ଖୋଜୁଥିବା KKR ପାଇଁ ବଡ଼ ନାଁ । ମିଡିଲ ଅର୍ଡରରେ ଉଭୟ ପେସ ଓ ସ୍ପିନ ଖେଳିବାରେ ମାହିର । ବିଭିନ୍ନ ରୋଲରେ ଫିଟ୍ ହେଉଥିବାରୁ ଅକ୍ସନରେ ସମସ୍ତଙ୍କ ନଜର ରହିବ ।

ଅଷ୍ଟ୍ରେଲିଆର ଖେଳାଳି ଷ୍ଟିଭ୍ ସ୍ମିଥ୍ ୨୦୨୧ପରେ IPL ଖେଳିନାହାନ୍ତି । ଏବେ ରି ଏଣ୍ଟ୍ରୀ ଗ୍ରାଣ୍ଡ ବି ହେଇପାରେ । କାରଣ ମାତ୍ର ୨ କୋଟିର ବେସ୍ ପ୍ରାଇସ ତାଙ୍କୁ କମ୍ ଖର୍ଚ୍ଚରେ ବଡ଼ ଲାଭ ଦେବା ଖେଳାଳି କରିପାରେ ।

କ୍ଵିଣ୍ଟନ ଡିକକ୍, ଦକ୍ଷିଣଆଫ୍ରିକା-ପୂର୍ବରୁ ୬ଟି ଦଳ ପାଇଁ ୧୧୫ ଆଇପିଏଲ ମ୍ୟାଚ୍ ଖେଳିସାରିଛନ୍ତି । ଏବେ ଦିନିକିଆରେ ଶତକ ମାରି ଫର୍ମରେ ଥିବାର ସୂଚନା ଦେଇଛନ୍ତି । ଅନେକ ଫ୍ରାନଚାଇଜିଙ୍କ ପାଇଁ ସେ ନିଶ୍ଚିତ ନଜରରେ ରହିବେ ।

ଡେଭିଡ୍ ମିଲର, ଦକ୍ଷିଣଆଫ୍ରିକା-ଆଇପିଏଲରେ ଆଉ ଜଣେ ଜଣାଶୁଣା ନାଁ । ଫିନିସର ଭାବରେ ଅନେକ ମ୍ୟାଚ୍ ଜିତାଇଛନ୍ତି । ଆଫ୍ରିକାର ଏହି ବ୍ୟାଟର ଉପରେ ଅନେକ ଟିମର ନଜର ରହିବ ।

ଭେଙ୍କଟେସ ଅୟର, ଭାରତ-୨୦୨୫ରେ ୨୩ କୋଟି ୭୫ ଲକ୍ଷରେ କିଣିଥିଲା କେକେଆର । କିନ୍ତୁ ଏବେ ୨ କୋଟିର ବେସ୍ ପ୍ରାଇସ୍ । ପୂର୍ବରୁ ଜଲଓ୍ଵା ଦେଖାଇଥିବା ଭେଙ୍କଟେସଙ୍କ ଉପରେ ଭରସା ଦେଖାଇପାରନ୍ତି ଅନ୍ୟ ଫ୍ରାନ୍ଚାଇଜି ।

ଅଭିନବ ମନୋହର, ଭାରତ-୩୦ ଲକ୍ଷର ବେସ୍ ପ୍ରାଇସ୍ । ୨୦୨୫ରେ ହାଇଦ୍ରାବାଦ ପାଇଁ ଖେଳିଥିଲେ । ଫିନିସର ଭାବରେ ନାଁ କମାଇଥିବା ମନୋହର ଏକ ଲୋୟର ଅର୍ଡରରେ ଭଲ ବିକଳ୍ପ ହୋଇପାରନ୍ତି ।

ରବି ବିଷ୍ଣ୍ଣୋଇ-ଭାରତ- ଏବେ ବି ଅନେକଙ୍କ ପାଇଁ ମିଷ୍ଟ୍ରୀ ସ୍ପିନର । ତେବେ ତାଙ୍କୁ ଲକ୍ଷ୍ମୌ ଟିମ୍ ଛାଡ଼ିଦେବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ହୁଏତ ଏହା ଅନ୍ୟ ଦଳ ପାଇଁ ସୁଯୋଗ ହୋଇପାରେ ।

