India vs New Zealand 2nd T20 / ନ୍ୟୁଜିଲାଣ୍ଡ- ଭାରତ ମଧ୍ୟରେ ଆଜି ଦ୍ବିତୀୟ ଟି-୨୦…ପ୍ଲେଇଂ ଏକାଦଶକୁ ଫେରିପାରନ୍ତି ବୈଭବ ସୂର୍ଯ୍ୟବଂଶୀ
·1 hour ago·2 min read

Key Points
ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଆଜି ଖେଳାଯିବ ଦ୍ୱିତୀୟ ଟି-ଟ୍ୱେଣ୍ଟିର ହାଇଭୋଲଟେଜ ମ୍ୟାଚ
ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଆଜି ଖେଳାଯିବ ଦ୍ୱିତୀୟ ଟି-ଟ୍ୱେଣ୍ଟିର ହାଇଭୋଲଟେଜ ମ୍ୟାଚ। ପ୍ରଥମ ମ୍ୟାଚ ଜିତିବା ପରେ ଭାରତର ମନୋବଳ ଶିଖର ଛୁଇଁଛି । ନ୍ୟୁଜିଲାଣ୍ଡ ମାଟିରେ ବିଜୟ ଜାରି ରଖି ଯଥା ସମ୍ଭବ ସହଳ ସିରିଜ କବ୍ଜା କରିବାକୁ ଦଳ ପ୍ରୟାସ କରିବ । ନ୍ୟୁଜିଲାଣ୍ଡ ମଧ୍ୟ ପ୍ରତ୍ୟାବର୍ତ୍ତନ ପାଇଁ ତତ୍ପର । ଫଳରେ ଆଜି ଏକ ବଡ଼ ମୁକାବିଲା ଦେଖିବାକୁ ମିଳିବ । ପ୍ରଥମ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୨୫ ରନ ସଂଗ୍ରହ କରିବା ପରେ ମଧ୍ୟ ପରାଜିତ ହୋଇଥିଲା । ଭାରତର ମଧ୍ୟ କ୍ରମ ଓ ନିମ୍ନ ଭାଗ ବ୍ୟାଟରମାନେ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତଥାପି ବୋଲିଂ ବିଭାଗର ବିଫଳତା ଭାରତ ପାଇଁ ଚିନ୍ତାର କାରଣ ହେବା ସ୍ୱାଭାବିକ ।
ଅଭିଜ୍ଞ ଭୁବନେଶ୍ୱର କୁମାର ପ୍ରତ୍ୟାବର୍ତ୍ତନ କରିଥିଲେ ହେଁ ତାଙ୍କ ବୋଲିଂ ପ୍ରଭାବଶୂନ୍ୟ ରହିଥିଲା । ଭାରତ ଦୁଇ ଜଣ ଦକ୍ଷ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଓ କୁଲଦୀପ ଯାଦବଙ୍କୁ ପ୍ରଥମ ମ୍ୟାଚରେ ଖେଳାଇ ନଥିଲା । ଅବଶ୍ୟ ନମନ ଧିରଙ୍କୁ ପ୍ରାଥମିକତା ମିଳିଥିଲା ଓ ସେ ମ୍ୟାଚ ଜିତାଇଥିଲେ । ତଥାପି ଭାରତର ଏହି ରଣନୀତି ଭାରି ପଡ଼ିବା ଏକ ପ୍ରକାର ନିଶ୍ଚିତ । ଅନ୍ତତଃ ପକ୍ଷେ ଏକାଦଶରେ ବରୁଣ ଓ କୁଲଦୀପଙ୍କ ମଧ୍ୟରୁ ଜଣଙ୍କୁ ସ୍ଥାନ ଦେବା ଜରୁରୀ।
ଆଜି ବୈଭବ ସୂର୍ଯ୍ୟବଂଶୀ ଏକାଦଶକୁ ଫେରିବାର ଯଥେଷ୍ଟ ସମ୍ଭାବନା ରହିଛି । ଇଶାନ କିଷନ ଆହତ ହୋଇ ଗୋଟିଏ ମ୍ୟାଚରୁ ବାଦ ପଡ଼ିଛନ୍ତି । ଫଳରେ ତାଙ୍କ ସ୍ଥାନରେ ବୈଭବ ଖେଳିବାକୁ ସୁଯୋଗ ପାଇବେ । ତେବେ ସେ କେଉଁ ସ୍ଥାନରେ ଖେଳିବେ ତାହା ସ୍ପଷ୍ଟ ହୋଇ ନାହିଁ । କାରଣ ଅଭିଷେକ ଶର୍ମା ଓ ସଞ୍ଜୁ ସାମସନ ଓପନିଂ ବିଭାଗ ଦାୟିତ୍ୱରେ ରହିବେ । ଟି-ଟ୍ୱେଣ୍ଟି ଅନ୍ତର୍ଜାତୀୟରେ ଭାରତ ଇତିମଧ୍ୟରେ ୧୯୯ଟି ମ୍ୟାଚ ଜିତି ସାରିଛି । ଆଜି ୨୦୦ତମ ବିଜୟ ପୂରଣ କରିବାର ସୁଯୋଗ ରହିଛି । ଅର୍ଶଦୀପ ସିଂହ ମଧ୍ୟ ଏକ ରେକର୍ଡ ସ୍ଥାପନ କରିବାର ସୁଯୋଗ ରହିଛି । ସେ ଆଉ ୪ଟି ୱିକେଟ୍ ନେଲେ ଟି-ଟ୍ୱେଣ୍ଟିରେ ୧୫୦ ୱିକେଟ୍ ପୂରଣ କରିବେ । ମିଚେଲ ସାଣ୍ଟନର ମଧ୍ୟ ୧୫୦ ୱିକେଟ୍ କ୍ଲବ୍ରେ ସାମିଲ ହେବା ପାଇଁ ଆଉ ୬ଟି ୱିକେଟ୍ ଆବଶ୍ୟକ କରୁଛନ୍ତି ।
ଏଥି ସହ ପଢନ୍ତୁ: ଟିମ୍ ଇଣ୍ଡିଆରୁ ବାଦ୍ ପଡ଼ିଲେ ଭୁବନେଶ୍ୱର କୁମାର ! ଷ୍ଟାର୍ ବୋଲରଙ୍କୁ ମିଳିଲା ସୁଯୋଗ, ବଦଳିଲେ କ୍ୟାପଟେନ୍
ସ୍ଥାନୀୟ ସମୟ ରାତି ୮ଟାରେ ମ୍ୟାଚ ଆରମ୍ଭ ହେବ । ତେଣୁ କାକର ପ୍ରଭାବ ପକାଇବାର ସମ୍ଭାବନା ରହିଛି । ଦ୍ୱିତୀୟ ଭାଗରେ ପିଚ୍ ବ୍ୟାଟିଂ ପାଇଁ ବେଶ୍ ଅନୁକୂଳ ରହୁଥିବା ପ୍ରଥମ ମ୍ୟାଚରୁ ପ୍ରମାଣିତ ହୋଇ ସାରିଛି । ଫଳରେ ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।
ନ୍ୟୁଜିଲାଣ୍ଡ ପ୍ଲେଇଂ ଇଲେଭେନ
ଫିନ ଆଲେନ, ଟିମ ସାଇଫର୍ଟ, ଡେଭନ କନୱେ, ଗ୍ଲେନ ଫିଲିପ୍ସ, ମାଇକେଲ ବ୍ରେସୱେଲ୍, ମିଚେଲ ସାଣ୍ଟନର (ଅଧିନାୟକ), ନାଥାନ ସ୍ମିଥ୍, କେଲି ଜାମିସନ, ମାଟ୍ ହେନରୀ, ଲୋକି ଫର୍ଗୁସନ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭାରତର ପ୍ଲେଇଂ ଇଲେଭେନ: ଅଭିଷେକ ଶର୍ମା, ସଞ୍ଜୁ ସାମସନ, ବୈଭବ ସୂର୍ଯ୍ୟବଂଶୀ, ଶ୍ରେୟାସ ଆୟର (ଅଧିନାୟକ), ତିଳକ ବର୍ମା, ଶିବମ ଦୁବେ, ନୀତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ପ୍ରିନ୍ସ ଯାଦବ/ ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂହ ।
Related Topics
Explore more stories