Vaibhav Ban / ୧୪ ବର୍ଷୀୟ ବୈଭବ ଆଉ ଖେଳିପାରିବେ ନାହିଁ U19 ବିଶ୍ବକପ୍
·7 months ago·2 min read

Key Points
ଭାରତକୁ ଅଣ୍ଡର-19 ୱର୍ଲ୍ଡ କପ୍ 2026 ରେ ଚ୍ୟାମ୍ପିଅନ୍ କରାଇବାରେ ଐତିହାସିକ ଭୂମିକା ନିଭାଇଥିବା 14 ବର୍ଷର ବୈଭବ ସୂର୍ଯ୍ୟବଂଶୀ ଆଗାମୀ U19 ୱାର୍ଲ୍ଡ କପ୍ରେ ଆଉ ଖେଳିପାରିବେ ନାହିଁ।
ଭାରତକୁ ଅଣ୍ଡର-19 ୱର୍ଲ୍ଡ କପ୍ 2026 ରେ ଚ୍ୟାମ୍ପିଅନ୍ କରାଇବାରେ ଐତିହାସିକ ଭୂମିକା ନିଭାଇଥିବା 14 ବର୍ଷର ବୈଭବ ସୂର୍ଯ୍ୟବଂଶୀ ଆଗାମୀ U19 ୱାର୍ଲ୍ଡ କପ୍ରେ ଆଉ ଖେଳିପାରିବେ ନାହିଁ। ଏହାର କାରଣ ହେଉଛି BCCI ର ଏକ ଶକ୍ତ ନିୟମ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟରେ ପକାଇଦେଇଛି।
ଫାଇନାଲ୍ରେ ଐତିହାସିକ ବିଜୟ, ଦୁଇଟି ବଡ଼ ଆୱାର୍ଡ
U19 ୱର୍ଲ୍ଡ କପ୍ 2026 ର ଫାଇନାଲ୍ ମ୍ୟାଚ୍ରେ ବୈଭବ ସୂର୍ଯ୍ୟବଂଶୀ 80 ବଲ୍ରେ 175 ରନ୍ କରି ଭାରତକୁ ଷଷ୍ଠ ଥର ପାଇଁ ଆୱାର୍ଡ ନିଜ ନାମରେ କରିଛି । ସେ ଫାଇନାଲ୍ରେ ଶତକ କରିଥିବା ଭାରତର ତୃତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଏହି ଅଦ୍ଭୁତ ପ୍ରଦର୍ଶନ ପାଇଁ ସେ ‘ପ୍ଲେୟର୍ ଅଫ୍ ଦ ମ୍ୟାଚ୍’ ଓ ‘ପ୍ଲେୟର୍ ଅଫ୍ ଦ ଟୁର୍ଣ୍ଣାମେଣ୍ଟ’ – ଏହି ଦୁଇଟି ଅୱାର୍ଡ ଏକାଠି ଜିତିଥିବା ପ୍ରଥମ ଖେଳାଳି ଭାବେ ଇତିହାସ ରଚିଛନ୍ତି।
କାହିଁକି ଆଉ ଖେଳିପାରିବେ ନାହିଁ ବୈଭବ?
