Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ପୁରୁଷ ଟିମ୍ ପରେ ବିଶ୍ଵକପରେ ମହିଳା ଦଳର ପାଳି

Rashmita Mishra
Browse all articles by Rashmita Mishra
·1 year ago·1 min read
ପୁରୁଷ ଟିମ୍ ପରେ ବିଶ୍ଵକପରେ ମହିଳା ଦଳର ପାଳି

ଅର୍ଗସ ବ୍ୟୁରୋ: ପୁରୁଷଙ୍କ ପରେ ଏଵେ ମହିଳା କ୍ରିକେଟ ଦଳର ପାଳି। ରୋହିତ ଆଣ୍ଡ କୋଙ୍କ ସଫଳତା ରିପିଟ କରିପାରିବେ କି ହରମନପ୍ରୀତ ଆଣ୍ଡ କୋ। ବିଶ୍ବକପରେ ଆଗକୁ ସେମିଫାଇନାଲ ଥିବା ବେଳେ ଗମ୍ଭୀର ସ୍ଥିତିରେ ଅଛି ଭାରତୀୟ ମହିଳା ଟିମ। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ 58 ରନର ବୃହତ ପରାଜୟ ଏଵେ ପାଲଟିଛି ଟିମର ମୁଣ୍ଡବ୍ୟଥାର କାରଣ। ପାକିସ୍ତାନ ବିପକ୍ଷ ଦ୍ଵିତୀୟ ମ୍ୟାଚରେ ଦଳ ବିଜୟ ହାସଲ କରିଥିଲେ ମଧ୍ୟ ନେଟ୍ ରନରେଟରେ ବହୁତ ପଛରେ ରହିଛି ଦଳ। ଆଗକୁ ଏସିଆ ଚାମ୍ପିଅନ ଶ୍ରୀଲଙ୍କା ଏବଂ ବିଶ୍ବ ଚମ୍ପିଆନ ଅଷ୍ଟ୍ରେଲିଆ ବିପକ୍ଷରେ ମୁକାବିଲା ହେବାକୁ ଥିବା ବେଳେ ସେମିଫାଇନାଲ ପାଇଁ ଉଭୟ ମ୍ୟାଚରେ ବିଜୟ ଆବଶ୍ୟକ। 

ଟି -20 ବିଶ୍ବକପରେ ଭାରତୀୟ ମହିଳା ଦଳଠାରୁ ଯେଉଁ ପ୍ରଦର୍ଶନ ଆଶା କରାଯାଉଥିଲା ସେମିତି ପ୍ରଦର୍ଶନ ବର୍ତ୍ତମାନ ସୁଦ୍ଧା ମିଳିନାହିଁ। ପାକିସ୍ତାନ ବିପକ୍ଷ ମ୍ୟାଚରେ ଦଳଠାରୁ ବୃହତ ବିଜୟ ଆଶା କରାଯାଉଥିଲେ ମଧ୍ୟ ସେମିତି ପ୍ରଦର୍ଶନ ନାହିଁ। ଗୋଟିଏ ସୁଚିନ୍ତିତ ରଣକୌଶଳ ଆପଣାଇଲେ ଭାରତ ମଧ୍ୟ ଭାରତ ସଫଳତା ହାସଲ କରିପାରିବ। 

2020 ମହିଳା ଟି-20 କ୍ରିକେଟ ବିଶ୍ବକପରେ ଫାଇନାଲ ଖେଳିଥିଲା ଭାରତ। ତେବେ କେବେ ଏହି ଟୁର୍ଣ୍ଣାମେଣ୍ଟ ଜିତି ନଥିବା ଭାରତ ଏଥର ଏହି ବିଜୟୀ ହେଉ ବୋଲି ଆଶା କରିଛନ୍ତି କ୍ରିକେଟ ଫ୍ୟାନ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଖେଳ ଖବର...

Sponsored