Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଆରସିବିର ସବୁ ଆଶା ଧୂଳିସାତ: ୪୨ ରନରେ ଜିତିଲା ହାଇଦ୍ରାବାଦ

Ritu Das
Browse all articles by Ritu Das
·1 year ago·2 min read
ଆରସିବିର ସବୁ ଆଶା ଧୂଳିସାତ: ୪୨ ରନରେ ଜିତିଲା ହାଇଦ୍ରାବାଦ

Key Points

ଆରସିବିର ଆଶା ଧୂଳିସାତ

ଇଶାନ କିଶନ ୯୪ ରନର ଅପରାଜିତ ଇନିଂସ ଖେଳିଥିଲେ

ବିରାଟ କୋହଲି ୨୫ ବଲରୁ ୪୩ ରନ କରି ଆଉଟ୍ ହୋଇଥିଲେ

ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ଅଧିନାୟକ ପାଟ୍ କମିନ୍ସଙ୍କ ଶାଣିତ ବୋଲିଂ ବଳରେ ସନରାଇଜର୍ସ ହାଇଦ୍ରାବାଦ ୪୨ ରନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ହରାଇଛି । ଏକଦା ୧୭୩ ରନରେ ୩ ୱିକେଟ୍ ହରାଇଥିବା ବେଙ୍ଗାଲୁରୁ ନିମ୍ନ କ୍ରମରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୮୯ ରନରେ ଅଲଆଉଟ୍ ହୋଇଛି । ଫିଲିପ ସଲ୍ଟ ୬୨ ରନର ବିସ୍ଫୋରକ ଇନିଂସ ଖେଳିଥିବା ବେଳେ ବିରାଟ କୋହଲି ୪୩ ରନ କରିଥିଲେ । ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍ ହରାଇ ୨୩୧ ରନର ବିଶାଳ ସ୍କୋର କରିଥିଲା । ଇଶାନ କିଶନ ୯୪ ରନର ଅପରାଜିତ ଇନିଂସ ଖେଳିଥିଲେ । ପରାଜୟ ସହ ବେଙ୍ଗାଲୁରୁ ପଏଣ୍ଟ ଟେବୁଲର ତୃତୀୟକୁ ଖସି ଆସିଛି । ହାଇଦ୍ରାବାଦ ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି । ୨୩୨ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ଆରସିବିକୁ ଦୁଇ ଓପନର ଫିଲିପ ସଲ୍ଟ ଓ ବିରାଟ କୋହଲି ଦମଦାର ଆରମ୍ଭ ଦେଇଥିଲେ ।


ଦୁଇ ବ୍ୟାଟର ଦ୍ରୁତ ବ୍ୟାଟିଂ କରି ଓପନିଂରେ ୭ ଓଭରରେ ୮୦ ରନ ଯୋଡିଥିଲେ । ବିରାଟ କୋହଲି ୨୫ ବଲରୁ ୪୩ ରନ କରି ଆଉଟ୍ ହୋଇଥିଲେ । ଅନ୍ୟପଟେ ସଲ୍ଟ ବିସ୍ଫୋରକ ବ୍ୟାଟିଂ କରିଥିଲେ । ସେ ମୟଙ୍କ ଅଗ୍ରୱାଲଙ୍କ ଦ୍ୱିତୀୟ ଭାଗିଦାରୀରେ ୪୦ ରନ ଯୋଡି ଦଳର ସ୍କୋରକୁ ୧୨୦ ରନରେ ପହଞ୍ଚାଇଥିଲେ । ମୟଙ୍କ ୧୧ ରନ କରି ନିରାଶ କରିଥିଲେ । ସଲ୍ଟଙ୍କୁ ଆଉଟ୍ କରି ପାଟ୍ କମିନ୍ସ ଦଳକୁ ବଡ ସଫଳତା ଦେଇଥିଲେ । ସଲ୍ଟ ୩୨ ବଲରୁ ୪ ଚୌକା ଓ ୫ ଛକା ସହ ୬୨ ରନ କରିଥିଲେ । ପ୍ରଥମେ ୩ ୱିକେଟ୍ ହରାଇ ୧୭୩ ରନ କରିଥିବା ଆରସିବି ଅଚାନକ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା । ରଜତ ପାଟିଦାର ୧୮ ରନ କରି ଆଉଟ୍ ହେବା ପରେ ଜଣେ ପରେ ଜଣେ ବ୍ୟାଟର ପାଭିଲିୟନ ଫେରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିନାୟକ ଦାୟିତ୍ୱ ତୁଲାଇଥିବା ଜିତେଶ ଶର୍ମା ୨୪ ରନ କରିପାରିଥିଲେ । ରୋମାରିଓ ସେଫର୍ଡ ୦, କୁନାଲ ପାଣ୍ଡ୍ୟା ୮, ଟିମ୍ ଡେଭିଡ ୧ ଆଉଟ୍ ହେବା ଦଳକୁ ପରାଜୟକୁ ଠେଲିଥିଲା । ଶେଷରେ ଆରସିବି ୧୯.୫ ଓଭରରେ ୧୮୯ ରନରେ ଅଲଆଉଟ୍ ହୋଇଛି । ବୋଲିଂରେ ହାଇଦ୍ରାବାଦ ପକ୍ଷରୁ ଅଧିନାୟକ ପାଟ୍ କମିନ୍ସ ୪ ଓଭରରେ ୨୮ ରନ ଦେଇ ୩ ୱିକେଟ୍ ଅକ୍ତିକାର କରିଛନ୍ତି । ଇଶାନ ମାଲିଙ୍ଗାଙ୍କୁ ୨ଟି ୱିକେଟ୍ ମିଳିଛି ।

Sponsored
all-rcbs-hopes-dashed-hyderabad-won-by-42-runs | Argus News