Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଅଭିନବ ବିନ୍ଦ୍ରାଙ୍କ ହାତରେ ଅଲମ୍ପିକ୍ସ ମଶାଲ

Sports

ଅଭିନବ ବିନ୍ଦ୍ରାଙ୍କ ହାତରେ ଅଲମ୍ପିକ୍ସ ମଶାଲ

Sangram Tripathy
Browse all articles by Sangram Tripathy
·1 year ago·1 min read
ଅଭିନବ ବିନ୍ଦ୍ରାଙ୍କ ହାତରେ ଅଲମ୍ପିକ୍ସ ମଶାଲ

ଅର୍ଗସ ବ୍ୟୁରୋ:ଆଜିଠୁ ପ୍ୟାରିସରେ ଆରମ୍ଭ ହୋଇଛି ୩୩ତମ ଅଲମ୍ପିକ୍ସ କ୍ରୀଡ଼ା ମହାକୁମ୍ଭ,ଭାରତର ସୁନାପୁଅ ହାତରେ ଦେଖିବାକୁ ମିଳିଛି ଅଲମ୍ପିକ୍ସ ମଶାଲ। ୨୦୦୮ର ଅଲମ୍ପିକ୍ସରେ ସ୍ବର୍ଣ୍ଣ ବିଜେତା ସୁଟର ଅଭିନବ ବିନ୍ଦ୍ରା,ଭାରତ ପକ୍ଷରୁ ପ୍ୟାରିସରେ ଅଲମ୍ପିକ୍ସ ଶୋଭାଯାତ୍ରାରେ ଅଲମ୍ପିକ୍ସ ମସାଲ ଧରିଥିଲେ।

ସୁନାପିଲା ହାତରେ ବନ୍ଧୁକ ନଥିଲା,ଥିଲା  ଅଲମ୍ପିକ୍ସ ମଶାଲ,ଅଭିନବ ବିନ୍ଦ୍ରା କହିଛନ୍ତି ଏ ସମ୍ମାନକୁ ଶବ୍ଦରେ କହିହେବ ନାହିଁ। ଦେଶକୁ ବ୍ୟକ୍ତିଗତ ବର୍ଗରେ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଥିବା ଗୋଲଡେନ ବୟ ଅଭିନବ ବିନ୍ଦ୍ରାଙ୍କୁ ଅଲମ୍ପିକ୍ସ ଅର୍ଡର ପୁରସ୍କାର ମିଳିବାକୁ ଯାଉଛି । ଏବେ ଅଲମ୍ପିକ୍ସ ଅର୍ଡର ଆୱାର୍ଡ ହାସଲ କରିବାରେ  ପ୍ରଥମ ଭାରତୀୟ ମଧ୍ୟ ହେବେ ଅଭିନବ।

ଅଗଷ୍ଟ ୧୦ ତାରିଖରେ ଆଇଓସିର ୧୪୨ତମ ଅଧିବେଶନରେ ବିନ୍ଦ୍ରାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ମାତ୍ର ଏହା ପୂର୍ବରୁ ଅଭିନବ ଅଲମ୍ପିକ୍ସରେ ମଶାଲ ଧରିଥିବାର ନଜର ଆସିଥିଲେ । ଭାରତମାତାର ଗର୍ବ ଓ ଗୌରବକୁ ବିଶ୍ୱସ୍ତରରେ ପହଞ୍ଚାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି  ଭାରତର ଏହି ପ୍ରସିଦ୍ଧ କ୍ରୀଡାବିତ ଅଭିନବ ବିନ୍ଦ୍ରାଙ୍କର। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Abhinav Bindra holds the Olympic torch | Argus News