ଚାମ୍ପିଅନ୍ସ ଟ୍ରଫି ପରେ ରୋହିତ ଶର୍ମା ନେଇ ପାରନ୍ତି ବଡ଼ ନିଷ୍ପତ୍ତି, ଦଳରେ ହୋଇପାରେ ବଡ଼ ପରିବର୍ତ୍ତନ

ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ନାଁରେ ରହିଛି ଅନେକ ରେକର୍ଡ । ଟେଷ୍ଟ, ଦିନିକିଆ ଓ ଆଉ ଅନ୍ତର୍ଜାତୀୟ ଟି-ଟ୍ଵେଣ୍ଟି ସବୁଠି ରୋହିତଙ୍କ କମାଲ୍ ଦେଖିବାକୁ ମିଳିଛି । ରୋହିତଙ୍କ ଅଧିନାୟକତ୍ଵରେ ଭାରତୀୟ ଦଳର ପ୍ରଦର୍ଶନ ଉତ୍ତମ ମଧ୍ୟ ରହିଛି । ରୋହିତଙ୍କ ନେତୃତ୍ଵରେ ଟିମ୍ ଇଣ୍ଡିଆ ଆଇସିସିର ୪ଟି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ପହଞ୍ଚିଛି ।
କିନ୍ତୁ ଏବେ ରନ୍ ମେସିନ୍ ରୋହିତ ଶର୍ମା ନେବାକୁ ଯାଉଛନ୍ତି ବଡ଼ ନିଷ୍ପତ୍ତି । କେବଳ ରୋହିତ ନୁହଁନ୍ତି ଭାରତୀୟ ଦଳରେ ବି ବଡ଼ ପରିବର୍ତ୍ତନ ହେବ ବୋଲି ଚର୍ଚ୍ଚା ହେଉଛି । ରିପୋର୍ଟ ଅନୁସାରେ, ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ଚାମ୍ପିଅନ୍ସ ଟ୍ରଫି-୨୦୨୫ ପରେ ଭାରତୀୟ ଦଳରେ ବଡ଼ ଧରଣର ପରିବର୍ତ୍ତନ କରିପାରେ ।
ରୋହିତଙ୍କ ଅଧିନାୟକତ୍ଵରେ ଭାରତୀୟ ଦଳ ୨୦୨୪ ଟି-ଟ୍ଵେଣ୍ଟି ବିଶ୍ଵକପ୍ ଚାମ୍ପିଅନ୍ ହୋଇଥିଲା । ସେହିଭଳି ୨୦୨୩ ଦିନିକିଆ ବିଶ୍ଵକପ୍ ଫାଇନାଲକୁ ଯାଇଥିଲ ଭାରତ । ଏବେ ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫି-୨୦୨୫ ଫାଇନାଲ୍ରେ । ନ୍ୟୁଜିଲାଣ୍ଡ ସହ ରୋହିତ ବାହିନୀର ମୁକାବିଲା ହେବ ।
📱 Get Argus News App
✨ଦୁବାଇରେ ରବିବାର ଖେଳାଯିବ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍ ମ୍ୟାଚ୍ । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଏହା ମ୍ୟାଚ୍ ରୋହିତଙ୍କ ପାଇଁ ବେଶ୍ ଗୁରୁତ୍ଵପୂର୍ଣ୍ଣ । ଚର୍ଚ୍ଚା ଅନୁସାରେ, ଏହି ମ୍ୟାଚ୍ ପରେ ଦିନିକିଆରୁ ଅବସର ନେଇ ପାରନ୍ତି ରୋହିତ ଶର୍ମା । ଅର୍ଥାତ୍ ରୋହିତ ଦିନିକିଆରୁ ଅବସର ନିଷ୍ପତ୍ତି ନେଲେ ଏହା ତାଙ୍କ ନେତୃତ୍ଵାଧିନ ଶେଷ ମ୍ୟାଚ୍ ହେବ ।
ପୂର୍ବରୁ ଟି-ଟ୍ଵେଣ୍ଟିରୁ ରୋହିତ ଅବସର ନେଇ ସାରିଛନ୍ତି । ଏବେ ଦିନିକିଆ ଓ ଟେଷ୍ଟ ଖେଳୁଛନ୍ତି ରୋହିତ ଶର୍ମା । କିନ୍ତୁ ଚର୍ଚ୍ଚା ହେଉଛି ଚାମ୍ପିଅନ୍ସ ଟ୍ରଫି ସମାପ୍ତ ସହ ରୋହିତ ଶର୍ମା ବଡ଼ ନିଷ୍ପତ୍ତି ନେଇ ପାରନ୍ତି । ଏହାଛଡ଼ା ବିସିସିଆଇ ଖୁବଶୀଘ୍ର କଣ୍ଟ୍ରାକ୍ଟ ଅପଡେଟ୍ କରିବ । ଏବେ ରୋହିତ ଶର୍ମା, ବିରାଟ କୋହିଲ, ରବୀନ୍ଦ୍ର ଜାଡ଼େଜା ଓ ଯଶପ୍ରୀତ ବୁମ୍ରା ବିସିସିଆଇର ଏ ପ୍ଲସ୍ ଶ୍ରେଣୀରେ ଅଛନ୍ତି । ଅକ୍ଷର ପଟେଲ, କେଏଲ୍ ରାହୁଲ ଓ ଋଷଭ ପନ୍ତଙ୍କୁ ବୋର୍ଡ ପ୍ରମୋଟ୍ କରି ପାରନ୍ତି । ଏହାଛଡ଼ା ଶ୍ରେୟସ ଆୟରଙ୍କୁ ମିଳିପାରେ ସୁଯୋଗ ।