Videos
|
Sports

ପ୍ୟାରିସ ଅଲମ୍ପିକ୍ସ:ମନୁଙ୍କ ଠାରୁ ସ୍ୱର୍ଣ୍ଣ ଆଶା

Sangram Tripathy
Browse all articles by Sangram Tripathy
·2 years ago·1 min read
ପ୍ୟାରିସ ଅଲମ୍ପିକ୍ସ:ମନୁଙ୍କ ଠାରୁ ସ୍ୱର୍ଣ୍ଣ ଆଶା

ଅର୍ଗସ ବ୍ୟୁରୋ:ପ୍ୟାରିସ ଅଲମ୍ପିକ୍ସରେ ମନୁଙ୍କ ଠାରୁ ସ୍ୱର୍ଣ୍ଣ ଆଶା ରଖିଛନ୍ତି ଦେଶବାସୀ। ୨୫ ମିଟର ପିସ୍ତଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ସୁଟର ମନୁ ଭାକର। ହ୍ୟାଟ୍ରିକ୍‌ ପଦକ ଦୌଡ଼ରେ ରହିଛନ୍ତି ମନୁ। ୧୦ ମିଟର ଏୟାର ପିସ୍ତଲ ମହିଳା ଫାଇନାଲରେ ମନୁ ଭାକର ଚମତ୍କାର ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ଜିତିଥିଲେ । ପରେ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ସରବଜୋତ ସିଂହ  ଏବଂ ମନୁ ଭାକର ଭାରତକୁ ଦ୍ବିତୀୟ ବ୍ରୋଞ୍ଜ ପଦକ ଭେଟିଦେଇଥିଲେ।

୨ଟି  ମେଡାଲ ହାତେଇ ଦେଶ ପାଇଁ ଗୌରବ ଆଣିଥିଲେ ମନୁ ଭାକର। ପ୍ରଥମ ମହିଳା କ୍ରୀଡ଼ାବିତ ଭାବେ ଗୋଟିଏ ଅଲିମ୍ପିକ୍ସରେ ଜିତିଛନ୍ତି ଦୁଇଟି ପଦକ। ୨୫ ମିଟର ସ୍ପୋର୍ଟସ ପିସ୍ତଲ ଇଭେଣ୍ଟର ଫାଇନାଲରେ ପହଞ୍ଚିବା ପରେ ଏବେ ତୃତୀୟ ପଦକ ଆଶା ବଢିଯାଇଛି । ଭାରତ ସୁଟିଂରେ ଏଯାଏ ୩ଟି ବ୍ରୋଞ୍ଜ ପଦକ ଜିତିଛି ।ମନୁଙ୍କ ଠାରୁ ସ୍ୱର୍ଣ୍ଣ ଆଶା ରହିଛି
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Paris Olympics: Gold hopes from Manu | Argus News