Videos
|
Sports

ଶତକ ମାରି ଚମକାଇଲେ ଅଲରାଉଣ୍ଡର: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଟିମରେ ସାମିଲ କଲା ବିସିସିଆଇ

Ritu Das
Browse all articles by Ritu Das
·1 year ago·1 min read
ଶତକ ମାରି ଚମକାଇଲେ ଅଲରାଉଣ୍ଡର: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଟିମରେ ସାମିଲ କଲା ବିସିସିଆଇ

ଅର୍ଗସ ବ୍ୟୁରୋ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ବେଙ୍ଗାଲୁରୁ ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତକୁ ୮ ଉଇକେଟରେ ପରାଜୟର ସାମ୍ନା କରିବାକୁ ପଡିଛି। ନ୍ୟୁଜିଲାଣ୍ଡ ୩୬ ବର୍ଷ ପରେ ଭାରତ ମାଟିରେ ଟେଷ୍ଟ ମ୍ୟାଚରେ ବିଜୟ ହାସଲ କରିଛି। ଏବେ ଏହି ସିରିଜର ଦ୍ୱିତୀୟ ମ୍ୟାଚ୍ ୨୪ ଅକ୍ଟୋବରକୁ ପୁଣେରେ ଖେଳାଯିବ।

ଏବେ ଦ୍ୱିତୀୟ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳରେ ପରିବର୍ତନ ଦେଖିବାକୁ ମିଳିଛି। ବିସିସିଆଇର ଚୟନ କମିଟି ଅଲରାଉଣ୍ଡର ୱାସିଂଟନ ସୁନ୍ଦରଙ୍କୁ ସିରିଜର ବାକି ଦୁଇ ମ୍ୟାଚ୍ ପାଇଁ ଟିମରେ ସାମିଲ କରାଯାଇଛି। ସୁନ୍ଦର ଦ୍ୱିତୀୟ ମ୍ୟାଚ୍ ଆରମ୍ଭ ପୂର୍ବରୁ ଭାରତୀୟ ଟିମ୍ ସହିତ ଯୋଗଦେବେ। ସୁନ୍ଦର ନିକଟରେ ରଣଜୀ ଟ୍ରଫି ଦ୍ୱିତୀୟ ରାଉଣ୍ଡରେ ତାମିଲନାଡୁ ପାଇଁ ଖେଳି ୧୫୨ ରନର ଚମତ୍କାର ଇନିଂସ ଖେଳିଥିଲେ।

ତେବେ ଅତିରିକ୍ତ ଅଲରାଉଣ୍ଡର ବିକଳ୍ପ ଭାବରେ ୨୫ ବର୍ଷୀୟ ୱାଶିଂଟନ୍ ସୁନ୍ଦରଙ୍କୁ କାହିଁକି ଭାରତୀୟ ଦଳରେ ଅନ୍ତର୍ଭୁକ୍ତ କରାଯାଇଛି ତାହା ବିସିସିଆଇ ସ୍ପଷ୍ଟ କରି ନାହିଁ। ଯେହେତୁ ଭାରତୀୟ ଦଳରେ ରବିଚନ୍ଦ୍ରନ ଅଶ୍ୱିନ, ରବିନ୍ଦ୍ର ଜାଡେଜା ଏବଂ ଅକ୍ଷର ପଟେଲଙ୍କ ଭଳି ଖେଳାଳି ଅଛନ୍ତି। ଭାରତ ବର୍ତ୍ତମାନ ୧୬ ଜଣିଆ ଦଳ ସହିତ ପୁଣେ ଏବଂ ମୁମ୍ବାଇ ଟେଷ୍ଟରେ ଓହ୍ଲାଇବ।

ଭାରତୀୟ ଟିମ୍: ରୋହିତ ଶର୍ମା(ଅଧିନାୟକ), ଜସପ୍ରୀତ ବୁମ୍ରା (ଉପ-ଅଧିନାୟକ), ଯଶସ୍ୱୀ ଜୈସ୍ବାଲ, ଶୁଭମାନ ଗିଲ, ବିରାଟ କୋହଲି, କେ.ଏଲ୍ ରାହୁଲ, ସର୍ଫରାଜ ଖାନ, ଋଷଭ ପନ୍ତ (ଉଇକେଟ ରକ୍ଷକ), ଧ୍ରୁଭ ଜୁରେଲ (ଉଇକେଟ ରକ୍ଷକ), ରବିଚନ୍ଦ୍ରନ ଅଶ୍ୱିନ୍, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଆକାଶ ଦୀପ, ୱାଶିଂଟନ୍ ସୁନ୍ଦର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

All-rounder hits | Argus News