ଚେନ୍ନାଇ ସୁପରକିଙ୍ଗସ୍ ପାଖରେ ଅଛି -୧୨୫ କୋଟିରୁ ୪୩ କୋଟି ୪୦ ଲକ୍ଷ । ଖେଳାଳି ନେଇପାରିବେ-୯ ଜଣ (୪ ବିଦେଶୀ)
ଦିଲ୍ଲୀ କ୍ୟାପିଟାଲ୍ସ ପାଖରେ ଅଛି -୧୨୫ କୋଟିରୁ ୨୧ କୋଟି ୮୦ ଲକ୍ଷ । ଖେଳାଳି ନେଇପାରିବେ-୮ ଜଣ (୫ ବିଦେଶୀ) 
ଗୁଜରାଟ୍ ଟାଇଟନ୍ସ ପାଖରେ ଅଛି -୧୨୫ କୋଟିରୁ ୧୨ କୋଟି ୯୦ ଲକ୍ଷ । ଖେଳାଳି ନେଇପାରିବେ-୫ ଜଣ (୪ ବିଦେଶୀ)
କୋଲକତା ନାଇଟ୍ ରାଇଡର୍ସ ପାଖରେ ଅଛି -୧୨୫ କୋଟିରୁ ୬୪ କୋଟି ୩୦ ଲକ୍ଷ । ଖେଳାଳି ନେଇପାରିବେ-୧୩ ଜଣ (୬ ବିଦେଶୀ)
ଲକ୍ଷ୍ମୌ ସୁପରଜିଆଣ୍ଟସ୍ ପାଖରେ ଅଛି -୧୨୫ କୋଟିରୁ ୨୨ କୋଟି ୯୫ଲକ୍ଷ । ଖେଳାଳି ନେଇପାରିବେ-୬ (୪ ବିଦେଶୀ)
ମୁମ୍ବାଇ ଇଣ୍ଡିଆନ୍ସ ପାଖରେ ଅଛି -୧୨୫ କୋଟିରୁ ୨ କୋଟି ୭୫ ଲକ୍ଷ । ଖେଳାଳି ନେଇପାରିବେ-୫ (୧ବିଦେଶୀ)
ପଂଜାବ କିଙ୍ଗସ୍ ପାଖରେ ଅଛି -୧୨୫ କୋଟିରୁ ୧୧ କୋଟି ୫୦ ଲକ୍ଷ । ଖେଳାଳି ନେଇପାରିବେ-୪ (୨ ବିଦେଶୀ)
ରାଜସ୍ଥାନ ରୟାଲ୍ସ ପାଖରେ ଅଛି, ୧୨୫ କୋଟିରୁ ୧୬ କୋଟି ୫ ଲକ୍ଷ । ଖେଳାଳି ନେଇପାରିବେ-୯ (୧ ବିଦେଶୀ)
ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗୁଲୁରୁ ପାଖରେ ଅଛି -୧୨୫ କୋଟିରୁ ୧୬ କୋଟି ୪୦ଲକ୍ଷ । ଖେଳାଳି ନେଇପାରିବେ-୮ (୨ ବିଦେଶୀ)
ସନରାଇଜର୍ସ ହାଇଦ୍ରାବାଦ୍ ପାଖରେ ଅଛି ୧୨୫ କୋଟିରୁ ୨୫ କୋଟି ୫୦ ଲକ୍ଷ । ଖେଳାଳି ନେଇପାରିବେ-୧୦ (୨ ବିଦେଶୀ)

ଡିସେମ୍ବର ୧୬ ତାରିଖ ମଙ୍ଗଳବାର ଆବୁଧାବିରେ ହେବ ଆଇପିଏଲ ଅକ୍ସନ । ବିଭିନ୍ନ ଦେଶରୁ ୩୫୦ ଜଣ ଖେଳାଳିଙ୍କ ହେବ ନିଲାମି । ୭୭ଟି ସ୍ଲଟରେ ଏହି ଖେଳାଳିଙ୍କ ନିଲାମି ହେବ ।

ଅଧିକ ପଢ଼ନ୍ତୁ ଖେଳ ଖବର...
 


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
IPL | Which Player Will Go to Which Team? Cricket Fans Watch the Auction Closely | Argus News