Videos
|
Sports

ଭାରତ ମ୍ୟାଚ୍‌ ହାରିବା ପରେ ନିଜେ ଦୁଃଖୀ ହୋଇ ସ୍ବାମୀଙ୍କୁ ଶାନ୍ତ୍ବନା ଦେଲେ ଅନୁଷ୍କା

Ritu Das
Browse all articles by Ritu Das
·2 years ago·1 min read
ଭାରତ ମ୍ୟାଚ୍‌ ହାରିବା ପରେ ନିଜେ ଦୁଃଖୀ ହୋଇ ସ୍ବାମୀଙ୍କୁ ଶାନ୍ତ୍ବନା ଦେଲେ ଅନୁଷ୍କା

ଅର୍ଗସ ବ୍ୟୁରୋ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଇସିସି ଏକ ଦିନିକିଆ ବିଶ୍ୱକପ-୨୦୨୩ ଫାଇନାଲରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆଠାରୁ ହାରିବା ପରେ ପୂରା ଦେଶବାସୀ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। କୋଟି କୋଟି ଲୋକଙ୍କ ହୃଦୟ ଭାଙ୍ଗି ଯାଇଛି। ଅଷ୍ଟ୍ରେଲିଆ ୬ଟି ୱିକେଟ୍‌ରେ ଭାରତକୁ ହରାଇବା ପରେ କୋଟି କୋଟି ହୃଦୟ ଭାଙ୍ଗିଯାଇଛି। ସେମାନଙ୍କ ମଧ୍ୟରେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ ଷ୍ଟାଡିୟମରେ ଲୁହ ଭରା ନେତ୍ରରେ ନଜର ଆସିଥିଲେ।

ଟିମ୍ ଇଣ୍ଡିଆକୁ ଖୁସି କରିବା ପାଇଁ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଯୋଗ ଦେଇଥିବା ବି-ଟାଉନ୍ ସେଲିବ୍ରିଟିଙ୍କ ମଧ୍ୟରେ ଅନୁଷ୍କା ଶର୍ମା ବି ଥିଲେ। ଇଣ୍ଟରନେଟରେ ଅଭିନେତ୍ରୀଙ୍କ ଏକ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ତାଙ୍କୁ ଏକ ଭାବପ୍ରବଣ ଅବସ୍ଥାରେ ଦେଖିବାକୁ ମିଳୁଛି। ଅଭିନେତ୍ରୀ ଆଙ୍ଗୁଠିରେ ମୁହଁ ଘୋଡାଇ ବୋଧହୁଏ ଲୁହକୁ ଲୁଚାଇବାକୁ ଚେଷ୍ଟା କରୁଥିବା ଦେଖାଯାଏ। ତାଙ୍କ ପାଖରେ ବସିଥିବା ଅଭିନେତ୍ରୀ ଆଥିଆ ଶେଟ୍ଟୀ ମଧ୍ୟ ଖେଳର ଫଳାଫଳକୁ ନେଇ ଟେନସନ୍ ଏବଂ ହୃଦୟ ଭାଙ୍ଗିଥିବା ଭଳି ଦେଖାଯାଉଥିଲେ। ତାଙ୍କ ମୁହଁରେ ଏକ ଗମ୍ଭୀରପଣ ଦେଖିବାକୁ ମିଳିଥିଲା।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

After India lost the match | Argus News