Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସମ୍ମାନର ପାଇଁ କର ବା ମର ଲଢେଇ,ତୃତୀୟ ଟେଷ୍ଟ ଜିତିପାରିବ ତ ଟିମ୍ ଇଣ୍ଡିଆ?

Sports

ସମ୍ମାନର ପାଇଁ କର ବା ମର ଲଢେଇ,ତୃତୀୟ ଟେଷ୍ଟ ଜିତିପାରିବ ତ ଟିମ୍ ଇଣ୍ଡିଆ?

Sangram Tripathy
Browse all articles by Sangram Tripathy
·1 year ago·2 min read
ସମ୍ମାନର ପାଇଁ କର ବା ମର ଲଢେଇ,ତୃତୀୟ ଟେଷ୍ଟ ଜିତିପାରିବ ତ ଟିମ୍ ଇଣ୍ଡିଆ?

ଅର୍ଗସ ବ୍ୟୁରୋ:ଟେନସନରେ ଟିମ୍ ଇଣ୍ଡିଆ,କଣ ହେବ ମୁମ୍ବାଇ ଟେଷ୍ଟର ଫଳାଫଳ। ସମ୍ମାନର ଲଢେଇ ଜିତିପାରିବ ତ ରୋହିତ ସେନା,ଦେଇପାରିବ ତ  ନ୍ୟୁଜିଲାଣ୍ଡକୁ ଚକମା,ନା ୨ଟି ଟେଷ୍ଟ ଭଳି ପୁଣି ମାଡି କାମୁଡିବନି ତ ଭାରତ। ଏଥିରେ ଟିକିଏ ବ୍ୟତିକ୍ରମ ହେଲେ ଜଟିଳ ହେବ WTC ଫାଇନାଲ୍ ଗଣିତ। ମୁମ୍ବାଇର ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ଚାଲିଛି ତୃତୀୟ ଟେଷ୍ଟ ମହାଲଢେଇ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଦଳ ରବୀନ୍ଦ୍ର ଜାଡ଼େଜା ଓ ୱାସିଂଟନ୍ ସୁନ୍ଦରଙ୍କ ଆଗରେ ବେଶି ସମୟ ତିଷ୍ଟିପାରି ନଥିଲେ ଦୁଇ ଭାରତୀୟ ବୋଲର,ଭାଗବାଣ୍ଟ କରି ୯ ୱିକେଟ୍ ଦଖଲ କରି ନ୍ୟୁଜିଲାଣ୍ଡର ନିଦ ହଜାଇଦେଇଥିଲେ। ଜାଡ଼େଜାଙ୍କୁ ୫ଟି,ସୁନ୍ଦରଙ୍କୁ ୪ଟି ୱିକେଟ୍ ମିଳିଥିବାବେଳେ ଆକାଶଦୀପଙ୍କୁ ମିଳିଥିଲା ମାତ୍ର ଗୋଟିଏ ୱିକେଟ୍ । ଫଳରେ ପ୍ରଥମ ଇନିଂସରେ ୨୩୫ ରନ୍ କରି ଅଲଆଉଟ୍ ହୋଇଥିଲା ନ୍ୟୁଜିଲାଣ୍ଡ। ଜବାବରେ ରୋହିତ ସେନା ୨୬୨ ରନ୍‌ କରି ଅଲ୍ଆଉଟ୍‌ ହୋଇଥିଲା,ନ୍ୟୁଜିଲାଣ୍ଡ ଠାରୁ ପ୍ରଥମ ଇନିଂସରେ ୨୭ ରନରେ ଆଗୁଆ ମଧ୍ୟ ରହିଥିଲା ଭାରତ। ଗିଲ୍ ୧୪୬ ବଲରୁ ୯୦ ରନର ଜବରଦସ୍ତ ଅର୍ଦ୍ଧଶତକୀୟ ପାରି ସାଙ୍ଗକୁ ପନ୍ତ ୫୯ ବଲରୁ ୬୦ରନ୍ କରି ପ୍ୟାଭିଲିୟନକୁ ଫେରିଥିଲେ। ମାତ୍ର ରନ୍ ମେସିନ୍ ବିରାଟ କୋହଲି ଏବଂ ଅଧିନାୟକ ରୋହିତ ଶର୍ମା ପୂର୍ବପରି ମଧ୍ୟ ବିଫଳ ହୋଇଥିଲେ,ରୋହିତ ୧୮ ବିରାଟଙ୍କ ୪ ଯାହା ଟିମ୍ ଇଣ୍ଡିଆର ଟେନସନ ବଢାଇଦେଇଛି। ନ୍ୟୁଜିଲାଣ୍ଡ ଦ୍ବିତୀୟ ଇନିଂସରେ ୭ ୱିକେଟ୍ ବିନିମୟରେ ୧୭୧ ରନ୍ ସଂଗ୍ରହ କରିଛି । 

 ନ୍ୟୁଜିଲାଣ୍ଡ ୨-୦ରେ ସିରିଜ୍ ଆଗୁଆ ରହିଥିବାବେଳେ ଭାରତ ପାଇଁ ଏହି ମ୍ୟାଚ୍ ଜିତିବା ଜରୁରୀ ହୋଇ ପଡିଛି।ଯଦି ଭାରତ ତୃତୀୟ ମ୍ୟାଚ୍ ହାରୁଛି WTC ପଏଣ୍ଟ ଟେବୁଲରେ ଦ୍ବିତୀୟ ସ୍ଥାନକୁ ଖସିଯିବାର ସମ୍ଭାବନା ରହିଛି। କଙ୍ଗାରୁ ଦଳ ପ୍ରଥମକୁ ଲମ୍ପ ମାରିପାରେ। ବର୍ତ୍ତମାନ ପଏଣ୍ଟ ଟେବୁଲରେ ୬୨.୮୨ ପ୍ରତିଶତ ସହ ରୋହିତ ସେନା ଶୀର୍ଷ ସ୍ଥାନରେ ରହିଥିବାବେଳେ ୬୨.୫୦ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଛି ଅଷ୍ଟ୍ରେଲିଆ । ଭାରତ ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ପୂର୍ବରୁ ମୋଟ୍ ୫ଟି ମ୍ୟାଚ୍ ଗୋଟିଏ ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବାବେଳେ ଅନ୍ୟ ୪ଟି ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ । ଫାଇନାଲରେ ପ୍ରବେଶକରିବାକୁ ହେଲେ ୩ଟି ବିଜୟ ହାସଲ କଲେ ଭାରତକୁ ଅନ୍ୟ ଟିମର ବିଜୟ ଏବଂ ପରାଜୟ ଉପରେ ନିର୍ଭର କରିବାକୁ ପଡ଼ିପାରେ କିନ୍ତୁ ଯଦି ଟିମ ଇଣ୍ଡିଆ ୪ଟି ମ୍ୟାଚରେ ବିଜୟୀ ହୁଏ, ତେବେ ଫାଇନାଲରେ ସ୍ଥାନ ପ୍ରାୟତଃ ନିଶ୍ଚିତ ହୋଇପାରିବ । ଦଳ ଯଦି ଏଭଳି ନିରାଶ୍ୟଜନକ ପ୍ରଦର୍ଶନ କରି ଚାଲେ ଭାରତର WTC ଫାଇନାଲ୍ ସ୍ବପ୍ନ ସ୍ବପ୍ନରେ ରହିଯିବ,ନିୟମ ଅନୁସାରେ ଟେଷ୍ଟ ମ୍ୟାଚ୍ କୌଣସି ଦଳକୁ ବିଜୟ ଲାଗି ୧୨ ପଏଣ୍ଟ, ମ୍ୟାଚ୍ ଡ୍ର ଲାଗି ୪ ପଏଣ୍ଟ ଏବଂ ମ୍ୟାଚ୍ ଟାଇ ରହିଲେ ୬ ପଏଣ୍ଟ ଦିଆଯାଏ । ଭାରତ ତୃତୀୟ ଟେଷ୍ଟ ମ୍ୟାଚ୍ ଜିତିବା ଦଳ ପାଇଁ ଅଗ୍ନୀ ପରୀକ୍ଷା ସଦୃଶ ହୋଇଛି। ଅପେକ୍ଷା ମ୍ୟାଚ୍ ପଳାଫଳକୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A do-or-die fight for honour, can Team India win the third Test? | Argus News