ଛତିଶଗଡ଼ ଯୁବକଙ୍କୁ ହଠାତ ଆସିଲା କିଙ୍ଗ କୋହଲିଙ୍କ ଫୋନ...ଆଉ ତା'ପରେ ହେଲା ଏମିତି

Key Points
ରଜତ ପଟିଦାରଙ୍କ ସହିତ ଏକ ଅଜବ ଘଟଣା ଘଟିଛି
ଛତିଶଗଡ଼ ଯୁବକଙ୍କୁ ଆସିଲା ବିରାଟ କୋହଲିଙ୍କ ଫୋନ
ଠିକ ୧୦ ମିନିଟ୍ ଭିତରେ ସ୍ଥାନୀୟ ପୋଲିସ ମନୀଷଙ୍କ ଘରେ ପହଞ୍ଚିଲା
ଭାରତୀୟ କ୍ରିକେଟର ତଥା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) କ୍ୟାପଟେନ ରଜତ ପଟିଦାରଙ୍କ ସହିତ ଏକ ଅଜବ ଘଟଣା ଘଟିଛି। ରଜତଙ୍କ ପୁରୁଣା ମୋବାଇଲ୍ ନମ୍ବରକୁ ନେଇ ଆସିଛି ଏହି ଖବର। ଶେଷରେ ପୋଲିସକୁ ଏହି ମାମଲାରେ ଏଣ୍ଟ୍ରି କରିବାକୁ ପଡିଛି । ରଜତ ପଟିଦାରଙ୍କ ପୁରୁଣା ମୋବାଇଲ୍ ନମ୍ବର ୯୦ ଦିନରୁ ଅଧିକ ସମୟ ପାଇଁ ବ୍ୟବହାର ହୋଇ ନ ଥିଲା, ଯାହା ପରେ ଟେଲିକମ୍ କମ୍ପାନୀ ଏହାକୁ ବନ୍ଦ କରିଦେଇଥିଲା। ଏହା ପରେ, କମ୍ପାନୀ ଏକ ନୂତନ ଗ୍ରାହକ ପାଇବା ପରେ ପୁଣି ସେହି ନମ୍ବର Activate ହୋଇଯାଇଥିଲା। ଏହି ନମ୍ବରକୁ ଛତିଶଗଡର ଗରିଆବନ୍ଦ ଜିଲ୍ଲାର ମନୀଷ ନାମକ ଜଣେ ଯୁବକ ରିଲାଏନ୍ସ ଜିଓ ସିମରେ activate କରିଥିଲେ। ଏହିଠାରୁ ଆରମ୍ଭ ହୋଇଥିଲା ନୂତନ କାହାଣୀ । ମନୀଷଙ୍କ ବାପା, ଗରିଆବନ୍ଦ ଜିଲ୍ଲାର ବାସିନ୍ଦା, ପେଶାରେ ସେ ଜଣେ ଚାଷୀ। ସିମ୍ activate ହେବା ମାତ୍ରେ ମନୀଷଙ୍କ ପାଖକୁ ଭାରତୀୟ ଟିମ କ୍ରିକେଟରଙ୍କ କଲ୍ ଆସିବା ଆରମ୍ଭ ହେଲା।
ସିମ୍ active ହେବା ମାତ୍ରେ ମନୀଷ ଏବଂ ତାଙ୍କ ବନ୍ଧୁ ଖେମରାଜ ଦେଖିଲେ ଯେ ରଜତଙ୍କ ଫଟୋ ହ୍ୱାଟ୍ସଆପ୍ ପ୍ରୋଫାଇଲରେ ଅଛି। ସେମାନେ ଭାବିଥିଲେ ଯେ କେହି ତାଙ୍କ ସହ ମଜା କରୁଛି, ହେଲେ ଏହାର କିଛି ସମୟ ପରେ ତାଙ୍କୁ ବିରାଟ କୋହଲି ଏବଂ ଏବି ଡିଭିଲିୟର୍ସ ଭଳି ବଡ଼ କ୍ରିକେଟରଙ୍କ ଫୋନ୍ ଆସିବା ଆରମ୍ଭ ହେଲା, ଯେଉଁମାନେ ପ୍ରକୃତରେ ପାଟିଦାରଙ୍କ ସହ କଥା ହେବାକୁ ଚାହୁଁଥିଲେ। ଆରମ୍ଭରେ ଉଭୟ ବନ୍ଧୁ ଏହାକୁ ମଜାଦାର ମନେ କରୁଥିଲେ। କିନ୍ତୁ ପରେ ମାମଲାଟି ଅଧିକ ଗମ୍ଭୀର ହୋଇଗଲା। ଗୋଟିଏ ଦିନ ରଜତ ପାଟିଦାର ନିଜେ ମନୀଷଙ୍କୁ ଫୋନ୍ କରି କହିଲେ ଯେ ଏହି ନମ୍ବର ତାଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ କାରଣ ତାଙ୍କ କୋଚ, ସାଥୀ ଖେଳାଳି ଏବଂ ବ୍ୟକ୍ତିଗତ ସମ୍ପର୍କ ଏହା ସହିତ ଜଡିତ। କିନ୍ତୁ ମନୀଷ ଏବଂ ଖେମରାଜ ବିଶ୍ୱାସ କଲେ ନାହିଁ ଏବଂ ମଜାରେ ଉତ୍ତର ଦେଲେ ଯେ ଆମେ ଏମ୍ଏସ୍ ଧୋନି! ଏହାପରେ, ପଟିଦାର ହସି ହସି କହିଲେ ଯେ ଠିକ୍ ଅଛି, ମୁଁ ପୋଲିସ ପଠାଉଛି।
📱 Get Argus News App
✨ଏହାର ଠିକ ୧୦ ମିନିଟ୍ ଭିତରେ ସ୍ଥାନୀୟ ପୋଲିସ ମନୀଷଙ୍କ ଘରେ ପହଞ୍ଚିଲା। ପରିସ୍ଥିତିର ଗମ୍ଭୀରତାକୁ ବୁଝି ମନୀଷ ଏବଂ ଖେମରାଜ ସିମ୍ କାର୍ଡ ଫେରାଇ ଦେଲେ। ପରେ ମନୀଷ ଏହାକୁ ତାଙ୍କ ଜୀବନର ସବୁଠୁ ସୁନ୍ଦର ମୁହୂର୍ତ୍ତ ବୋଲି କହିଥିଲେ। ସେ କହିଥିଲେ ଯେ ଏକ ଭୁଲ ନମ୍ବର ଯୋଗୁଁ ମୁଁ ବିରାଟ କୋହଲିଙ୍କ ସହ କଥା ତ ହୋଇଗଲି। ଏବେ ମୋ ଜୀବନର ଲକ୍ଷ୍ୟ ପୂରଣ ହୋଇଛି।