Abhishek Weight Loss / ଅସୁସ୍ଥ ପରେ ଏବେ ଅଭିଷେକଙ୍କ ଓଜନ କମିଯାଇଛି...ଏବେବି ଦରକାର ବିଶ୍ରାମ!
·5 months ago·2 min read

Key Points
ଟେନସନରେ ଭାରତୀୟ ଟିମ। ଟି୨୦ ବିଶ୍ୱକପ୍ ଚାଲିଥିବା ବେଳେ ଭାରତୀୟ ଦଳକୁ ଲାଗିଛି ଶକ୍ତ ଝଟକା । ନାମିବ୍ୟା ଏବଂ ପାକିସ୍ତାନ ବିପକ୍ଷ ମୁକାବିଲା ପୂର୍ବରୁ ଅସୁସ୍ଥ ହୋଇ ପଡିଛନ୍ତି ଅଭିଷେକ ଶର୍ମା ।
ଟେନସନରେ ଭାରତୀୟ ଟିମ। ଟି୨୦ ବିଶ୍ୱକପ୍ ଚାଲିଥିବା ବେଳେ ଭାରତୀୟ ଦଳକୁ ଲାଗିଛି ଶକ୍ତ ଝଟକା । ନାମିବ୍ୟା ଏବଂ ପାକିସ୍ତାନ ବିପକ୍ଷ ମୁକାବିଲା ପୂର୍ବରୁ ଅସୁସ୍ଥ ହୋଇ ପଡିଛନ୍ତି ଅଭିଷେକ ଶର୍ମା । ତାଙ୍କ ପେଟରେ ସଂକ୍ରମଣ ହୋଇଯାଇଛି । ସୋମବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ସେ ଡିସଚାର୍ଜ ହୋଇଛନ୍ତି । କିନ୍ତୁ ଭାରତୀୟ ଦଳର ଅଭ୍ୟାସ ସେସନ୍ସରୁ ନିଜକୁ ଦୂରେଇ ରଖିଛନ୍ତି। ଏପରିକି ତାଙ୍କୁ ବିଶ୍ରାମ ପାଇଁ କୁହାଯାଇଥିବା ଏବଂ ସେ ଠିକ୍ ହେବାକୁ ସମୟ ଲାଗିବ ବୋଲି କେହି କେହି କହୁଛନ୍ତି।
ରିପୋର୍ଟ ଅନୁସାରେ, ରବିବାର ଅଭିଷେକଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା। ଏହାପରେ ସୋମବାର ତାଙ୍କୁ ଦିଲ୍ଲୀସ୍ଥିତ ଏକ ହସ୍ପିଟାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି। ହେଲେ ତାଙ୍କ ଶରୀରରେ ଓଜନ ଦ୍ରୁତ ବେଗରେ ହ୍ରାସ ପାଇଛି। ଡିହାଇଡ୍ରେସନ କାରଣରୁ ସେ କ୍ଳାନ୍ତ ହୋଇଯାଇଛନ୍ତି ।
ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ପ୍ରଥମେ ଫେବ୍ରୁଆରୀ ୬ ତାରିଖରେ ଅଭିଷେକ ସାମାନ୍ୟ ଅସୁସ୍ଥ ଅନୁଭବ କରୁଥିଲେ। ସେ ଏପରି କିଛି ଖାଦ୍ୟ ଗ୍ରହଣ କରିଥିଲେ ଯାହା ତାଙ୍କ ଶରୀରରେ ସଂକ୍ରମଣ କରିଛି । ଶରୀର ଅସୁସ୍ଥ ସତ୍ତ୍ୱେ ସେ ଆମେରିକା ବିପକ୍ଷରେ ମୁକାବିଲା ଖେଳିଥିଲେ। ମ୍ୟାଚ୍ ପରେ ତାଙ୍କୁ ଡଗ୍ ଆଉଟରେ ଦେଖିବାକୁ ମିଳିନଥିଲା। ଖେଳାଳିଙ୍କ କରମର୍ଦନ ସମାରୋହରେ ମଧ୍ୟ ସେ ସାମିଲ ନଥିଲେ ।
