ଜୟସ୍ବାଲ, ଗିଲ୍ଙ୍କ ପରେ ଋଷଭ ପନ୍ତ ମାରିଲେ ଲଢୁଆ ଶତକ: ଭାଙ୍ଗିଲେ ଧୋନୀଙ୍କ ରେକର୍ଡ

Key Points
ଜୟସ୍ବାଲ, ଗିଲ୍ଙ୍କ ପରେ ଋଷଭ ପନ୍ତ ମାରିଲେ ଲଢୁଆ ଶତକ
ଭାଙ୍ଗିଲେ ଧୋନୀଙ୍କ ରେକର୍ଡ
୧୪୬ଟି ବଲରୁ ୧୦ଟି ଚୌକା ଓ ୪ ଛକା ସହାୟତାରେ ପନ୍ତ ଏହି ଶତକ ହାସଲ କରିଛନ୍ତି
ପନ୍ତ ଛକା ମାରି କ୍ୟାରିଅରର ସପ୍ତମ ଶତକ ହାସଲ କଲେ
ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ କ୍ରିକେଟ ଟେଷ୍ଟ ଶୁକ୍ରବାର ଆରମ୍ଭ ହୋଇଛି। ଶନିବାର ଦ୍ୱିତୀୟ ଦିନରେ ଭାରତ ଏକ ବିଶାଳ ସ୍କୋର ଆଡ଼କୁ ଗତି କରୁଛି। ଯଶସ୍ବୀ ଜୟସ୍ବାଲ ଏବଂ ଅଧିନାୟକ ଶବମନ୍ ଗିଲଙ୍କ ଶତକ ପରେ ଋଷଭ ପନ୍ତ ମଧ୍ୟ ଶତକ ହାସଲ କରିଛନ୍ତି। ସୂଚନା ମୁତାବକ, ଭାରତ ୫ ଉଇକେଟ ହରାଇ ୪୫୩ ରନ୍ କରିଛି।
ଋଷଭ ପନ୍ତ ୧୪୬ ବଲରୁ ଶତକ ଅର୍ଜନ କରିଛନ୍ତି। ୧୪୬ଟି ବଲରୁ ୧୦ଟି ଚୌକା ଓ ୪ ଛକା ସହାୟତାରେ ପନ୍ତ ଏହି ଶତକ ହାସଲ କରିଛନ୍ତି। ଏପରିକି ପନ୍ତ ଛକା ମାରି କ୍ୟାରିଅରର ସପ୍ତମ ଶତକ ହାସଲ କରିବା ସହ ଭାରତୀୟ ଉଇକେଟ କିପର ଭାବେ ଟେଷ୍ଟରେ ସର୍ବାଧିକ ଶତକ ହାସଲ କରି ଧୋନିଙ୍କୁ ପଛରେ ପକାଇ ଦେଇଛନ୍ତି। ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଇଂଲଣ୍ଡ ଦଳର ଅଧିନାୟକ ବେନ୍ ଷ୍ଟୋକ୍ସ।
📱 Get Argus News App
✨ଭାରତ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ଓ କେଏଲ୍ ରାହୁଲ ବ୍ୟାଟିଂ ଓପନ କରିଥିଲେ। କେଏଲ୍ ରାହୁଲ ୪୨ ରନ୍ କରି ଆଉଟ ହୋଇଥିବା ବେଳେ ଜୟସ୍ବାଲ ଲଢୁଆ ବ୍ୟାଟିଂ ଜାରି ରଖିଥିଲେ। ତେବେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିବା ସାଇ ସୁଦର୍ଶନ ଖାତା ଖୋଲିପାରି ନ ଥିଲେ । ତାଙ୍କ ପରେ ଆସିଥିବା ଶୁଭମନ ଗିଲ ସତର୍କତାର ସହ ବ୍ୟାଟିଂ କରି ଜୟସ୍ବାଲଙ୍କ ସହ ଏକ ଭଲ ପାର୍ଟନରଶିପ କରିଥିଲେ । ଜୟସ୍ବାଲ ମାତ୍ର ୧୫୬ ବଲରେ ଶତକ ପୂରଣ କରିଥିଲେ । ଜୟସ୍ବାଲ ୧୦୧ ରନ୍ କରି ଆଉଟ ହେବା ପରେ ଶୁବମନ ଲଢୁଆ ବ୍ୟାଟିଂ ଜାରି ରଖି ଶତକ ପୂରଣ କରିଥିଲେ । ସେ ଋଷଭ ପନ୍ତଙ୍କ ସହ ମିଶି ଏକ ଭଲ ପାର୍ଟନରଶିପ କରିଥିଲେ । ମ୍ୟାଚର ଦ୍ବିତୀୟ ଦିନରେ ଉଭୟ ବ୍ୟାଟ୍ସମ୍ୟାନ ଭାରତୀୟ ଇନିଂସକୁ ଆଗେଇ ନେବା ସହ ଦଳୀୟ ସ୍କୋରକୁ ୪୦୦ ପାର କରିଥିଲେ।