CricketControversy / IPL ଷ୍ଟାର ଅଭିଷେକ ଅଡୁଆରେ…୩ବର୍ଷ ଧରି ମହିଳାଙ୍କୁ କରୁଥିଲେ ଦୁଷ୍କର୍ମ…ଗିରଫ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
·1 month ago·2 min read

Key Points
ଏକ ଦୁଷ୍କର୍ମ ମାମଲାରେ କ୍ରିକେଟର ଅଭିଷେକଙ୍କୁ ଗିରଫ ନିମନ୍ତେ ସୋମବାର କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି
ଏକ ଦୁଷ୍କର୍ମ ମାମଲାରେ କ୍ରିକେଟର ଅଭିଷେକ ପୋରେଲଙ୍କୁ ଗିରଫ ନିମନ୍ତେ ସୋମବାର କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଅଭିଯୋଗକାରିଣୀଙ୍କ ଗୋପନୀୟତାର ସୁରକ୍ଷା ଲାଗି ଏହି ୱିକେଟ-କିପର ତଥା ବ୍ୟାଟସମ୍ୟାନଙ୍କ ସମସ୍ତ ଇଲେକ୍ଟ୍ରୋନିକ ଡିଭାଇସ ଜବତ ଲାଗି ଅଦାଲତ କହିଛନ୍ତି।
ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର ବ୍ୟାଟସମ୍ୟାନ୍ ଅଭିଷେକ ପୋରେଲଙ୍କ ବିରୋଧରେ ଜଣେ ଡାକ୍ତରୀ ଛାତ୍ରୀଙ୍କୁ ବ୍ୟକ୍ତିଗତ ଫଟୋ ସହିତ ବ୍ଲାକମେଲ୍ କରିବାର ଅଭିଯୋଗ ଆସିଛି। ଏହି ମାମଲାରେ କଲିକତା ହାଇକୋର୍ଟ ଅଭିଷେକଙ୍କ ସମେତ ଦୁଇ ଜଣଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଅଭିଷେକ ପଶ୍ଚିମବଙ୍ଗର ବାସିନ୍ଦା ଏବଂ ବଙ୍ଗଳା ପାଇଁ ଘରୋଇ କ୍ରିକେଟ୍ ଖେଳନ୍ତି।
ହାଇକୋର୍ଟର ବିଚାରପତି ସୌଗତ ଭଟ୍ଟାଚାର୍ଯ୍ୟ ହୁଗଲିର ମାଗ୍ରା ପୋଲିସ ଷ୍ଟେସନର ପୋଲିସକୁ ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍ ଏବଂ ଲାପଟପ୍ ସମେତ ଇଲେକ୍ଟ୍ରୋନିକ୍ ଡିଭାଇସ୍ ତୁରନ୍ତ ଜବତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯାହା ଦ୍ୱାରା କୌଣସି ବ୍ୟକ୍ତିଗତ ଏବଂ ଆପତ୍ତିଜନକ ଫଟୋ ଭାଇରାଲ୍ ନହୁଏ। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି।
ଛାତ୍ରୀ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ପ୍ରେମର ବାହାନାରେ ୩ବର୍ଷ ଧରି ଦୁଷ୍କର୍ମ କରିଆସୁଥିଲେ ବୋଲି ପୀଡ଼ିତା ମହିଳା ଅଭିଯୋଗ କରିଥିଲେ। ବ୍ୟକ୍ତିଗତ ଏବଂ ଆପତ୍ତିଜନକ ଫଟୋ ଏବଂ ଭିଡିଓ ମଧ୍ୟ ଉଠାଯାଇଥିଲା, ଯାହା ତାଙ୍କୁ ବ୍ଲାକମେଲ୍ କରିବା ପାଇଁ ବ୍ୟବହାର କରାଯାଇଥିଲା। ପୋଲିସ ଏପର୍ଯ୍ୟନ୍ତ କୌଣସି ଇଲେକ୍ଟ୍ରୋନିକ୍ ଡିଭାଇସ୍ ଜବତ କରିନାହିଁ।
ଛାତ୍ରୀଙ୍କ ଓକିଲ ରଣଦେବ ସେନଗୁପ୍ତ ଏବଂ ଆକାଶ ଗଙ୍ଗୋପାଧ୍ୟାୟ କୋର୍ଟକୁ କହିଛନ୍ତି ଯେ ସେହିପରି ଅନେକ ଅନ୍ୟ ମହିଳାଙ୍କୁ ଫସାଇ ବ୍ଲାକମେଲ୍ କରିଛି।
ପୋଲିସ କହିଛି ଯେ, “ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଚାଲିଛି।“ କୋର୍ଟ ପୋଲିସକୁ ଅଗଷ୍ଟ ୧୧ ତାରିଖ ସୁଦ୍ଧା ସେମାନଙ୍କର କାର୍ଯ୍ୟ ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମଧ୍ୟ ଅଗଷ୍ଟ ୧୧ ତାରିଖରେ ହେବ।

- ପ୍ରେମ ବାହାନାରେ ଯୌନ ନିର୍ଯାତନା

- ପରବର୍ତ୍ତୀ ଶୁଣାଣି ଅଗଷ୍ଟ 11 ତାରିଖରେ ଅନୁଷ୍ଠିତ ହେବ
ପୋଲିସ କହିଛି ଯେ, “ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଚାଲିଛି।“ କୋର୍ଟ ପୋଲିସକୁ ଅଗଷ୍ଟ ୧୧ ତାରିଖ ସୁଦ୍ଧା ସେମାନଙ୍କର କାର୍ଯ୍ୟ ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମଧ୍ୟ ଅଗଷ୍ଟ ୧୧ ତାରିଖରେ ହେବ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଅଭିଷେକ ପୋରେଲଙ୍କ ଆଇପିଏଲ୍ କ୍ୟାରିଅର
୨୦୨୩ ମସିହାରେ ଦିଲ୍ଲୀ କ୍ୟାପିଟାଲ୍ସ ସହିତ ଆଇପିଏଲ୍ ଡେବ୍ୟୁ କରିଥିବା ଅଭିଷେକ ପୋରେଲ ସମାନ ଫ୍ରାଞ୍ଚାଇଜ୍ ପାଇଁ ଖେଳୁଛନ୍ତି। ସେ ଏପର୍ଯ୍ୟନ୍ତ ତାଙ୍କ ଆଇପିଏଲ୍ କ୍ୟାରିଅରରେ ୩୫ଟି ମ୍ୟାଚ୍ ଖେଳିଛନ୍ତି। ୩୩ଟି ଇନିଂସରେ ବ୍ୟାଟିଂ କରି ସେ ୨୫.୬୩ ହାରରେ ଏବଂ ୧୪୫.୩୬ ଷ୍ଟ୍ରାଇକ୍ ରେଟ୍ ସହିତ ୭୬୯ ରନ୍ କରିଛନ୍ତି। ଏହି ସମୟ ମଧ୍ୟରେ ସେ ୪ଟି ଅର୍ଦ୍ଧଶତକ ହାସଲ କରିଛନ୍ତି, ଯାହାର ସର୍ବାଧିକ ସ୍କୋର ୬୫।
Related Topics
Explore more stories