Videos
|
Sports

ଜିତିଲା ଇଣ୍ଡିଆ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ଜିତିଲା ଇଣ୍ଡିଆ

ସରିଲା ୧୨ ବର୍ଷ ହେଲା ଲାଗି ରହିଥିବା ପ୍ରତୀକ୍ଷା। ଚାମ୍ପିଅନ୍ସ ଟ୍ରଫି ଜିତିଲା ଟିମ୍ ଇଣ୍ଡିଆ। ଭାରତ ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ସାରା ଦେଶରେ ଆରମ୍ଭ ହୋଇଯାଇଛି ସେଲିବ୍ରେସନ। ବିଭିନ୍ନ ମହଲରୁ ଛୁଟୁଛି ଭାରତୀୟ ଦଳକୁ ଶୁଭେଚ୍ଛାର ସୁଅ। ରୋହିତ ଶର୍ମାଙ୍କ ଦମ୍‌ଦାର୍‌ ବ୍ୟାଟିଂ ବଳରେ ଭାରତ ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରିଛି। ନ୍ୟୁଜିଲାଣ୍ଡ ୫୦ ଓଭରରେ ୭ ଉଇକେଟ ହରାଇ ୨୫୧ ରନ କରିଥିଲା। ଜବାବରେ ଭାରତ ୪୯ ଓଭରରେ ୬ ଉଇକେଟ ହରାଇ ୨୫୪ ରନ ସଂଗ୍ରହ କରି ଚାମ୍ପିଅନ୍‌ ହୋଇଛି।


ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡ଼ିୟମରେ ଆୟୋଜିତ ହୋଇଥିବା ଫାଇନାଲ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ନ୍ୟୁଜିଲାଣ୍ଡ ଟିମ୍। ନ୍ୟୁଜିଲାଣ୍ଡର ଦୁଇ ଓପନର ୱିଲ ୟଙ୍ଗ ଏବଂ ରାଚିନ ରବୀନ୍ଦ୍ର ଭଲ ଆରମ୍ଭ କରିଥିଲେବି ବରୁଣ ଚକ୍ରବର୍ତ୍ତୀ ଏବଂ କୁଲଦୀପ ଯାଦବଙ୍କ ଘାତକ ବୋଲିଂର ସାମ୍ନା କରି ନପାରି ୩ ଓଭର ମଧ୍ୟରେ ନ୍ୟୁଜିଲାଣ୍ଡର ୩ ପ୍ରମୁଖ ବ୍ୟାଟର ପାଭିଲିୟନ ଫେରିଥିଲେ। ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୨ଟି ଓ୍ୱିକେଟ୍‌ ପାଇଥିବା ବେଳେ ମହମ୍ମଦ ସାମି ଗୋଟିଏ ଓ୍ୱିକେଟ୍‌ ନେଇଛନ୍ତି । କୁଳଦୀପ ଯାଦବ ୨ଟି ଓ୍ୱିକେଟ୍‌ ହାସଲ କରିଥିବା ବେଳେ ରବିନ୍ଦ୍ର ଜାଡେଜା ଗୋଟିଏ ଓ୍ୱିକେଟ୍‌ ନେଇ ଦଳକୁ ଧରାଶାୟୀ କରିଥିଲେ। ୫୦ ଓଭର ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୭ ଓ୍ୱିକେଟ୍‌ ହରାଇ ୨୫୧ ରନ୍‌ କରିବାରେ ସକ୍ଷମ ହୋଇଥିଲା। ପରେ ୨୫୨ ରନ୍‌ର ବିଜୟ ଲକ୍ଷ ନେଇ ମୈଦାନକୁ ଓହ୍ଲାଇଥିଲା ଭାରତୀୟ ଟିମ୍।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭାରତ ଓ ନ୍ୟୁଜିଲାଣ୍ଡ ୨୦୦୦ ମସିହାରେ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍‌ରେ ପ୍ରଥମ ଥର ପାଇଁ ମୁହାଁମୁହିଁ ହୋଇଥିଲେ । ଏଥର ଦ୍ଵିତୀୟ ଥର ପାଇଁ ଚାମ୍ପିଅନ୍ସ ଟ୍ରଫିରେ ଭାରତ ଓ ନ୍ୟୁଜିଲାଣ୍ଡ ଫାଇନାଲ ଖେଳିଥିଲେ। ଏଥର ଚାମ୍ପିଅନ୍ସ ଟ୍ରଫି ହାତେଇଛି ଟିମ୍ ଇଣ୍ଡିଆ। ଚାମ୍ପିଅନ୍ସ ଟ୍ରଫିରେ ଏକମାତ୍ର ଦଳ ଭାବେ ପୂରା ପ୍ରତିଯୋଗିତାରେ ଅପରାଜେୟ ରହିଥିବା ଟିମ୍ ଇଣ୍ଡିଆ ସୁପର୍‌ସଣ୍ଡେରେ ସୁପର୍‌ ବିଜୟ ହାସଲ କରି ୧୨ବର୍ଷ ପରେ ପୁନର୍ବାର ଚାମ୍ପିଅନ୍ସ ଟ୍ରଫି ହାତେଇଛି।


ଯାହାକୁ ନେଇ ସାରା ଦେଶରେ କ୍ରିକେଟ ପ୍ରେମୀଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। ଏହା ପୂର୍ବରୁ ଭାରତ ୨୦୦୨ ଓ ୨୦୧୩ରେ ଚାମ୍ପିଅନ୍‌ ହୋଇଥିଲା । ବିଶ୍ୱରେ ପ୍ରଥମ ଦେଶ ଭାବେ ଭାରତ ତୃତୀୟ ଥର ପାଇଁ ଚାମ୍ପିଅନ୍ସ ଟ୍ରଫି ନିଜ ନାଁରେ କରିଛି ।

India won the Champions Trophy. | Argus News