Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଇଣ୍ଡିଆ ଟିମକୁ ଝଟକା: ପରିବାର ଲୋକଙ୍କୁ ସାଥୀରେ ନେଇପାରିବେନି ଖେଳାଳି

Sports

ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଇଣ୍ଡିଆ ଟିମକୁ ଝଟକା: ପରିବାର ଲୋକଙ୍କୁ ସାଥୀରେ ନେଇପାରିବେନି ଖେଳାଳି

Ritu Das
Browse all articles by Ritu Das
·1 year ago·1 min read
ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଇଣ୍ଡିଆ ଟିମକୁ ଝଟକା: ପରିବାର ଲୋକଙ୍କୁ ସାଥୀରେ ନେଇପାରିବେନି ଖେଳାଳି

ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପରେ ଏବେ ଟିମ ଇଣ୍ଡିଆକୁ ଚାମ୍ପିଅନ୍ସ ଟ୍ରଫିରେ ତାର ଶକ୍ତି ପ୍ରଦର୍ଶନ କରିବାକୁ ପଡିବ। ଚାମ୍ପିଅନ୍ସ ଟ୍ରଫି ଫେବୃଆରୀ ୧୯ରୁ ଆରମ୍ଭ ହେଉଛି। ଭାରତୀୟ ଦଳ ଫେବୃଆରୀ ୨୦ରେ ବାଂଲାଦେଶ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ। ଟିମ ଇଣ୍ଡିଆର ସମସ୍ତ ମ୍ୟାଚ ଦୁବାଇରେ ଅନୁଷ୍ଠିତ ହେବ। ତେବେ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଟିମ ଇଣ୍ଡିଆର ପ୍ରତ୍ୟେକ ଖେଳାଳି ଏକା ଦୁବାଇ ଯିବେ। ସେମାନଙ୍କ ପରିବାରବର୍ଗଙ୍କୁ ସାଥିରେ ନେବେ ନାହିଁ। ବିସିସିଆଇର ନୂତନ ନିୟମ ଯୋଗୁ ଏହା ଘଟିଛି। ଭାରତୀୟ କ୍ରିକେଟ ଖେଳାଳିମାନେ ଫେବୃଆରୀ ୧୫ରେ ଦୁବାଇ ଯିବେ ଏବଂ ସେମାନଙ୍କ ପରିବାର ସଦସ୍ୟ ସେମାନଙ୍କ ସହିତ ରହିବେ ନାହିଁ।


ଏହି ଟୁର୍ନାମେଣ୍ଟରେ ପ୍ରଥମ ଥର ପାଇଁ ବିସିସିଆଇର ନୂତନ ନିୟମ କାର୍ଯ୍ୟକାରୀ ହେଉଛି। ଭାରତୀୟ ଦଳକୁ ଏହି ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ୨୦ ଫେବୃଆରୀରେ ଖେଳିବାକୁ ପଡିବ ଏବଂ ୨୩ ଫେବୃଆରୀରେ ଏହା ପାକିସ୍ତାନ ସହିତ ମୁକାବିଲା କରିବ। ବିସିସିଆଇର ନୂତନ ନିୟମ ଅନୁଯାୟୀ, ଯଦି ଟିମ ଇଣ୍ଡିଆର କୌଣସି ଗସ୍ତ ୪୫ ଦିନ କିମ୍ବା ତା’ଠାରୁ ଅଧିକ ସମୟର ହୋଇଥାଏ, ତେବେ ସେମାନଙ୍କ ପରିବାର ସଦସ୍ୟ ସେମାନଙ୍କ ସହିତ ୨ ସପ୍ତାହ ପାଇଁ ଗସ୍ତରେ ରହିପାରିବେ। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ପରାଜୟ ପରେ ଏହି ନିଷ୍ପତ୍ତି ନିଆଯାଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
A shock to the Indian team before the Champions Trophy: Players will not be able to bring family members with them | Argus News