Videos
|
Sports

ବିଶ୍ବକପ ଜିତିବା ପରେ ହାର୍ଦ୍ଦିକ ଲେଖିଲେ ଇମୋସନାଲ ପୋଷ୍ଟ.....ହେଲେ କାହାପାଇଁ

Ritu Das
Browse all articles by Ritu Das
·2 years ago·2 min read
ବିଶ୍ବକପ ଜିତିବା ପରେ ହାର୍ଦ୍ଦିକ ଲେଖିଲେ ଇମୋସନାଲ ପୋଷ୍ଟ.....ହେଲେ କାହାପାଇଁ

ଅର୍ଗସ ବ୍ୟୁରୋ: ଟି-୨୦ ବିଶ୍ବକପ ୨୦୨୪ ଟ୍ରଫି ଜିତିବାପରେ ଟିମ ଇଣ୍ଡିଆକୁ ସ୍ବଦେଶରେ ଜୋରଦାର ସ୍ବାଗତ କରାଯାଇଛି। ପୁରା ଦଳ ମୁମ୍ବାଇରେ ବିଜୟ ପରେଡରେ ଯୋଗ ଦେଇଥିଲେ। ସମସ୍ତ ଖେଳାଳି ବେଶ ଉତ୍ସାହିତ ଦେଖାଯାଉଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଏହି ସମୟର ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଏକ ହୃଦୟସ୍ପର୍ଶୀ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ତୁମେ ମୋ ପାଇଁ ପୁରା ଦୁନିଆ। ତେବେ ହାର୍ଦ୍ଦିକ ଏପରି ପୋଷ୍ଟ କାହାପାଇଁ ଲେଖିଛନ୍ତି ଆସନ୍ତୁ ଜାଣିବା।

ଓ୍ବାଙ୍ଖଡେ ଷ୍ଟାଡିୟମରେ ପହଞ୍ଚିବା ପରେ ଲକ୍ଷ ଲକ୍ଷ ଲୋକଙ୍କ ସହ ଗହଣରେ ହାର୍ଦ୍ଦିକ ଏକ ଭିଡିଓ କରିଥିଲେ। ଆଉ ଏହି ଭିଡିଓକୁ ସେ ଏକ ସ୍ବତନ୍ତ୍ର କ୍ୟାପସନରେ ପୋଷ୍ଟ କରିଥିଲେ। ସେ ଲେଖିଛନ୍ତି ଇଣ୍ଡିଆ ତୁମେ ମୋ ପାଇଁ ପୁରା ଦୁନିଆ। ଆପଣ ସମସ୍ତଙ୍କ ଭଲ ପାଇବା ପାଇଁ ମୋ ହୃଦୟରୁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ଏ ହେଉଛି ସେହି ସ୍ପେଶାଲ ମୋମେଣ୍ଟ ଯାହାକୁ ମୁଁ କେବେ ଭୂଲିପାରିବି ନାହିଁ। ବର୍ଷା ସତ୍ତ୍ବେ ବି ଆପଣ ଆମ ପାଇଁ ଉତ୍ସବରେ ଯୋଗ ଦେଇଛନ୍ତି। ଏଥିପାଇଁ ବହୁତ ସାରା ଧନ୍ୟବାଦ। ଆମେ ଆପଣମାନଙ୍କୁ ଭଲ ପାଉ। ଆମେ ସମସ୍ତେ ଚାମ୍ପିୟନ। ଥ୍ୟାଙ୍କ ୟୁ ମୁମ୍ବାଇ, ଥ୍ୟାଙ୍କ ୟୁ ଇଣ୍ଡିଆ। 

 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୂଚନା ଥାଉ କି, ଟି -୨୦ ବିଶ୍ବକପରେ ହାର୍ଦ୍ଦିକ ପାଣ୍ଡ୍ୟା ଚମତ୍କାର ପ୍ରଦର୍ଶନ କରିଥିଲେ। ବ୍ୟାଟିଂ କରୁଥିବାବେଳେ ୬ ଇନିଂରେ ୧୪୪ ରନ ସ୍କୋର କରିଥିଲେ। ବୋଲିଂ ବେଳେ ସେ ୮ ଇନିଂସରେ ୧୧ ଓ୍ବିକେଟ ନେଇଥିଲେ। ସାଉଥ ଆଫ୍ରିକା ଫାଇନାଲରେ ହାର୍ଦ୍ଦିକ ଶେଷ ଓଭର ବୋଲିଂ କରିଥିଲେ। ସେହି ଓଭରରେ ହାର୍ଦ୍ଦିକ ଚମତ୍କାର ବୋଲିଂ କରିଥିଲେ। ଜିତିବାପାଇଁ ଦକ୍ଷିଣଆଫ୍ରିକା ୬ଟି ବଲରେ ୧୬ ରନ ଆବଶ୍ୟକ କରୁଥିଲା। ଏହି ଓଭରରେ ଓ୍ବିକେଟ ନେଇ ହାର୍ଦ୍ଦିକ ଦଳକୁ ବିଶ୍ବ ବିଜେତା କରିଥିଲେ।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

After winning | Argus News