Videos
|
Sports

Anaya Bangar / ଯୁବରାଜଙ୍କ ବାପାଙ୍କଠାରୁ କ୍ରିକେଟ୍ ଟ୍ରେନିଂ ନେବେ ଅନାୟା ବାଙ୍ଗର… ଶେୟାର କଲେ ପ୍ରଥମ ଫଟୋ

Ritu Das
Browse all articles by Ritu Das
·1 hour ago·2 min read
ଯୁବରାଜଙ୍କ ବାପାଙ୍କଠାରୁ କ୍ରିକେଟ୍ ଟ୍ରେନିଂ ନେବେ ଅନାୟା ବାଙ୍ଗର… ଶେୟାର କଲେ ପ୍ରଥମ ଫଟୋ
Cricket

Key Points

ପୂର୍ବତନ ଭାରତୀୟ କ୍ରିକେଟର ସଞ୍ଜୟ ବାଙ୍ଗରଙ୍କ ଝିଅ ଅନାୟା ବାଙ୍ଗର ଏବେ ପୁଣିଥରେ ଚର୍ଚ୍ଚାରେ
ପୂର୍ବତନ ଭାରତୀୟ କ୍ରିକେଟର ସଞ୍ଜୟ ବାଙ୍ଗରଙ୍କ ଝିଅ ଅନାୟା ବାଙ୍ଗର ଏବେ ପୁଣିଥରେ ଚର୍ଚ୍ଚାରେ। ଏଥର କିନ୍ତୁ ଖବର ତାଙ୍କର କ୍ରିକେଟ ଅଭ୍ୟାସ ପାଇଁ। ଅନାୟା ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହଙ୍କ ପିତା ଯୋଗରାଜ ସିଂହଙ୍କୁ ଭେଟିଥିଲେ। ଆଉ ଭେଟିବାର ଏକ ଫଟୋ ନିଜ ଇନଷ୍ଟାରେ ଶେୟାର କରିଥିଲେ। ଅନାୟା କହିଲେ ଯେ, ମୋ ଅଭ୍ୟାସର ସେ ହେଉଛନ୍ତି ମାର୍ଗଦର୍ଶନ। ଏବେ ମୋର ଅଭ୍ୟାସ ଆରମ୍ଭ ହୋଇଯାଇଛି।
ଅନାୟା ନିଜ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, `Practise Commences With Yograj Singh Sir’ (ଯୋଗରାଜ ସିଂହ ସାରଙ୍କ ସହ ଅଭ୍ୟାସ ଆରମ୍ଭ)। ତାଙ୍କର ଏହି ପୋଷ୍ଟ ଦେଖି ଫ୍ୟାନ୍ସ ମାନେ ଢେର ସାରା ଭଲପାଇବା ଦେଇଛନ୍ତି। କିଛି ଜଣ ତାଙ୍କୁ ପ୍ରଶଂସା କରିବା ସହ ଅନ୍ୟ କିଛି ଜଣ ତାଙ୍କୁ ଶୁଭକାମନା ଜଣାଇଛନ୍ତି। ଆଉ କେତେକ ଫ୍ୟାନ୍ସ ଇମୋଜୀ ଦେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ତେବେ ଏକଥା ଜାଣିଥଆନ୍ତୁ ଯେ, ଅନାୟା ତାଙ୍କ କ୍ରିକେଟ କ୍ୟାରିୟର ଭାରତ ନୁହେଁ ଅଷ୍ଟ୍ରେଲିଆରୁ ଆରମ୍ଭ କରିବାକୁ ଯାଉଛନ୍ତି। କ୍ରିକେଟ୍ ଅଷ୍ଟ୍ରେଲିଆ (CA) ନିଜ ନୀତି ଅନୁଯାୟୀ ତାଙ୍କୁ ମାର୍ଚ୍ଚ ୨୦୨୭ରୁ ଆରମ୍ଭ ହେବାକୁ ଥିବା ଉଚ୍ଚସ୍ତରୀୟ ମହିଳା କ୍ରିକେଟ୍‌ରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟତା ପ୍ରଦାନ କରିଛି। ତେବେ ଏଥିପାଇଁ ତାଙ୍କୁ କିଛି ନିର୍ଦ୍ଧାରିତ ସର୍ତ୍ତ ପୂରା କରିବାକୁ ପଡ଼ିବ।

