Videos
|
Sports

ଲଗାତାର ୬ଟି ମ୍ୟାଚ ଜିତିବାପରେ ପ୍ଲେ ଅଫରୁ ବିଦା ହେଲା RCB

Ritu Das
Browse all articles by Ritu Das
·2 years ago·1 min read
ଲଗାତାର ୬ଟି ମ୍ୟାଚ ଜିତିବାପରେ ପ୍ଲେ ଅଫରୁ ବିଦା ହେଲା RCB

ଅର୍ଗସ ବ୍ୟୁରୋ: ଲଗାତାର ୬ ମ୍ୟାଚ୍‌ ଜିତି ପ୍ଲେଅଫ୍‌କୁ ଆସିଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଆଇପିଏଲ୍‌ରୁ ଏଲିମିନେଟ୍‌ ହୋଇଛି। ବୁଧବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ରାଜସ୍ଥାନ ରୟାଲ୍ସ ୪ ୱିକେଟ୍‌ରେ ଆର୍‌ସିବିକୁ ହରାଇ କ୍ବାଲିଫାୟର-୨ରେ ପହଞ୍ଚିଛି। ତା ସହ ଚାରି ମ୍ୟାଚ୍ ପରାଜୟ ଧାରାରେ ବ୍ରେକ୍ ଲଗାଇଛି। ଫଳରେ ଆର୍‌ସିବି ଓ ‌ବିରାଟ କୋହଲିଙ୍କ ଆଇପିଏଲ୍‌ ଟ୍ରଫି ଜିତିବା ସ୍ବପ୍ନ ପୁଣି ଥରେ ଅଧୁରା ରହିଯାଇଛି। ଶୁକ୍ରବାର ଚେନ୍ନାଇରେ ହେବାକୁ ଥିବା ଦ୍ବିତୀୟ କ୍ବାଲିଫାୟର୍‌ରେ ରାଜସ୍ଥାନର ମୁକାବିଲା ସନ୍‌ରାଇଜର୍ସ ହାଇଦ୍ରାବାଦ ସହିତ ହେବ। 

ଆର୍‌ସିବି ପକ୍ଷରୁ ଦିଆଯାଇଥିବା ୧୭୩ ରନ୍‌ର ଲକ୍ଷ୍ୟକୁ ରାଜସ୍ଥାନ ଗୋଟିଏ ଓଭର ପୂର୍ବରୁ ହାସଲ କରିଥିଲା। ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବେଳେ ଯଶସ୍ବୀ ଜୟସ୍ବାଲ୍‌ (୪୫) ଦୃଢ଼ ମୂଳଦୁଆ ପକାଇଥିଲେ ଏବଂ ମଧ୍ୟକ୍ରମରେ ରିୟାନ ପରାଗ (୩୬) ଓ ସିମ୍ରନ ହେଟମାୟର (୨୬) ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଶେଷ ଦୁଇ ଓଭରରେ ୧୩ ରନ୍‌ ଆବଶ୍ୟକ ହେଉଥିଲା ବେଳେ ରୋଭମାନ୍‌ ପାୱେଲ୍‌ (୧୬*)୧୯ତମ ଓଭରରୁ ୧୪ରନ୍‌ ସଂଗ୍ରହ କରି ଦଳକୁ ଜିତାଇଥିଲେ।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
After winning 6 matches | Argus News