WorldCup Hero / ବିଶ୍ବବିଜୟ ପରେ ମା’ ବୈଷ୍ଣୋଦେବୀଙ୍କ ଦର୍ଶନ କଲେ ଅଭିଷେକ, ୨୧ ବଲରେ ୫୨ ରନର ହିରୋର ଆଧ୍ୟାତ୍ମିକ ଯାତ୍ରା
·4 months ago·2 min read

Key Points
ଭାରତୀୟ ଟି-୨୦ ଟିମର ଓପନର ଅଭିଷେକ ଶର୍ମାଙ୍କ ଫ୍ୟାନ ଫଲୋଇଙ୍ଗ କିଛି କମ ନୁହେଁ। ଇଣ୍ଡିଆ ଟିମର ଚକଲୋଟ ହିରୋ।
ଭାରତୀୟ ଟି-୨୦ ଟିମର ଓପନର ଅଭିଷେକ ଶର୍ମାଙ୍କ ଫ୍ୟାନ ଫଲୋଇଙ୍ଗ କିଛି କମ ନୁହେଁ। ଇଣ୍ଡିଆ ଟିମର ଚକଲୋଟ ହିରୋ। ବିଶ୍ବକପ ସରିବାପରେ ଅଭିଷେକଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମା’ଙ୍କ ଆଶୀର୍ବାଦ ନେବାକୁ ଅଭିଷେକ ଶର୍ମା କଟରାସ୍ଥିତ ବୈଷ୍ଣୋ ଦେବୀ ମନ୍ଦିର ଦର୍ଶନ କରିଛନ୍ତି। ଟି-୨୦ ବିଶ୍ବକପ ଜିତିବାର କିଛି ଦିନ ପରେ ସେ ଏହି ଯାତ୍ରା କରିଛନ୍ତି। ଇନଷ୍ଟାରେ କିଛି ଫଟୋ ପୋଷ୍ଟ କରି ଲେଖିଛନ୍ତି “ଜୟ ମାତୀ ଦୀ”। ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୨୧ ବଲରେ ଦ୍ରୂତ ୫୨ ରନର ପାଳି ଖେଳିଥିଲେ। ଆଉ ଭାରତ ଚାମ୍ପିୟନ ହେବାର ଏକ ପ୍ରମୁଖ ଭୂମିକା ତୁଲାଇଥିଲେ।
ଭାରତୀୟ ଟି-୨୦ ଟିମର ଧୂଆଁଧାର ଓପନର ଅଭିଷେକ ଶର୍ମା ଶୁକ୍ରବାର ଦିନ ଜମ୍ମୁ-କଶ୍ମୀରର କଟରାରେ ପହଞ୍ଚିଥିଲେ। ଏହାପରେ ମା’ ବୈଷ୍ଣୋଦେବୀଙ୍କ ଶରଣରେ ପହଞ୍ଚି ମା’ଙ୍କ ଆଶୀର୍ବାଦ ନେଇଥିଲେ।
ବିଶ୍ବର ନଂ ୧ ଟି-୨୦ ବ୍ୟାଟ୍ସମ୍ୟାନ ୨୫ ବର୍ଷ ବୟସରେ ବିଶ୍ବ ବିଜେତା ହୋଇଛନ୍ତି। କିନ୍ତୁ ଏହାର କିଛିଦିନ ପରେ ସେ ଆଧ୍ୟ୍ୟାତ୍ମିକ ଯାତ୍ରା କରିଛନ୍ତି। ଯାହାକି ଅନ୍ୟମାନେ ବାହାରକୁ ବୁଲିବାକୁ ଯାଉଥିବାବେଳେ ଅଭିଷେକ ଠାକୁରଙ୍କ ପାଖକୁ ଯିବାକୁ ଇଚ୍ଛା କରିଛନ୍ତି। ଭାରତୀୟ ଟିମ ଗତ ରବିବାର ଅହମ୍ମଦାବାଦରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଧୂଳିଚଟାଇଥିଲା। ଆଉ ଏହାର ବଡ଼ ଶ୍ରେୟ ଥିଲେ ଅଭିଷେକ ଶର୍ମା।
ଇନଷ୍ଟାରେ ଏକ କ୍ୟାପସନରେ ଲେଖିଥିଲେ “ଜୟ ମାତା ଦୀ”... ଏହି ଫଟୋରେ ସେ ପାରମ୍ପରିକ ଦଳା କୁର୍ତ୍ତା –ପାଇଜାମା ପିନ୍ଧିଛନ୍ତି। ମଥାରେ ତିଳକ ଲଗାଇବା ସହ ହାତ ଯୋଡ଼ିବାର ଫଟୋ ଇନଷ୍ଟାରେ ଭାଇରାଲ ହେବାରେ ଲାଗିଛି। ଇନଷ୍ଟାରେ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି ଯେ, ପଞ୍ଜାବର ଏହି କ୍ରିକେଟର ମା’ଙ୍କ ମନ୍ଦିର ଗଲାବେଳେ ଚାଲି ଚାଲି ଯାଇଛନ୍ତି। ରାସ୍ତାରେ ଗଲାବେଳେ ସାଧାରଣ ଲୋକଙ୍କ ସହ କଥା ମଧ୍ୟ ହେଉଥିଲେ। ଅଭିଷେକ ଟି-୨୦ ବିଶ୍ବକପରେ ଗରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚ ପୂର୍ବରୁ ତାଙ୍କର ପ୍ରଦର୍ଶନ ଭଲ ନ ଥିଲା। କିନ୍ତୁ ଫାଇନାଲ ମ୍ୟାଚ ଦିନ ଜବରଦସ୍ତ କମବ୍ୟାକ କରିଥିଲେ।
ଅହମ୍ମଦାବାଦରେ ଖେଳା ଯାଇଥିବା ଫାଇନାଲ ମ୍ୟାଚରେ ୨୧ ବଲରେ ୫୨ ରନର ଧୂଆଁଧାର ପାଳି ଖେଳିଥିଲେ। ଏହି ମ୍ୟାଚରେ ଭାରତ ୫ ଓ୍ବିକେଟ ହରାଇ ୨୫୫ରନର ବିଶାଳ ସ୍କୋର କରିଥିଲା। ପରେ ନ୍ୟୁଜିଲାଣ୍ଡ ଟିମ ଜବାବରେ ୧୫୯ ରନ କରିବାକୁ ସକ୍ଷମ ହୋଇଥିଲା। ୯୬ ରନରେ ପରାସ୍ତ ହୋଇଥିଲା। ସେଥିପାଇଁ ଅଭିଷେକ ତାଙ୍କ ଫର୍ମ କମବ୍ୟାକରେ ଖୁସି ହୋଇଯାଇଥିଲେ। ଆଉ ଭଗବାନଙ୍କୁ କୃତଜ୍ଞତା ଜ୍ଞାପନ କରିବାକୁ ଯାଇଥିଲେ। ଅଭିଷେକ ଶର୍ମା ଚଳିତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ଟିମରେ ଖେଳୁଥିବା ନଜର ଆସିବେ।
ପଢନ୍ତୁ ଏହି ଖବର: ‘ତୁରନ୍ତ ସେମାନଙ୍କୁ ଗୁଳି ମାରିଦିଅ’…ପାକିସ୍ତାନର ଲଜ୍ଜାଜନକ ପରାଜୟ ପରେ ପୂର୍ବତନ କ୍ରିକେଟରଙ୍କ ବିସ୍ଫୋରକ ବୟାନ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories