Videos
|
Sports

ଧୋନିଙ୍କ ବିରୋଧରେ ଅଭିଯୋଗ: ଅଗଷ୍ଟ ୩୦ ସୁଦ୍ଧା ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ

Ritu Das
Browse all articles by Ritu Das
·1 year ago·1 min read
ଧୋନିଙ୍କ ବିରୋଧରେ ଅଭିଯୋଗ: ଅଗଷ୍ଟ ୩୦ ସୁଦ୍ଧା ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ

ଅର୍ଗସ ବ୍ୟୁରୋ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନି ଏବେ ପୁଣି ଖବରକୁ ଆସିଛନ୍ତି। ବାସ୍ତବରେ ମହେନ୍ଦ୍ର ସିଂ ଧୋନିଙ୍କ ବିରୋଧରେ ବିସିସିଆଇ ଅଧିକାରୀଙ୍କ ନିକଟରେ କନଫ୍ଲିକ୍ଟ ଅଫ ଇଣ୍ଟ୍ରେଷ୍ଟ ଅଭିଯୋଗ କରାଯାଇଛି। ବିସିସିଆଇର ନିୟମ ୩୯ ଅନୁଯାୟୀ ବୋର୍ଡର ଇଥିକ୍ସ କମିଟିରେ ଏହି ଅଭିଯୋଗ ଦାଖଲ କରାଯାଇଛି।

ଉତ୍ତରପ୍ରଦେଶର ଆମେଠି ଜିଲ୍ଲାର ବାସିନ୍ଦା ରାଜେଶ କୁମାର ମୌର୍ଯ୍ୟ ଏହି ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ୧୫ କୋଟି ଟଙ୍କା ଠକେଇ ମାମଲା ସହିତ ଜଡିତ। ଯାହାକି ଭାରତୀୟ କ୍ରିକେଟର ଏମଏସ ଧୋନିଙ୍କ ଦ୍ୱାରା ରାଞ୍ଚିର ସିଭିଲ କୋର୍ଟରେ ମିହିର ଦିୱାକର ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଦାଖଲ କରାଯାଇଥିଲା। ବିସିସିଆଇର ଇଥିକ୍ସ କମିଟି ୩୦ ଅଗଷ୍ଟ ସୁଦ୍ଧା ଧୋନିଙ୍କଠାରୁ ଉତ୍ତର ମାଗିଛନ୍ତି। ଏହା ବ୍ୟତୀତ ରାଜେଶ କୁମାର ମୌର୍ଯ୍ୟଙ୍କୁ ୧୬ ସେପ୍ଟେମ୍ବର ସୁଦ୍ଧା ଉତ୍ତର ଦେବାକୁ କୁହାଯାଇଛି।

ରାଞ୍ଚି ସିଭିଲ କୋର୍ଟରେ ମିହିର ଦିୱାକର ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଏମଏସ ଧୋନି ଏକ ଠକେଇ ମାମଲା ଦାୟର କରିଥିଲେ। ଏଥିରେ ମିହିର ଦିୱାକରଙ୍କ ବ୍ୟତୀତ ଧୋନିଙ୍କ ସହ ବ୍ୟବସାୟ କରୁଥିବା ସୋମ୍ୟା ଦାସ ଏବଂ ଆର୍କା ସ୍ପୋର୍ଟସ ମ୍ୟାନେଜମେଣ୍ଟ ପ୍ରାଇଭେଟ ଲିମିଟେଡ ବିରୋଧରେ ଠକେଇ ଅଭିଯୋଗ ଆସିଥିଲା। କୁହାଯାଇଥିଲା ଯେ ଭାରତୀୟ କ୍ରିକେଟରଙ୍କଠାରୁ ୧୫ କୋଟି ଟଙ୍କା ଠକେଇ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୨୦ ମାର୍ଚ୍ଚ ୨୦୨୪ରେ ଅନୁଷ୍ଠିତ ଶୁଣାଣିରେ ରାଞ୍ଚି ସିଭିଲ କୋର୍ଟ ଏହି ମାମଲାକୁ ସଠିକ୍ ବୋଲି ଜାଣିବାକୁ ପାଇଥିଲେ। ଯେଉଁଥିପାଇଁ ମିହିର ଦିୱାକର, ସୋମ୍ୟା ଦାସ ଏବଂ ଆର୍କା ସ୍ପୋର୍ଟସ ମ୍ୟାନେଜମେଣ୍ଟ ପ୍ରାଇଭେଟ ଲିମିଟେଡକୁ ଡକାଯାଇଥିଲା। ବିଶେଷକରି ମିହିର ଦିୱାକରଙ୍କ ବିରୋଧରେ ଧୋନି ଚୁକ୍ତିନାମା ଉଲ୍ଲଂଘନ କରିଥିବା ଅଭିଯୋଗ କରିଥିଲେ। ଚୁକ୍ତିନାମା ୨୦୨୧ ମସିହାରେ ଶେଷ ହୋଇଯାଇଥିଲା, ତଥାପି ମିହିର ଦିୱାକରଙ୍କ କମ୍ପାନୀ ଆର୍କା ସ୍ପୋର୍ଟସ ମ୍ୟାନେଜମେଣ୍ଟ ପାଇଭେଟ ଲିମିଟେଡ ତାଙ୍କ ନାମ ବ୍ୟବହାର ଜାରି ରଖିଥିଲେ।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Allegation against | Argus News