ୱାଙ୍ଖେଡେରେ ଇତିହାସ ରଚିଲେ ଅଭିଷେକ, ଭାଙ୍ଗିଲେ ଏହି କ୍ରିକେଟରଙ୍କ ରେକର୍ଡ

Key Points
୩୭ ବଲ୍ରେ ଅଭିଷେକଙ୍କ ବିସ୍ଫୋରକ ଶତକ
ଦ୍ରୁତତମ ଶତକ ମାରିବାରେ ଦ୍ଵିତୀୟ ଭାରତୀୟ
ଅର୍ଗସ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ୫ ଟିକିଆ ଟି-ଟ୍ଵେଣ୍ଟି ସିରିଜ୍ର ଅନ୍ତିମ ମ୍ୟାଚରେ ଅଭିଷେକ ଶର୍ମାଙ୍କ ରେକର୍ଡ । ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ୍ରେ ଖେଳା ଯାଉଥିବା ଶେଷ ଟି-ଟ୍ଵେଣ୍ଟିରେ ଚମକିଛନ୍ତି ଅଭିଷେକ ଶର୍ମା । ପ୍ରଥମେ ଟସ୍ ଜିତି ଇଂଲଣ୍ଡ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ଭାରତ ୧୩ ଓଭର ସୁଦ୍ଧା ୪ ୱିକେଟ୍ ହରାଇ ୧୮୨ ରନ୍ ସ୍କୋର କରିଛି ।
ଓପନର୍ ଅଭିଷେକ ଶର୍ମା ୩୭ ବଲ୍ରେ ବିସ୍ଫୋରକ ଶତକ ମାରିଛନ୍ତି । ଟି-ଟ୍ଵେଣ୍ଟି ଇଣ୍ଟରନ୍ୟାସନାଲରେ ଦ୍ରୁତତମ ଶତକ ମାରିବାରେ ଅଭିଷେକ ହେଉଛନ୍ତି ଦ୍ଵିତୀୟ ଭାରତୀୟ । ସେ ସଞ୍ଜୁ ସାମସନଙ୍କ ରେକର୍ଡ ଭାଙ୍ଗିଛନ୍ତି । ସଞ୍ଜୁ ୪୦ ବଲ୍ରେ ଶତକ ମାରିଥିଲେ । ତେବେ ରୋହିତ ଶର୍ମାଙ୍କ ୩୫ ବଲ୍ରେ ସେଞ୍ଜୁରୀ ରେକର୍ଡ ଏବେ ବି ଅତୁଟ ରହିଛି ।
📱 Get Argus News App
✨ତେବେ ଅନ୍ତର୍ଜାତୀୟ ଟି-ଟ୍ଵେଣ୍ଟିରେ ସବୁଠୁ ଦ୍ରୁତ ଶତକ ମାରିବାର ରେକର୍ଡ ରହିଛି ଅଷ୍ଟୋନିଆ ଖେଳାଳି ସାହିଲ ଚୌହାନଙ୍କ ନାଁରେ । ସାହିଲ୍ ୨୦୨୪ ଜୁନ୍ ୧୭ରେ ସାଇପ୍ରସ୍ ବିପକ୍ଷରେ ୨୭ ବଲ୍ରେ ଶତକ ମାରିଥିଲେ ।
ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୧.୫ ଓଭରରେ ଦଳୀୟ ସ୍କୋର ୨୧ ହୋଇଥିବା ବେଳେ ସଞ୍ଜୁ ସାମସନଙ୍କ ୱିକେଟ୍ ହରାଇଥିଲା । ମାତ୍ର ୧୬ ରନ୍ ସ୍କୋର୍ କରି କ୍ୟାଚ୍ ଆଉଟ୍ ହୋଇଥିଲେ ସଞ୍ଜୁ ସାମସନ । ଏହାପରେ ଅଭିଷେକ ବର୍ମାଙ୍କ ସାଥ୍ ଦେଇଥିଲେ ତିଲକ ବର୍ମା । ୫ ଟିକିଆ ମ୍ୟାଚ୍ର ଟି-ଟ୍ଵେଣ୍ଟି ସିରିଜ୍ରେ ଭାରତ ୩-୧ରେ ଆଗୁଆ ରହିଛି ।