Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ବିରାଟ, ରୋହିତ, ଜାଡେଜାଙ୍କ ପରେ ଏବେ ଏହି ଖେଳାଳି ନେଇପାରନ୍ତି ଅବସର

Ritu Das
Browse all articles by Ritu Das
·2 years ago·1 min read
ବିରାଟ, ରୋହିତ, ଜାଡେଜାଙ୍କ ପରେ ଏବେ ଏହି ଖେଳାଳି ନେଇପାରନ୍ତି ଅବସର


ଅର୍ଗସ ବ୍ୟୁରୋ: ଟି-୨୦ ବିଶ୍ବକପ ୨୦୨୪ରେ ଟିମ ଇଣ୍ଡିଆ ଆଇସିସି ଟ୍ରଫିର ଅନ୍ତ ଘଟାଇ ଟାଇଟଲ ଜିତିଛି। ଭାରତର ଏହି ବିଜୟ ପରେ ବିରାଟ କୋହଲି ,ବଂ ରୋହିତ ଶର୍ମା ଟି-୨୦ରୁ ଅବସର ଘୋଷଣା କରିଛନ୍ତି। ଏହାର ଗୋଟିଏ ଦିନ ବିତି ନ ଥିବାବେଳେ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମଧ୍ୟ ଟି-୨୦ କ୍ରିକେଟକୁ ବିଦାୟ ଦେଇଥିଲେ।

ବର୍ତ୍ତମାନ ଆଉ ଜଣେ ଖେଳାଳି ଅଛନ୍ତି ଯିଏ ଏହି ୩ଜଣଙ୍କ ଅବସର ପରେ ଶୀଘ୍ର ଏହି ଫର୍ମାଟରୁ ଅବସର ନେଇପାରନ୍ତି ବୋଲି କୁହାଯାଉଛି।  ଯାହାଫଳରେ ସେ ଟେଷ୍ଟ ଏବଂ ODI ଫର୍ମାଟ ଉପରେ ଧ୍ୟାନ ଦେଇପାରିବେ। 

ବିରାଟ କୋହଲି, ରୋହିତ ଶର୍ମା, ରବୀନ୍ଦ୍ର ଜାଡେଜାଙ୍କ ପରେ ଟି-୨୦ ଫର୍ମାଟରୁ ଅବସର ନେବାକୁ ଆଶା କରାଯାଉଥିବା ଖେଳାଳି ଆଉ କେହି ନୁହନ୍ତି ଦ୍ରୁତ ବୋଲର ମହମ୍ମଦ ଶାମି ଅଟନ୍ତି। ହଁ ସେହି ଶାମି ଯିଏକି ODI ବିଶ୍ବକପ ୨୦୨୩ରେ ଆଶ୍ଚର୍ଯ୍ୟଜନକ ଭାବେ ବୋଲିଂ କରିଥିଲେ ଏବଂ ସର୍ବାଧିକ ଓ୍ବିକେଟ ନେଇଥିଲେ। କିନ୍ତୁ ଆହତ କାରଣୁ ସେ କିଛି ସମୟ ପାଇଁ କ୍ରିକେଟର ସବୁ ଫର୍ମାଟରୁ ଦୂରରେ ଅଛନ୍ତି। ବାସ୍ତବରେ ଏହି ଟାଇଟଲ ଜିତିବା ପରେ ଟି-୨୦ ଫର୍ମାଟରେ ଟିମ ଇର୍ଡିଆରେ ପରିବର୍ତ୍ତନର ଏକ ଅବଧି ଅଛି। ଏବଂ ପ୍ରାୟ ସମସ୍ତ ବରିଷ୍ଠ ଖେଳାଳି ଅବସର ନେଇଛନ୍ତି। ଏପରି ସ୍ଥିତିରେ ବର୍ତ୍ତମାନ ମହମ୍ମଦ ସାମି ଖେଳର ସବୁଠାରୁ ଛୋଟ ଫର୍ମାଟ ଛାଡ଼ିବା ବିଷୟରେ ମଧ୍ୟ ଚିନ୍ତା କରିପାରନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Sponsored
After Virat, Rohit, | Argus News