Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ପ୍ରଥମ ବିଜୟ ହାସଲ କଲା ମୁମ୍ବାଇ ଇଣ୍ଡିଆନ୍ସ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପ୍ରଥମ ବିଜୟ ହାସଲ କଲା ମୁମ୍ବାଇ ଇଣ୍ଡିଆନ୍ସ

ଅର୍ଗସ ବ୍ୟୁରୋ:  ଆଇପିଏଲ ର ଚଳିତ ସିଜିନରେ ନିଜର ପ୍ରଥମ ବିଜୟ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ୨୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲକୁ ୨୯ ରନରେ ହରାଇ ମ୍ୟାଚ ଜିତିଛି ମୁମ୍ବାଇ। ମୁମ୍ବାଇ ଦ୍ୱାରା ରଖାଯାଇଥିବା ୨୩୫ ରନର ବିଜୟ ଲକ୍ଷ୍ୟ ଜବାବରେ ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୨୦୫ ରନ କରିପାରିଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଦଳ ଆରମ୍ଭରୁ ଏକ ବଡ଼ ପାର୍ଟନରସିପ କରି ଭଲ ମୂଳଦୂଆ ସ୍ଥାପନ କରିଥିଲା । ଦଳର ଦୁଇ ଓପନର ରୋହିତ ଶର୍ମା ଓ ଇଶାନ କିଷନ ଯଥାକ୍ରମେ ୪୯ ରନ ଓ ୪୨ ରନ କରିଥିଲେ । ସେହିପରି ପ୍ରଥମ ଥର ଲକ୍ଷ୍ନୌ, ଗୁଜରାଟ ବିପକ୍ଷରେ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ୫ ଓ୍ଵିକେଟ୍ ହରାଇ ୧୬୩ ରନ କରିଥିଲା। ଜବାବରେ ଗୁଜରାଟ, ବ୍ୟାଟରଙ୍କ ନିରାଶ୍ୟଜନକ ପ୍ରଦର୍ଶନ କାରଣରୁ ୧୮.୫ ଓଭରରେ ମାତ୍ର ୧୩୦ ରନ କରି ଅଲଆଉଟ୍ ହୋଇଥିଲା।

ଅଧିକ ପଢ଼ନ୍ତୁ ଖେଳ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
All-round Mumbai Indians ease past Delhi Capitals for first win of season. | Argus News