Indian Cricket / ରୋହିତ ଶର୍ମାଙ୍କୁ ନେଇ ବିବାଦ ପରେ ବଦଳିପାରନ୍ତି ଅଜିତ ଅଗରକର! ନୂଆ ଚିଫ୍ ସିଲେକ୍ଟର ଦୌଡ଼ରେ ଆଗରେ ଭିଭିଏସ୍ ଲକ୍ଷ୍ମଣ
·1 month ago·2 min read

Key Points
ହଟିବେ ଅଜିତ ଅଗରକର ? ଚିଫ୍ ସିଲେକ୍ଟର ହେବେ ଲକ୍ଷ୍ମଣ !
ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ !
ଅଗରକରଙ୍କ ପଦ ବିପଦରେ ଦୌଡ଼ରେ ଭିଭିଏସ୍ ଲକ୍ଷ୍ମଣ ।
ରୋହିତ ବିବାଦ ପରେ ବଦଳିବେ ଚିଫ୍ ସିଲେକ୍ଟର ?

ଭାରତୀୟ କ୍ରିକେଟରେ ହୋଇପାାରେ ବଡ଼ ପରିବର୍ତ୍ତନ । ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା (ଚିଫ୍ ସିଲେକ୍ଟର) ଅଜିତ ଅଗରକରଙ୍କୁ ପଦରୁ ହଟାଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଏହି ପଦ ପାଇଁ ବର୍ତ୍ତମାନ ବିସିସିଆଇର ସେଣ୍ଟର ଅଫ୍ ଏକ୍ସିଲେନ୍ସ (COE) ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ ସବୁଠାରୁ ଆଗରେ ଥିବା କୁହାଯାଉଛି ।
ରୋହିତଙ୍କୁ ନେଇ ବିବାଦ ପରେ ବଢ଼ିଲା ଚର୍ଚ୍ଚା
ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ, ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ସମୟରେ ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ ସମିତି, ଗୌତମ ଗମ୍ଭୀରଙ୍କ ନେତୃତ୍ୱରେ ଥିବା ଟିମ୍ ମ୍ୟାନେଜମେଣ୍ଟ ସମ୍ମୁଖରେ ରୋହିତ ଶର୍ମାଙ୍କୁ ଭବିଷ୍ୟତ ଯୋଜନାରୁ ବାଦ ଦେବା ପ୍ରସ୍ତାବ ରଖିଥିଲା । ଏହା ପରେ ରୋହିତଙ୍କ ଅବସରକୁ ନେଇ ବିଭିନ୍ନ ଖବର ସାମ୍ନାକୁ ଆସିଥିଲା ।
କୁହାଯାଉଥିଲା ଯେ, ଲର୍ଡ୍ସରେ ଖେଳାଯାଇଥିବା ଦିନିକିଆ ମ୍ୟାଚ୍ଟି ରୋହିତ ଶର୍ମାଙ୍କ କ୍ୟାରିୟରର ଶେଷ ମ୍ୟାଚ୍ ହୋଇପାରେ । କିନ୍ତୁ ସମସ୍ତ ଅଟକଳକୁ ଭୁଲ ପ୍ରମାଣିତ କରି ରୋହିତ ୧୧୦ ବଲରେ ୧୩୮ ରନର ଏକ ଦମଦାର ଶତକୀୟ ପାଳି ଖେଳିଥିଲେ। ଲର୍ଡ୍ସରେ ଭାରତ ପକ୍ଷରୁ ଏହା ପ୍ରଥମ ଦିନିକିଆ ଶତକ ଥିଲା ।
ବିସିସିଆଇକୁ ଦେବାକୁ ପଡ଼ିଲା ସ୍ପଷ୍ଟୀକରଣ
ରୋହିତଙ୍କ ଏହି ଇନିଂସ ପରେ ଚୟନ ସମିତି ଓ ଟିମ୍ ମ୍ୟାନେଜମେଣ୍ଟ ଚାପରେ ପଡ଼ିଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ, ବିସିସିଆଇକୁ ସ୍ପଷ୍ଟୀକରଣ ଦେଇ କହିବାକୁ ପଡ଼ିଥିଲା ଯେ, ରୋହିତ ଶର୍ମା ଯେପର୍ଯ୍ୟନ୍ତ ଦଳର ଅଂଶ ଅଛନ୍ତି, ସେପର୍ଯ୍ୟନ୍ତ ସେ ଟିମ୍ ଇଣ୍ଡିଆ ପାଇଁ ଖେଳିବେ ।
ଚିଫ୍ ସିଲେକ୍ଟର ଦୌଡ଼ରେ ଲକ୍ଷ୍ମଣ
ରିପୋର୍ଟ ଅନୁସାରେ, ଅଜିତ ଅଗରକରଙ୍କ ସ୍ଥାନରେ ଭିଭିଏସ୍ ଲକ୍ଷ୍ମଣଙ୍କୁ ନୂଆ ଚିଫ୍ ସିଲେକ୍ଟର କରାଯାଇପାରେ । ୨୦୨୧ ଶେଷ ଭାଗରେ ସେ ବିସିସିଆଇର ସେଣ୍ଟର ଅଫ୍ ଏକ୍ସିଲେନ୍ସ (COE)ର ମୁଖ୍ୟ ଭାବେ ନିଯୁକ୍ତ ହୋଇଥିଲେ ଏବଂ ସେହି ଦାୟିତ୍ୱରେ ଏବେ ବି କାର୍ଯ୍ୟରତ ଅଛନ୍ତି ।
ଲକ୍ଷ୍ମଣ ବିଭିନ୍ନ ସମୟରେ ଟିମ୍ ଇଣ୍ଡିଆର ଅନ୍ତରୀଣ ମୁଖ୍ୟ କୋଚ୍ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି । ନିକଟରେ ଜିମ୍ବାୱେ ଗସ୍ତ ସମୟରେ ସେ ଟିମ୍ର ମୁଖ୍ୟ କୋଚ୍ ଥିବାବେଳେ, ଏସିଆନ୍ ଗେମ୍ସରେ ମଧ୍ୟ ସେହି ଭୂମିକାରେ ଭାରତୀୟ ଦଳ ସହ ଯୋଡ଼ି ହୋଇଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ଏପର୍ଯ୍ୟନ୍ତ ବିସିସିଆଇ ପକ୍ଷରୁ ଅଜିତ ଅଗରକରଙ୍କୁ ହଟାଇବା କିମ୍ବା ଭିଭିଏସ୍ ଲକ୍ଷ୍ମଣଙ୍କୁ ନୂଆ ଚିଫ୍ ସିଲେକ୍ଟର ନିଯୁକ୍ତ କରିବା ସମ୍ପର୍କରେ କୌଣସି ଅଧିକୃତ ଘୋଷଣା କରାଯାଇନାହିଁ ।
Related Topics
Explore more stories