ବୈଭବ ସୂର୍ଯ୍ୟବଂଶୀଙ୍କ ଜନ୍ମ ୨୭ ମାର୍ଚ୍ଚ, ୨୦୧୧ରେ ହୋଇଥିଲା, ଅର୍ଥାତ୍ ୨୦୨୬ ବିଶ୍ୱକପ ସମୟରେ ସେ ମାତ୍ର ୧୪ ବର୍ଷ ବୟସର ଥିଲେ। ତାଙ୍କ ବୟସ ଯୋଗୁ ସେ ୨୦୩୦ ବିଶ୍ୱକପ ପର୍ଯ୍ୟନ୍ତ ଯୋଗ୍ୟ ରହିପାରିଥାନ୍ତେ। କିନ୍ତୁ ବିସିସିଆଇର କଠୋର ନିୟମ ଯୋଗୁ, ସେ ଆଉ ଟୁର୍ନାମେଣ୍ଟରେ ଖେଳିପାରିବେ ନାହିଁ। ଏହି ନିୟମ ୨୦୧୬ରେ BCCI ଦ୍ୱାରା ଲାଗୁ କରାଯାଇଥିଲା। BCCI କାର୍ଯ୍ୟ କମିଟି ନିଷ୍ପତ୍ତି ନେଇଥିଲା ଯେ, ଭାରତ ପାଇଁ ଥରେ ୧୯ ବର୍ଷରୁ କମ ବିଶ୍ୱକପ ଖେଳିଥିବା ଖେଳାଳିମାନେ ବୟସ ମାନଦଣ୍ଡ ପୂରଣ କଲେ ମଧ୍ୟ ଅନ୍ୟ ସଂସ୍କରଣରେ ଅଂଶଗ୍ରହଣ କରିପାରିବେ ନାହିଁ। ଏହା ବ୍ୟତୀତ, U19 ସିଷ୍ଟମରେ ପ୍ରବେଶ କରୁଥିବା ଖେଳାଳିମାନେ ସର୍ବାଧିକ ଦୁଇଟି ସିଜିନ ପାଇଁ U19 କ୍ରିକେଟ ଖେଳିପାରିବେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ନିୟମ ମୁଖ୍ୟତଃ ଓଭରଏଜ୍ ଓ ଏଜ୍ ଫ୍ରଡ୍ ସମସ୍ୟାକୁ ଦୂର କରିବା ପାଇଁ ଆଣାଯାଇଥିଲା। ପୂର୍ବତନ ଭାରତୀୟ କ୍ୟାପ୍ଟେନ୍ ରାହୁଲ୍ ଦ୍ରାବିଡ଼ ମଧ୍ୟ 2015 ମସିହାରେ ଏଜ୍ ଫ୍ରଡ୍କୁ ଭାରତୀୟ କ୍ରିକେଟ୍ର ଏକ ବଡ଼ ସମସ୍ୟା ଭାବେ ଉଠାଇଥିଲେ। ଏହି ନିୟମ ପୂର୍ବରୁ ରବିନ୍ଦ୍ର ଜାଡେଜା, ବିଜୟ ଜୋଲ୍, ଅୱେଶ୍ ଖାନ୍, ସରଫରାଜ୍ ଖାନ୍ ଓ ରିକି ଭୁଇ ଭଳି ଖେଳାଳି ଦୁଇଥର U19 ୱର୍ଲ୍ଡ କପ୍ ଖେଳିଥିଲେ।
ବୈଭବ ସୂର୍ଯ୍ୟବଂଶୀ ଏବେ ସିନିୟର ଟିମ ପାଇଁ ଧ୍ୟାନ ଦେବେ। ଯଦିଓ ସେ IPL, ଘରୋଇ କ୍ରିକେଟ ଏବଂ ଭାରତ ଏରେ ଚମତ୍କାର ପ୍ରଦର୍ଶନ କରିସାରିଛନ୍ତି, ସେ ୧୫ ବର୍ଷ ବୟସ ପରେ ସିନିୟର ଭାରତୀୟ ଦଳର ଅଂଶ ମଧ୍ୟ ହୋଇପାରିବେ। ଏହା ଉଲ୍ଲେଖନୀୟ ଯେ, ICC ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟ ପାଇଁ ଏକ ସର୍ବନିମ୍ନ ବୟସ ନୀତି ସ୍ଥାପନ କରିଥିଲା। ଏହି ନୀତି ଅନୁସାରେ, ଅନ୍ତର୍ଜାତୀୟ କ୍ରିକେଟରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ଯେକୌଣସି ଖେଳାଳିଙ୍କ ବୟସ ଅତି କମରେ ୧୫ ବର୍ଷ ହେବା ଆବଶ୍ୟକ। ଫଳସ୍ବରୂପ ବୈଭବ ଚଳିତ ବର୍ଷ ମାର୍ଚ୍ଚ ୨୭ରେ ୧୫ ବର୍ଷ ବୟସରେ ପହଞ୍ଚିବେ।

Related Topics
Explore more stories