Videos
|
Sports

ବିରାଟ-ସଚିନଙ୍କ ପରେ ଏବେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବେ ଧୋନୀ

Ritu Das
Browse all articles by Ritu Das
·2 years ago·1 min read
ବିରାଟ-ସଚିନଙ୍କ ପରେ ଏବେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବେ ଧୋନୀ

ଅର୍ଗସ ବ୍ୟୁରୋ: ଜାନୁଆରି ୨୨ରେ ହେବ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ । ଏହି ସମାରୋହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ସମାରୋହ ପୂର୍ବରୁ ଅଯୋଧ୍ୟା ସହରକୁ ସୁନ୍ଦର ଭାବେ ସଜାଯାଉଛି।  ଏହି କାର୍ଯ୍ୟକ୍ରମ ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇସାରିଛି । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ହଜାର ହଜାର ଅତିଥି ଯୋଗଦେବେ। 

 

ସମାରୋହରେ ବଲିଉଡ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି କ୍ରିକେଟର ଏବଂ ଶିଳ୍ପପତିଙ୍କୁ ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବାପାଇଁ ନିମନ୍ତ୍ରଣ ଦିଆଯାଇଛି। ସମାରୋହରେ ଭାରତୀୟ ଦିଗଜ କ୍ରିକେଟର ସଚିନ ତେନ୍ଦୁଲକର, ବିରାଟ କୋହଲି ଏବଂ ହରଭଜନ ସିଂ ଯୋଗଦେବେ ବୋଲି ଜଣାପଡ଼ିଛି। ତେବେ ଏହି ତାଲିକାରେ ଭାରତୀୟ ପୂର୍ବତନ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କୁ ନିମନ୍ତ୍ରଣ ମିଳିସାରିଛି। ଧୋନୀଙ୍କୁ ଆରଏସଏସର କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୟ ସିଂ ଆମନ୍ତ୍ରଣ କରିଛନ୍ତି। ବିଜେପି ପ୍ରଦେଶ ସଂଗଠନ ମହାମନ୍ତ୍ରୀ କର୍ମବୀର ସିଂ ଏହି ଆମନ୍ତ୍ରଣ ବେଳେ ଉପସ୍ଥିତ ଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୂଚନା ଥାଉ କି, ପଦ୍ମଭୂଷଣ ଧୋନୀ କ୍ୟାପଟେନ ଦାୟିତ୍ବରେ ଥିବାବେଳେ ୨୦୦୭ ମସିହାରେ ଟି-୨୦ ବିଶ୍ବକପ ଏବଂ ୨୦୧୧ ମସିହାରେ ହୋଇଥିବା ଦିନିକିଆ ବିଶ୍ବକପ ଜିତିଥିଲା। ଧୋନୀ ୨୦୨୦ ମସିହା ଅଗଷ୍ଟ ୧୫ ତାରିଖରେ ଭାରତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ। କିନ୍ତୁ ଏଯାଏ ସେ ଫ୍ୟାନଙ୍କ ଭଲ ପାଇବାକୁ ସମ୍ମାନ କରି ଇଣ୍ଡିଆନ ପ୍ରିମିୟର ଲିଗ ଖେଳୁଛନ୍ତି।  

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର