Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ସେଲିବ୍ରେଶନ ସରିବାପରେ କୋହଲି ହଠାତ ପଳାଇଲେ ଲଣ୍ଡନ

Ritu Das
Browse all articles by Ritu Das
·2 years ago·1 min read
ସେଲିବ୍ରେଶନ ସରିବାପରେ କୋହଲି ହଠାତ ପଳାଇଲେ ଲଣ୍ଡନ

ଅର୍ଗସ ବ୍ୟୁରୋ: ଟି-୨୦ ବିଶ୍ବକପ ୨୦୨୪ ଟ୍ରଫି ଜିତିବାପରେ ଟିମ ଇଣ୍ଡିଆକୁ ସ୍ବଦେଶରେ ଜୋରଦାର ସ୍ବାଗତ କରାଯାଇଛି। ପୁରା ଦଳ ମୁମ୍ବାଇରେ ବିଜୟ ପରେଡରେ ଯୋଗ ଦେଇଥିଲେ। ଏହି ବିଶାଳ ସେଲିବ୍ରେସନ ପରେ ବିରାଟ କୋହଲିଙ୍କୁ ବିଳମ୍ବିତ ରାତିରେ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ସେ ସେଲିବ୍ରେଶନ ସରିବାପରେ ସେଠାରୁ ସିଧା ଲଣ୍ଡନ ଯାଉଥିଲେ। ବିରାଟ କୋହଲି ଧଳା ଟି-ଶର୍ଟ, କ୍ରିମ ରଙ୍ଗର ପ୍ୟାଣ୍ଟ ଏବଂ ସବୁଜ ଜ୍ୟାକେଟ ପିନ୍ଧିଥିଲେ। ଏକ କଳା କାରରେ ଯିବାବେଳେ ତାଙ୍କୁ ସ୍ପଟ କରାଯାଇଥିଲା। ବିମାନବନ୍ଦର ଭିତରକୁ ଯିବାପୂର୍ବରୁ ସେ କର୍ମଚାରୀମାନଙ୍କୁ ଅଭିବାଦନ ଜଣାଇଥିଲେ। ଲଣ୍ଡନରେ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା, ଝିଅ ଭାମିକା, ପୁଅ ଅକାୟଙ୍କୁ ଭେଟିବେ। 

ବିରାଟ ଏବଂ ଅନୁଷ୍କା ଚଳିତବର୍ଷ ଫେବୃୟାରୀରେ ଦ୍ବିତୀୟ ସନ୍ତାନର ମାତାପିତା ହୋଇଛନ୍ତି। ଟି-୨୦ ବିଶ୍ବକପ ୨୦୨୪ର ସେମିଫାଇନାଲ ମ୍ୟାଚ ପର୍ଯ୍ୟନ୍ତ ବିରାଟ କୋହଲିଙ୍କ ବ୍ୟାଟରୁ କୌଣସି ବଡ଼ ଇନିଂସ ଦେଖିବାକୁ ମିଳି ନ ଥିଲା। କିନ୍ତୁ ଫାଇନାଲ ମ୍ୟାଚରେ ବିରାଟ କୋହଲି ଚମତ୍କାର ବ୍ୟାଟିଂ କରି ଫ୍ୟାନମାନଙ୍କୁ ଖୁସି କରିଦେଇଥିଲେ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored