Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Cricket News / ପଡ଼ିଆରୁ ଫେରି ମୁହଁକ ଲୁଚାଇ କାନ୍ଦୁଥିଲେ ଅଭିଷେକ ଶର୍ମା ଲୁହ ପୋଛିଲେ...

Rashmita Mishra
Browse all articles by Rashmita Mishra
·4 months ago·2 min read
ପଡ଼ିଆରୁ ଫେରି ମୁହଁକ ଲୁଚାଇ କାନ୍ଦୁଥିଲେ ଅଭିଷେକ ଶର୍ମା ଲୁହ ପୋଛିଲେ...
Abhishek Sharma

Key Points

କାନ୍ଦିଲେ ଅଭିଷେକ ଲୁହ ପୋଛିଲେ ରୋହିତ ଯୁବରାଜ
ଲଗାତାର ୩ଟି ମ୍ୟାଚ୍‌ରେ ଶୂନରେ ଆଉଟ ଅଭିଷେକ
ପଡ଼ିଆରୁ ଫେରି ମୁହଁକ ଲୁଚାଇ କାନ୍ଦୁଥିଲେ ଅଭିଷେକ ଶର୍ମା
ପାଖରେ ପହଞ୍ଚିଗଲେ ରୋହିତ ଏବଂ ଯୁବରାଜ ଲୁହ ପୋଛିଲେ

ଅହମ୍ମଦାବାଦ (Feb-19): ପୁରା ଭାଙ୍ଗିପଡ଼ିଛନ୍ତି ଅଭିଷେକ । ମନୋବଳ ହରାଇ ବସିଛନ୍ତି । ନା ବ୍ୟାଟରେ ବଲ ବାଜୁଛି ନା ଭଲ ରନ୍‌ କରିପାରୁଛନ୍ତି । ଏବେ ଅଭିଷେଙ୍କୁ ଭଲରେ ନିଦ ମଧ୍ୟ ହେଉ ନାହିଁ। ଦିନର ରାତି ଅଭ୍ୟାସ କରୁଛନ୍ତି। କିନ୍ତୁ ପଡ଼ିଆ ଉପରେ ଅଭିଷେକ ପୁରା ଫ୍ଲପ୍‌। ମୁହଁକୁ ଲୁଚାଇ ଡ୍ରେସିଂ ରୁପରେ କାନ୍ଦୁଛନ୍ତି ଅଭିଷେକ । ଅଭିଷେକ ଶର୍ମା ମଇଦାନ ଉପରକୁ ଓହ୍ଲାଇଲେ ବୋଲର ମାନେ ଭୟ କରନ୍ତି। ଚଉକା ଛକାରେ ଗଦାଇ ଦିଅନ୍ତି ।

କିନ୍ତୁ ଏବେ ଅଭିଷେକଙ୍କ ବ୍ୟାଟ୍‌ ଶାନ୍ତ ପଡ଼ି ଯାଇଛି । ଲଗାତାର ୩ଟି ମ୍ୟାଚରେ ଶୂନ... ଶୂନ... ଶୂନ । ପ୍ରଥମ ଓଭରରୁ ହିଁ ଆଉଟ ହୋଇ ପାବିଲିୟନକୁ ଫେରି ଯାଉଛନ୍ତି । ବ୍ୟାଟରୁ ଗୋଟିଏ ରନ୍‌ବି ବାହାରିବା ମୁସ୍କିଲ ହୋଇପଡ଼ୁଛି । ଦୁର୍ବଳ ଦଳ ମାନଙ୍କ ସହ ମଧ୍ୟ ଖେଳି ପାରୁ ନାହାଁନ୍ତି ଅଭିଷେକ । ଆଉ ଏବେ ଅଭିଷେକଙ୍କୁ ବୁଝାଇବା ପାଇଁ ଡ୍ରାସିଂ ରୁମରେ ପହଞ୍ଚି ଯାଇଛନ୍ତି ଗୁରୁ ଯୁବରାଜ ସିଂ ଏବଂ ରୋହିତ ଶର୍ମା।

ପଢ଼ନ୍ତୁ ଏହି ଖବର: ଅହମ୍ମଦାବାଦରେ ଟିମ୍‌ ଇଣ୍ଡିଆର ପାୱାର ଶୋ’, ନେଦରଲାଣ୍ଡ୍ସକୁ ୧୭ ରନ୍‌ରେ ହରାଇଲା ଭାରତ

ନେଦରଲାଣ୍ଡ ସହ ମ୍ୟାଚ୍‌ରେ ଶୂନରେ ଆଉଟ ହେବା ପରେ ପୁରା ଭାଙ୍ଗି ପଡ଼ିଛନ୍ତି। ପଡ଼ିଆ ଉପରେ ତୃତୀୟ ବଲରେ ବୋଲ୍ଡ ହେବା ପରେ ନିରାଶା ଛାଇଯାଇଥିଲା ତାଙ୍କ ମନରେ। ହଜାର ହଜାର ଦର୍ଶକ ଦେଖିଥିଲେ ତାଙ୍କ ଏମିତି ନିରାଶାକୁ। କାରଣ ସେ ଲଗାତାର ୩ଟି ମ୍ୟାଚ୍‌ରେ ଶୂନରେ ଆଉଟ ହୋଇଯାଇଥିଲେ। ବ୍ୟାଟକୁ ପ୍ୟାଡରେ ବାଡ଼େଇ ରାଗରେ ଚିତ୍କାର କରିଥିଲେ। ଏହା ପରେ ପାବିଲିୟନକୁ ଆସି ମୁଣ୍ଡରେ ହାତ ଦେଇ କାନ୍ଦିବାକୁ ଲାଗିଥିଲେ। ଆଉ ସେହି ସମୟରେ ରୋହିତ ଏବଂ ଯୁବରାଜ ସିଂ ତାଙ୍କ ମନୋବଳକୁ ବଢ଼ାଇବା ପାଇଁ ଡ୍ରେସିଂ ରୁମରେ ପହଞ୍ଚିଥିଲେ ବୋଲି ଏବେ ଚର୍ଚ୍ଚା ହେଉଛି ।

ଦିନେ ବିରାଟ କୋହଲି ମଧ୍ୟ ଏମିତି ଫ୍ଲପ ହେଉଥିଲେ। ତାଙ୍କ ବ୍ୟାଟରୁ ମଧ୍ୟ ରନ୍‌ ବାହାରିବା ମୁସ୍କିଲ ହୋଇପଡ଼ୁଥିଲା। ତାପରେ ବିରାଟ ପୁଣିଥରେ ଫର୍ମକୁ ଫେରିଥିଲେ। ଆଉ ଏବେ ଅଭିଷେକଙ୍କ କ୍ଷେତ୍ରରେ ମଧ୍ୟ ସେମିତି କିଛି ଦେଖିବାକୁ ମିଳିଛି। ଟି୨୦ ବିଶ୍ବକପ୍‌ରେ ଫ୍ଲପ ହେଉଛନ୍ତି ଅଭିଷେକ। ୟୁଏସ୍‌ଏ ସହ ଗୋଟିଏ ବଲ ଖେଳି ଶୂନରେ ଆଉଟ ହୋଇଥିଲେ। ଏହାପରେ ପାକିସ୍ତାନ ସହ ୪ଟି ବଲ ଖେଳି ଶୂନରେ ଆଉଟ ହୋଇଥିଲେ ।

ଶେଷରେ ନେଦରଲାଣ୍ଡ ସହ ମଧ୍ୟ ୩ଟି ବଲ ଖେଳି ଶୂନରେ ଆଉଟ ହୋଇଥିଲେ ଅଭିଷେକ। ଯାହାପରେ ଏବେ ସେ ମ୍ୟାଚ୍‌ରେ ରହିବେ କି ନାହିଁ ସନ୍ଦେହରେ। କାରଣ ସୁପର ୮ ମୁକାବିଲାରେ ଅଭିଷେକ ଯଦି ଫର୍ମକୁ ନଫେରନ୍ତି ତାହାଲେ ଭାରତ ପାଇଁ ବହୁତ ବଡ଼ ଅସୁବିଧା ହୋଇଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Abhishek Sharma | Abhishek Sharma Breaks Down After Match, Emotional Moment Goes Viral | Argus News