Videos
|
Sports

କେଉଁ ୨ଟି ଟିମ୍ ଖେଳିବେ WTC Final, ବଡ଼ କଥା କହିଦେଲେ କାର୍ତ୍ତିକ!

Sangram Tripathy
Browse all articles by Sangram Tripathy
·2 years ago·1 min read
କେଉଁ ୨ଟି ଟିମ୍ ଖେଳିବେ WTC Final, ବଡ଼ କଥା କହିଦେଲେ କାର୍ତ୍ତିକ!

ଅର୍ଗସ ବ୍ୟୁରୋ:୨୦୨୫ ଇଂଲଣ୍ଡର ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ  ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ୍ ଖେଳାଯିବ ବୋଲି ସୂଚନା ଦେଇଛି ଆଇସିସି । ଜୁନ୍ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଖେଲାଯିବାକୁ ଥିବା ଏହି ଐତିହାସକ ମ୍ୟାଚରେ କେଉଁ ଦୁଇ ଦଳ ଫାଇନାଲକୁ ପ୍ରବେଶ କରିବେ ଏନେଇ ଭବିଷ୍ୟବାଣୀ କରିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଷ୍ଟାର କ୍ରିକେଟର ଦିନେଶ କାର୍ତ୍ତିକ,ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଆରମ୍ଭରୁ ଫାଇନାଲରେ ସ୍ଥାନ ହାସଲ କରିବାରେ ସଫଳ ହୋଇଛି ଟିମ ଇଣ୍ଡିଆ । ଟିମ ଇଣ୍ଡିଆ ବ୍ୟତୀତ ଚମ୍ପିଆନ୍ ଟିମ୍ ଅଷ୍ଟ୍ରେଲିଆ ମଧ୍ୟ ଏହି ମ୍ୟାଚ୍ ପାଇଁ ଏଣ୍ଟ୍ରି କରିପାରେ । ବର୍ତ୍ତମାନ ଏହି ଟେଷ୍ଟ ରାଙ୍କିଙ୍ଗ ତାଲିକାରେ ଭାରତ ଏବଂ ଅଷ୍ଟ୍ରେଲିଆ ଶୀର୍ଷ ୨ଟି ସ୍ଥାନରେ ରହିଛନ୍ତି । 


୨ଟି ଇଭେଣ୍ଟର ଫାଇନାଲରେ ଲଗାତାର ଭାରତ ଏଣ୍ଟ୍ରି କରିପାରିଛି । ତେବେ ଉଭୟ ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆକୁ କଡ଼ା ଟକ୍କର ଦେଇଥିଲା ଟିମ୍ ଇଣ୍ଡିଆ। ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲରେ ମଧ୍ୟ ରୋହିତ ସେନା ନିଜ ସ୍ଥାନ କବଜା କରିପାରିବ । ୨୦୨୫ରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚରେ ଭାରତ ଓଭାଲ ପରାଜୟର ପ୍ରତିଶୋଧ ନେଇପାରିବ ବୋଲି କହିଛନ୍ତି ଦିନେଶ କାର୍ତ୍ତିକ । ଟିମ୍ ଇଣ୍ଡିଆର ମୁଖ୍ୟକୋଚ୍ ଗୌତମ ଗମ୍ଭୀର ରହିଥିବାବେଳେ ଅଧିନାୟକ ରୋହିତଙ୍କ ନେତୃତ୍ବରେ ଭାରତ ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଜିତିବ ବୋଲି ଆଶା ରଖିଛନ୍ତି କ୍ରିକେଟ୍ ପ୍ରେମୀ। 


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: