Videos
|
Sports

ପ୍ୟାରିସ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିବା ପରେ ସ୍ୱପ୍ନିଲଙ୍କ ପାଇଁ ବଡ଼ ଘୋଷଣା

Sangram Tripathy
Browse all articles by Sangram Tripathy
·2 years ago·1 min read
ପ୍ୟାରିସ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିବା ପରେ ସ୍ୱପ୍ନିଲଙ୍କ ପାଇଁ ବଡ଼ ଘୋଷଣା

ଅର୍ଗସ ବ୍ୟୁରୋ:ପ୍ୟାରିସ ଅଲମ୍ପିକ୍ସରେ ଦେଶକୁ ତୃତୀୟ ପଦକ ଭେଟିଛନ୍ତି ସୁଟର ସ୍ୱପ୍ନିଲ କୁଶାଲେ। ୫୦ ମିଟର ରାଇଫଲ ଥ୍ରୀ-ପୋଜିସନ ଫାଇନାଲରେ ବ୍ରୋଞ୍ଜ ଜିତି ରଚିଛନ୍ତି ଇତିହାସ । ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ସ୍ୱପ୍ନିଲଙ୍କୁ ଛୁଟୁଛି ପୁରସ୍କାରର ସୁଅ । ସ୍ୱପ୍ନିଲଙ୍କ ପାଇଁ ରେଳବାଇ ଓ ମହାରାଷ୍ଟ୍ର ସରକାରଙ୍କ ତରଫରୁ ଦୁଇଟି ବଡ଼ ଘୋଷଣା କରାଯାଇଛି । ସ୍ୱପ୍ନିଲଙ୍କୁ ୧ କୋଟି ଟଙ୍କା ପ୍ରଦାନ କରିବାକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଘୋଷଣା କରିଥିବାବେଳେ ,ଭାରତୀୟ ରେଳବାଇରେ ଟିକେଟ କଲେକ୍ଟର ଭାବେ କାର୍ଯ୍ୟରତ ସ୍ୱପ୍ନିଲଙ୍କ  ହେବ ପ୍ରମୋସନ । ସ୍ୱପ୍ନିଲଙ୍କୁ ଓଏସଡି ପଦକୁ ରେଲୱେ ପକ୍ଷରୁ ପ୍ରମୋସନ ଦିଆଯାଇଥିବା ନେଇ ରେଳ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଅଲିମ୍ପିକ୍ସର ଷଷ୍ଠ ଦିବସରେ ପୁରୁଷ ୫୦ ମିଟର ରାଇଫଲ ୩ ପୋଜିସନ୍ସ ଫାଇନାଲରେ ସ୍ୱପ୍ନିଲ କୁସାଲେ ବ୍ରୋଞ୍ଜ ପଦକ ଜିତିଥିଲେ । ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମନୁ ଭାକର ବ୍ରୋଞ୍ଜ ଜିତିଥିବା ବେଳେ ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ମନୁ ଭାକର-ସରବଜୋତ ସିଂହ ବ୍ରୋଞ୍ଜ ମେଡାଲ ଜିତିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
A big announcement for Sdramil after winning the bronze medal at the Paris Olympics | Argus News