କୁହାଯାଉଛି ଯେ, ପାଗ ପରିବର୍ତ୍ତନ ପାଇଁ ଅଭିଷେକଙ୍କୁ ପ୍ରଥମେ ଜ୍ୱର ହୋଇଥିଲା। ଚାପରେ ତାଙ୍କ ଶରୀରରୁ ଜଳୀୟ ଅଂଶ କମିଯାଇଥିଲା । ଫଳରେ ଓଜନ ମଧ୍ୟ ହ୍ରାସ ପାଇଛି । ଏବେବି ତାଙ୍କର ଚିକିତ୍ସା ଜାରି ରହିଛି । ମେଡିକାଲ୍ ଟିମ୍ ଷ୍ଟାର୍ ଓପନରଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି।
ସୂଚନାଯୋଗ୍ୟ, ନାମିବ୍ୟା ବିପକ୍ଷ ମୁକାବିଲାରେ ଅଭିଷେକ ଖେଳିବା ସମ୍ଭାବନା କମ୍ ରହିଛି । ତାଙ୍କ ଜାଗାରେ ସଞ୍ଜୁ ସାମସନ ଖେଳିପାରନ୍ତି । ତେବେ ଫେବ୍ରୁଆରୀ ୧୫ରେ ପାକିସ୍ତାନ ବିପକ୍ଷ ମୁକାବିଲା ପୂର୍ବରୁ ସେ ଫିଟ୍ ହେବେ ବୋଲି ଫ୍ୟାନ୍ସ ଆଶା କରୁଛନ୍ତି ।
ଏହାସହ ପଢ଼ନ୍ତୁ: IND vs PAK ମ୍ୟାଚ୍: ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ଭାରତକୁ ଅଟକାଇବ ଏହି ଟିମ୍...
ମ୍ୟାଚ ପୂର୍ବରୁ ବଡ଼ କଥା କହିଦେଲେ କ୍ରିକେଟର ସୂର୍ଯ୍ୟକୁମାର ଯାଦବ। ତାଙ୍କ ବୟାନ ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କହିଲେ ଭାରତକୁ ରୋକିପାରିବ ଏକମାତ୍ର ଏହି ଟିମ ଇଣ୍ଡିଆ ICC ପୁରୁଷ ଟି20 ବିଶ୍ୱକପ୍ 2026 ରେ ଏହାର ଅଭିଯାନର ଏକ ଦୃଢ଼ ଆରମ୍ଭ କରିଛି। ଗତ ବର୍ଷ କିମ୍ବା ଦୁଇ ବର୍ଷ ଧରି ଭାରତର T20 ରେକର୍ଡ ଅତ୍ୟନ୍ତ ପ୍ରଭାବଶାଳୀ ରହିଛି। ଦଳ ଅନେକ ଗୁରୁତ୍ୱପୂର୍ଣ୍ଣ ସିରିଜ ଜିତିଛି ଏବଂ ବଡ଼ ମ୍ୟାଚ୍ରେ ଚାପ ସହ୍ୟ କରିବାର କ୍ଷମତା ପ୍ରଦର୍ଶନ କରିଛି। ଅଧିନାୟକ ବିଶ୍ୱାସ କରନ୍ତି ଯେ ଏହି ନିରନ୍ତର ସଫଳତା କେବଳ ଜଣେ ଖେଳାଳିଙ୍କ ନୁହେଁ, ସମଗ୍ର ଦଳର କଠିନ ପରିଶ୍ରମର ଫଳାଫଳ। ପାକିସ୍ତାନ ବିପକ୍ଷ ବଡ଼ ମ୍ୟାଚ୍ ପୂର୍ବରୁ ଆତ୍ମବିଶ୍ୱାସ ସୃଷ୍ଟି କରିବା ପାଇଁ ଭାରତକୁ ଏବେ ନାମିବ୍ୟା ବିପକ୍ଷରେ ନିଜର ଗତି ବଜାୟ ରଖିବାକୁ ପଡିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories