Alyssa Healy Retirement / ସ୍ୱାମୀଙ୍କ ପୂର୍ବରୁ କ୍ରିକେଟରୁ ଅବସର ନେବେ ୮ ଥର ବିଶ୍ୱ ଚାମ୍ପିଅନ ଏଲିସା ହିଲି, ଭାରତ ବିପକ୍ଷରେ ଖେଳିବେ ଶେଷ ମ୍ୟାଚ୍
·6 months ago·2 min read

Key Points
ଅଷ୍ଟ୍ରେଲିଆର ମହିଳା କ୍ରିକେଟ ଦଳର ଅଧିନାୟିକା ଏଲିସା ହିଲି ତାଙ୍କର ଅବସର ଘୋଷଣା କରିଛନ୍ତି। ସେ ସମସ୍ତ ପ୍ରକାରର କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି।
ଅଷ୍ଟ୍ରେଲିଆର ମହିଳା କ୍ରିକେଟ ଦଳର ଅଧିନାୟିକା ଏଲିସା ହିଲି ତାଙ୍କର ଅବସର ଘୋଷଣା କରିଛନ୍ତି। ସେ ସମସ୍ତ ପ୍ରକାରର କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କର ଅବସର ଘୋଷଣା କରି ସେ କହିଛନ୍ତି ଯେ ଭାରତ ବିପକ୍ଷରେ ଆଗାମୀ ମଲ୍ଟି-ଫର୍ମାଟ ସିରିଜ୍ ତାଙ୍କର ଶେଷ ମ୍ୟାଚ୍ ହେବ। ଏହାର ଅର୍ଥ ହେଉଛି ସେ ସେହି ସିରିଜ୍ ପରେ କ୍ରିକେଟରୁ ଅବସର ନେବେ। ଏହି ଘୋଷଣା ସ୍ପଷ୍ଟ କରୁଛି ଯେ ସେ ତାଙ୍କ ସ୍ୱାମୀ, ଅଷ୍ଟ୍ରେଲିଆର ପୁରୁଷ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ପୂର୍ବରୁ କ୍ରିକେଟ ଛାଡିବେ।
ଏଲିସା ହିଲିଙ୍କ ଶେଷ ସିରିଜ୍ କିପରି ହେବ:
ଭାରତୀୟ ମହିଳା କ୍ରିକେଟ୍ ଦଳ ଆସନ୍ତା ମାସ ଫେବୃଆରୀରେ ଏକ ପୂର୍ଣ୍ଣାଙ୍ଗ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଭାରତୀୟ ଦଳ ତିନୋଟି ଟି-୨୦, ତିନୋଟି ଦିନିକିଆ ଏବଂ ଗୋଟିଏ ଟେଷ୍ଟ ମ୍ୟାଚ୍ ଖେଳିବ।
ଟି-୨୦ ସିରିଜ୍ ଫେବୃଆରୀ ୧୫ ରୁ ୨୧ ତାରିଖ ମଧ୍ୟରେ ଖେଳାଯିବ। ତିନୋଟି ଦିନିକିଆ ଫେବୃଆରୀ ୨୪ ରୁ ମାର୍ଚ୍ଚ ୧ ତାରିଖ ମଧ୍ୟରେ ଖେଳାଯିବ। ଏକମାତ୍ର ଟେଷ୍ଟ ମ୍ୟାଚ୍ ମାର୍ଚ୍ଚ ୬ ତାରିଖରୁ ପର୍ଥରେ ଖେଳାଯିବ, ଯାହା ଏଲିସା ହିଲିଙ୍କ କ୍ୟାରିୟରର ଶେଷ ମ୍ୟାଚ୍ ମଧ୍ୟ ହେବ।
ଏହି ସିରିଜ ପରେ, ଏଲିସା ହିଲି ୧୧ଟି ଟେଷ୍ଟ, ୧୨୬ ଦିନିକିଆ ଏବଂ ୧୬୫ ଟି-୨୦ ଖେଳି ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କର କ୍ୟାରିୟର ଶେଷ କରିବେ। ଅବସର ଘୋଷଣା କରି ଏଲିସା ହିଲି କହିଛନ୍ତି ଯେ ସେ ତାଙ୍କ ଚମତ୍କାର କ୍ୟାରିୟର ପାଇଁ ସେ ଗର୍ବିତ।
ଟି-୨୦ ବିଶ୍ୱକପ୍ ପୂର୍ବରୁ ଅବସର ନେଇଥିଲେ:
ଏଲିସାଙ୍କ ଅବସର ନିଷ୍ପତ୍ତି ଯୋଗୁଁ ସେ ଚଳିତ ବର୍ଷ ଜୁନ୍-ଜୁଲାଇରେ ଅନୁଷ୍ଠିତ ହେବାକୁ ଥିବା ମହିଳା ଟି-୨୦ ବିଶ୍ୱକପ୍ ଖେଳୁଥିବାର ଦେଖିବାକୁ ମିଳିବେନି। ଅଷ୍ଟ୍ରେଲିଆ ସେଠାରେ ଜଣେ ନୂତନ ଅଧିନାୟକଙ୍କ ନେତୃତ୍ୱରେ ଖେଳିବ। ଏଲିସାଙ୍କ ଅନ୍ତର୍ଜାତୀୟ କ୍ୟାରିଅର ୧୫ ବର୍ଷ ବ୍ୟାପିଥିଲା, ଏହି ସମୟ ମଧ୍ୟରେ ସେ ୭,୦୦୦ ରୁ ଅଧିକ ରନ ସ୍କୋର କରିଥିଲେ ଏବଂ ୱିକେଟ ପଛରେ ୨୭୫ ଜଣ ଡିସମିସାଲ୍ କରିଥିଲେ।
ଏଲିସା ୮ ଥର ବିଶ୍ୱ ଚାମ୍ପିଅନ:
ଏଲିସା ହିଲି ଆଠ ଥର ବିଶ୍ୱ ଚାମ୍ପିଅନ। ସେ ଦୁଇଥର ODI ବିଶ୍ୱକପ୍ ଏବଂ ଛଅ ଥର T20 ବିଶ୍ୱକପ୍ ଜିତିଛନ୍ତି। ୨୦୨୨ ODI ବିଶ୍ୱକପ୍ ଫାଇନାଲରେ ହିଲି ପ୍ଲେୟାର ଅଫ୍ ଦି ମ୍ୟାଚ୍ ମଧ୍ୟ ହୋଇଥିଲେ। କ୍ରିକେଟ୍ ଅଷ୍ଟ୍ରେଲିଆର ସିଇଓ ଟଡ୍ ଗ୍ରୀନବର୍ଗ ଏଲିସା ହିଲିଙ୍କୁ ତାଙ୍କ ଉଜ୍ଜ୍ୱଳ କ୍ୟାରିଅର ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, “ହିଲି ଅନେକଙ୍କ ପାଇଁ ପ୍ରେରଣା। ଆମେ ତାଙ୍କୁ ଭବିଷ୍ୟତ ପାଇଁ ଶୁଭକାମନା ଜଣାଉଛୁ।”
Leader. Larrikin. Legend ❤️
— Australian Women's Cricket Team 🏏 (@AusWomenCricket) January 12, 2026
After 15 unforgettable years as part of our team, Alyssa Healy will retire from all forms of cricket following our home series against India. pic.twitter.com/M7VenGA5En
ଏଲିସା ହିଲିଙ୍କ ଶେଷ ସିରିଜ୍ କିପରି ହେବ:
ଭାରତୀୟ ମହିଳା କ୍ରିକେଟ୍ ଦଳ ଆସନ୍ତା ମାସ ଫେବୃଆରୀରେ ଏକ ପୂର୍ଣ୍ଣାଙ୍ଗ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଭାରତୀୟ ଦଳ ତିନୋଟି ଟି-୨୦, ତିନୋଟି ଦିନିକିଆ ଏବଂ ଗୋଟିଏ ଟେଷ୍ଟ ମ୍ୟାଚ୍ ଖେଳିବ।