ଅନାୟା ପ୍ରଥମେ ଆର୍ଯ୍ୟନ ବାଙ୍ଗର ନାମରେ ପରିଚିତ ଥିଲେ। କ୍ରିକେଟ ବି ଖେଳୁଥିଲେ। ଜେଣ୍ଡର ପରିବର୍ତ୍ତନ କରିବାପରେ ଅନାୟା ତାଙ୍କ ପରିଚୟ ସାର୍ବଜନୀନ କରଇଥିଲେ। ସୋସିଆଲ ମିଡିଆରେ ବି ତାଙ୍କର ଭଲ ଫ୍ୟାନ ଫଲୋଇଙ୍ଗ ରହିଛି। ଇନଷ୍ଟାରେତାଙ୍କୁ ୧୦ ଲକ୍ଷରୁ ଅଧିକ ଲୋକ ଫଲୋ କରନ୍ତି। ତେବେ ଅନାୟାଙ୍କର ଏହି ନୂଆ ପୋଷ୍ଟ ଏବେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।

ଜେଣ୍ଡର ପରିବର୍ତ୍ତନ ହେବାପୂର୍ବରୁ ଅନାୟା ଆର୍ଯ୍ୟନ ଥିଲେ। ସେତେବେଳେ କ୍ରିକେଟର ଜବରଦସ୍ତ ପ୍ରର୍ଦାନ କରୁଥିଲେ। ମୁମ୍ବାଇର ସ୍ଥାନୀୟ କ୍ଲବ କ୍ରିକେଟରେ ଇସଲାମ ଜିମଖାନା ପକ୍ଷରୁ ସେ ଖେଳିବା ଆରମ୍ଭ କରିଥିଲେ। ଏହା ପରେ, ମାତ୍ର ୧୮ ବର୍ଷ ବୟସରେ, ସେ ଇଂଲଣ୍ଡର ଲିଷ୍ଟରଶାୟାର ଲିଗ୍‌ରେ 'ହିଙ୍କଲି କ୍ରିକେଟ୍ କ୍ଲବ୍' (Hinckley Cricket Club) ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୦୧୯ ମସିହାରେ, ସେ ପୁଡୁଚେରୀର ପ୍ରତିନିଧିତ୍ୱ କରି ଜାତୀୟ ଅଣ୍ଡର-୧୯ କୁଚ୍ ବିହାର ଟ୍ରଫିରେ ଅଂଶଗ୍ରହଣ କରିଥିଲେ। ଏହି ଟୁର୍ଣ୍ଣମେଣ୍ଟରେ ଅନାୟା ୫ ମ୍ୟାଚରୁ ୩୦୦ ରନ କରିଥିଲେ। ସର୍ବାଧିକ ୧୫୦ ରନ ନିଜ ନାଁରେ କରିଛନ୍ତି। ଏହାମଧ୍ୟରେ ଦୁଇ ଅର୍ଦ୍ଧଶତକ ବି ତାଙ୍କ ନାମରେ ରହିଛି। ବୋଲିଂରେ ତାଙ୍କ ପ୍ରଦର୍ଶନ ଭଲ। ୨୦ ଓ୍ବିକେଟ ନିଜ ନାଁରେ କରିଛନ୍ତି।

ଯୁବରାଜଙ୍କ ପିତା ଏବେ ୬୮ ବର୍ଷର ହୋଇସାରିଛନ୍ତି। ଚଣ୍ଡୀଗଡ଼ରେ ନିଜ କ୍ରିକେଟ କୋଚିଂ ଦେଉଛନ୍ତି। ଏହାବ୍ୟତୀତ କ୍ରିକେଟ ଜଡ଼ିତ ମୁଦ୍ଦାରେ ନିଜର ପ୍ରତିକ୍ରିୟା ସବୁବେଳେ ଦେଇଥଆନ୍ତି। ଯୋଗରାଜ ସିଂହ ଭାରତୀୟ ଟିମ ପାଇଁ ଗୋଟିଏ ଟେଷ୍ଟ, ଏବଂ ୬ଟି ଅନ୍ତର୍ଜାତୀୟ ଦିନିକିଆ ସିରିଜ ଖେଳିଛନ୍ତି। ୧୯୮୧ ମସିହା ଫେବୃୟାରୀ ୨୧ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ। ଏହା ତାଙ୍କ କ୍ୟାରିୟରର ଏକମାତ୍ର ଟେଷ୍ଟ ମ୍ୟାଚ ଥିଲା। ଯେଉଁଠି ସେ ଜନ ରାଇଟଙ୍କୁ ଆଉଟ କରିଥିଲେ।

୧୯୮୦ ମସିହା ଡିସେମ୍ବର ୨୧ ତାରିଖରେ ତାଙ୍କର ପ୍ରଥମ ଦିନିକିଆ ମ୍ୟାଚ ବ୍ରିୱେନରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଥିଲା। ଏହି ମୁକାବିଲାରେ ସେ ଦୁଇ ଓ୍ବିକେଟ ହାସଲ କରିଥିଲେ। ଯୋଗରାଜ ଭାରତ ପାଇଁ ଛଅଟି ଦିନିକିଆ ଖେଳିଥିଲେ। ଯେଉଁଥିରେ ୪ ଓ୍ବିକେଟ ଯୋଗରାଜଙ୍କ ନାଁରେ ରହିଛି।