Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପାଣ୍ଡ୍ୟାଙ୍କ ପାଖକୁ ଫେରିଲା ଅଗସ୍ତ୍ୟ

Sports

ପାଣ୍ଡ୍ୟାଙ୍କ ପାଖକୁ ଫେରିଲା ଅଗସ୍ତ୍ୟ

Sangram Tripathy
Browse all articles by Sangram Tripathy
·1 year ago·1 min read
ପାଣ୍ଡ୍ୟାଙ୍କ ପାଖକୁ ଫେରିଲା ଅଗସ୍ତ୍ୟ

ଅର୍ଗସ ବ୍ୟୁରୋ:ଚର୍ଚ୍ଚାରେ ଟିମ୍ ଇଣ୍ତିଆର ଷ୍ଟାର ଅଲରାଉଣ୍ତର ହାର୍ଦ୍ଦିକ ପାଣ୍ତ୍ୟା । ଏଥର ଚର୍ଚ୍ଚା କିନ୍ତୁ କୌଣସି ବିବାଦକୁ ନେଇ ନୁହେଁ,ଏଥର ଚର୍ଚ୍ଚା କିନ୍ତୁ ପାଣ୍ଡ୍ୟାଙ୍କ ଖୁସିକୁ ନେଇ। ଆଉ ସେ ଖୁସି ଏମିତି ସେମିତି ଖୁସି ନୁହେଁ,ଜଣେ ବାପା ପୁଅ ନିକଟକୁ ଫେରିବାର ଖୁସି, ଅର୍ଥାତ ହାର୍ଦ୍ଦିକ ପାଣ୍ତ୍ୟାଙ୍କ ନିକଟକୁ ଫେରିଛନ୍ତି ପୁଅ ଅଗସ୍ତ୍ୟା। ନିକଟରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ପତ୍ନୀ ନତାଶା ଷ୍ଟାନକୋଭିକଙ୍କ ଛାଡ଼ପତ୍ର ହୋଇଥିଲା,ପୁଅକୁ ନେଇ ସର୍ବିଆ ଚାଲିଯାଇଥିଲେ ନତାଶା। ଫଳରେ ଅନେକ ସମୟରେ ପୁଅ ଅଗସ୍ତ୍ୟାକୁ ମିସ୍ କରୁଥିଲେ ହାର୍ଦ୍ଦିକ,କେତେବେଳେ ଅଗସ୍ତ୍ୟା ଆଇ ମିସ୍ ଇଉ ବୋଲି ପାଣ୍ତ୍ୟା ଲେଖୁଥିଲେ ତ ଆଉ କେତେବେଳେ ପୁଅର ଫଟୋ ଦେଖି ଭାବୁକ ହେଉଥିଲେ। ସେପଟେ ପୁଅ ମଧ୍ୟ ବାପାଙ୍କ ଫଟୋକୁ ଜାବୁଡି ଧରି କାନ୍ଦୁଥିବା ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା। 

ମିଳିଥିବା ସୂଚନା ଅନୁଯାୟୀ ପୁଅ ଅଗସ୍ତ୍ୟ ଏବେ ମୁମ୍ବାଇରେ ଥିବା ଜଣାପଡିଛି। ଛାଡପତ୍ର ପରେ ନତାଶା ପୁଅକୁ ନେଇ ସର୍ବିଆ ଚାଲିଯାଇଥିଲେ। କିନ୍ତୁ ପରେ ସେ ମୁମ୍ବାଇର ହାର୍ଦ୍ଦିକଙ୍କ ଘରେ ଅଗସ୍ତ୍ୟାକୁ ଛାଡିଥିବା ଜଣାପଡିଛି। ହାର୍ଦ୍ଦିକଙ୍କ ଭାଇ କୁନାଲ ପାଣ୍ଡ୍ୟାଙ୍କ ପତ୍ନୀ ପଂଖୁଡ଼ି ଶର୍ମା ଅଗସ୍ତ୍ୟର ଫଟୋ ସେୟାର କରିବା ସହ ନିଜ ପୁଅ କବୀରଙ୍କ ସହ ଏକ କ୍ୟୁଟ୍ ଭିଡିଓ ମଧ୍ୟ ସେୟାର କରିଛନ୍ତି। କିନ୍ତୁ ନତାଶା ମୁମ୍ବାଇରେ ଅଛନ୍ତି ନା ସର୍ବିଆ ଚାଲି ଯାଇଛନ୍ତି ସେ ସମ୍ପର୍କରେ କିଛି ସୂଚନା ମିଳିନାହିଁ। ଦୋଖିବାକୁ ଗଲେ ୨୦୨୦ରେ ହାର୍ଦ୍ଦିକ ଓ ନତାଶାଙ୍କ ହାତ ଧରିଥିଲେ,୨୦୨୩ରେ ପୁଣି ଥରେ ପାରମ୍ପରିକ ରୀତିନୀତି ଅନୁଯାୟୀ ବିବାହ ମଧ୍ୟ କରିଥିଲେ । କ୍ରିକେଟର ଗୁଡ୍ ବୟ,ପ୍ରେମରେ କିନ୍ତୁ ବେଡ ବୟ ହାର୍ଦ୍ଦିକ କିନ୍ତୁ ବେଶ ଚର୍ଚ୍ଚାରେ ରହିଛନ୍ତି । କେତେବେଳେ ବ୍ୟକ୍ତିଗତ ଲାଇଫକୁ ନେଇ ତ ଆଉ କେତେବେଳେ କ୍ରିକେଟର ବୃତ୍ତିଗତ ଲାଇଫ ଲାଇନକୁ ନେଇ ସବୁବେଳେ ଚର୍ଚ୍ଚାରେଥାନ୍ତି ହାର୍ଦ୍ଦିକ  ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Agastya returned to Pandya | Argus News