ଟି-୨୦ ସିରିଜ୍ ଫେବୃଆରୀ ୧୫ ରୁ ୨୧ ତାରିଖ ମଧ୍ୟରେ ଖେଳାଯିବ। ତିନୋଟି ଦିନିକିଆ ଫେବୃଆରୀ ୨୪ ରୁ ମାର୍ଚ୍ଚ ୧ ତାରିଖ ମଧ୍ୟରେ ଖେଳାଯିବ। ଏକମାତ୍ର ଟେଷ୍ଟ ମ୍ୟାଚ୍ ମାର୍ଚ୍ଚ ୬ ତାରିଖରୁ ପର୍ଥରେ ଖେଳାଯିବ, ଯାହା ଏଲିସା ହିଲିଙ୍କ କ୍ୟାରିୟରର ଶେଷ ମ୍ୟାଚ୍ ମଧ୍ୟ ହେବ।
ଏହି ସିରିଜ ପରେ, ଏଲିସା ହିଲି ୧୧ଟି ଟେଷ୍ଟ, ୧୨୬ ଦିନିକିଆ ଏବଂ ୧୬୫ ଟି-୨୦ ଖେଳି ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କର କ୍ୟାରିୟର ଶେଷ କରିବେ। ଅବସର ଘୋଷଣା କରି ଏଲିସା ହିଲି କହିଛନ୍ତି ଯେ ସେ ତାଙ୍କ ଚମତ୍କାର କ୍ୟାରିୟର ପାଇଁ ସେ ଗର୍ବିତ।
ଟି-୨୦ ବିଶ୍ୱକପ୍ ପୂର୍ବରୁ ଅବସର ନେଇଥିଲେ:
ଏଲିସାଙ୍କ ଅବସର ନିଷ୍ପତ୍ତି ଯୋଗୁଁ ସେ ଚଳିତ ବର୍ଷ ଜୁନ୍-ଜୁଲାଇରେ ଅନୁଷ୍ଠିତ ହେବାକୁ ଥିବା ମହିଳା ଟି-୨୦ ବିଶ୍ୱକପ୍ ଖେଳୁଥିବାର ଦେଖିବାକୁ ମିଳିବେନି। ଅଷ୍ଟ୍ରେଲିଆ ସେଠାରେ ଜଣେ ନୂତନ ଅଧିନାୟକଙ୍କ ନେତୃତ୍ୱରେ ଖେଳିବ। ଏଲିସାଙ୍କ ଅନ୍ତର୍ଜାତୀୟ କ୍ୟାରିଅର ୧୫ ବର୍ଷ ବ୍ୟାପିଥିଲା, ଏହି ସମୟ ମଧ୍ୟରେ ସେ ୭,୦୦୦ ରୁ ଅଧିକ ରନ ସ୍କୋର କରିଥିଲେ ଏବଂ ୱିକେଟ ପଛରେ ୨୭୫ ଜଣ ଡିସମିସାଲ୍ କରିଥିଲେ।
ଏଲିସା ୮ ଥର ବିଶ୍ୱ ଚାମ୍ପିଅନ:
ଏଲିସା ହିଲି ଆଠ ଥର ବିଶ୍ୱ ଚାମ୍ପିଅନ। ସେ ଦୁଇଥର ODI ବିଶ୍ୱକପ୍ ଏବଂ ଛଅ ଥର T20 ବିଶ୍ୱକପ୍ ଜିତିଛନ୍ତି। ୨୦୨୨ ODI ବିଶ୍ୱକପ୍ ଫାଇନାଲରେ ହିଲି ପ୍ଲେୟାର ଅଫ୍ ଦି ମ୍ୟାଚ୍ ମଧ୍ୟ ହୋଇଥିଲେ। କ୍ରିକେଟ୍ ଅଷ୍ଟ୍ରେଲିଆର ସିଇଓ ଟଡ୍ ଗ୍ରୀନବର୍ଗ ଏଲିସା ହିଲିଙ୍କୁ ତାଙ୍କ ଉଜ୍ଜ୍ୱଳ କ୍ୟାରିଅର ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, “ହିଲି ଅନେକଙ୍କ ପାଇଁ ପ୍ରେରଣା। ଆମେ ତାଙ୍କୁ ଭବିଷ୍ୟତ ପାଇଁ ଶୁଭକାମନା ଜଣାଉଛୁ।”
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories