Cricket Controversy / ଅନାୟା ବାଙ୍ଗରଙ୍କୁ ମହିଳା କ୍ରିକେଟ୍ ଅନୁମତି…ବିରୋଧ କଲେ ମାରିଜାନ୍ କାପ…ତେଜିଲା ବିବାଦ
·2 hours ago·2 min read

Key Points
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ଓ କୋଚ୍ ସଞ୍ଜୟ ବାଙ୍ଗରଙ୍କ ଟ୍ରାନ୍ସଜେଣ୍ଡର ଝିଅ ଅନାୟା ବାଙ୍ଗରଙ୍କୁ ନେଇ କ୍ରିକେଟ୍ ଜଗତରେ ଏକ ନୂଆ ବିବାଦ ସୃଷ୍ଟି ହୋଇଛି ।
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ଓ କୋଚ୍ ସଞ୍ଜୟ ବାଙ୍ଗରଙ୍କ ଟ୍ରାନ୍ସଜେଣ୍ଡର ଝିଅ ଅନାୟା ବାଙ୍ଗରଙ୍କୁ ନେଇ କ୍ରିକେଟ୍ ଜଗତରେ ଏକ ନୂଆ ବିବାଦ ସୃଷ୍ଟି ହୋଇଛି । କ୍ରିକେଟ୍ ଅଷ୍ଟ୍ରେଲିଆ (CA) ଅନାୟାଙ୍କୁ ନିଜ ଦେଶରେ କମ୍ୟୁନିଟି ଓ ପ୍ରିମିୟର ମହିଳା କ୍ରିକେଟ୍ ଖେଳିବା ପାଇଁ ଅନୁମତି ପ୍ରଦାନ କରିବା ସହ ଆବଶ୍ୟକୀୟ ନିୟମ ଓ ଟେଷ୍ଟୋଷ୍ଟେରୋନସ୍ତର ପୂରଣ କଲେ ଏଲିଟ୍ ମହିଳା କ୍ରିକେଟ୍ରେ ଖେଳିବା ପାଇଁ ରାସ୍ତା ଫିଟାଇଛି । ଏହି ନିଷ୍ପତ୍ତି ପରେ ଅନାୟା ଆଗାମୀ ଦିନରେ ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ରେ ନିଜ ଭାଗିଦାରୀକୁ ନେଇ ଆଶା ବ୍ୟକ୍ତ କରିଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଦକ୍ଷିଣ ଆଫ୍ରିକାର ତାରକା ଅଲରାଉଣ୍ଡର ମାରିଜାନ୍ କାପ୍ ।
ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍ ଦଳର ପ୍ରମୁଖ ଖେଳାଳି ମାରିଜାନ୍ କାପ୍ ଏହି ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ଭୁଲ୍ ବୋଲି ଆଖ୍ୟା ଦେଇଛନ୍ତି । ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ୍ ସେୟାର କରି ସେ ଏହାକୁ ସମ୍ପୂର୍ଣ୍ଣ ଅସଙ୍ଗତ ଓ ହାସ୍ୟାସ୍ପଦ ବୋଲି କହିବା ସହ ଏପରି ଅନୁମତି ଆଦୌ ଦିଆଯିବା ଉଚିତ୍ ନୁହେଁ ବୋଲି ପ୍ରକାଶ କରିଛନ୍ତି । ଏହା ସହିତ ସେ ୱିମେନ୍ସ ବିଗ୍ ବ୍ୟାଶ୍ ଲିଗ୍ (WBBL)କୁ ମଧ୍ୟ ଟ୍ୟାଗ୍ କରି ନିଜର କଡ଼ା ଆପତ୍ତି ଜଣାଇଛନ୍ତି, ଯେଉଁଠାରେ ଆଗାମୀ ଦିନରେ ଅନାୟା ଖେଳୁଥିବାର ନଜର ଆସିପାରନ୍ତି ।
ଅନାୟା (ପୂର୍ବରୁ ଆର୍ଯ୍ୟନ୍) ଭାରତରେ ମୁମ୍ବାଇ ପାଇଁ ବାଳକ ବର୍ଗରେ କ୍ରିକେଟ୍ ଖେଳିସାରିଛନ୍ତି । ପରବର୍ତ୍ତୀ ସମୟରେ ସେ ହରମୋନ୍ ରିପ୍ଲେସମେଣ୍ଟ ଥେରାପି ଓ ସର୍ଜରୀ ମାଧ୍ୟମରେ ନିଜର ଲିଙ୍ଗ ପରିବର୍ତ୍ତନ କରିଥିଲେ । ଭାରତରେ ଟ୍ରାନ୍ସଜେଣ୍ଡର ଖେଳାଳିଙ୍କ ପାଇଁ ନିର୍ଦ୍ଦିଷ୍ଟ ନୀତି ନ ଥିବା ବେଳେ ଇଣ୍ଟରନ୍ୟାସନାଲ କ୍ରିକେଟ୍ କାଉନ୍ସିଲ (ICC) ପୁରୁଷ ଯୌବନାବସ୍ଥା ଦେଇ ଗତି କରିଥିବା ଟ୍ରାନ୍ସଜେଣ୍ଡର ମହିଳାଙ୍କୁ ଆନ୍ତର୍ଜାତୀୟ ମହିଳା କ୍ରିକେଟ୍ ଖେଳିବା ଉପରେ ବ୍ୟାନ ଲଗାଇଛି । ମାତ୍ର କ୍ରିକେଟ୍ ଅଷ୍ଟ୍ରେଲିଆର ନିଜସ୍ବ ନୀତି ଅନୁସାରେ ନିର୍ଦ୍ଦିଷ୍ଟ ମେଡିକାଲ୍ ମାନଦଣ୍ଡ ପୂରଣ କରୁଥିବା ଟ୍ରାନ୍ସଜେଣ୍ଡର ଖେଳାଳିଙ୍କୁ ସର୍ତ୍ତମୂଳକ ଭାବେ ଖେଳିବାକୁ ସୁଯୋଗ ମିଳିଥାଏ ।
ବର୍ତ୍ତମାନ ସାରା ବିଶ୍ୱରେ ମହିଳା କ୍ରୀଡ଼ାରେ ଟ୍ରାନ୍ସଜେଣ୍ଡର କିମ୍ବା ଉଚ୍ଚ ଟେଷ୍ଟୋଷ୍ଟେରୋନ୍ ସ୍ତର ଥିବା ଆଥଲେଟ୍ମାନଙ୍କ ଅଂଶଗ୍ରହଣକୁ ନେଇ ଚର୍ଚ୍ଚା ଜାରି ରହିଛି । ପ୍ୟାରିସ୍ ଓଲିମ୍ପିକ୍ସରେ ଆଲଜେରିଆର ବକ୍ସର ଇମାନ ଖଲିଫ୍ଙ୍କ ଅଂଶଗ୍ରହଣକୁ ନେଇ ମଧ୍ୟ ସମାନ ପ୍ରକାରର ବିବାଦ ଦେଖାଦେଇଥିଲା । କ୍ରିକେଟ୍ ଅଷ୍ଟ୍ରେଲିଆର ଏହି ନୂଆ ନିଷ୍ପତ୍ତି ଆଗାମୀ ଦିନରେ ମହିଳା କ୍ରିକେଟ୍ରେ ସମାନତା ଓ ପ୍ରତିଯୋଗିତାମୂଳକ ସୁରକ୍ଷାକୁ ନେଇ ଏକ ନୂଆ ବାଦବିବାଦକୁ ଆହୁରି ତୀବ୍ର କରିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ମାରିଜାନ କାପ୍ଙ୍କ କ୍ୟାରିଅର
ମାରିଜାନ କାପ୍ ଜଣେ କିମ୍ବଦନ୍ତୀ ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର। ସେ ଦକ୍ଷିଣ ଆଫ୍ରିକା ପାଇଁ ଚାରୋଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି, ୫୬.୪୨ ହାରରେ ୩୯୫ ରନ୍ କରିଛନ୍ତି ଏବଂ ଗୋଟିଏ ୱିକେଟ୍ ନେଇଛନ୍ତି। ଏହା ସହିତ, ସେ ୧୬୨ଟି ଦିନିକିଆ ଖେଳି ୩୫୧୧ ରନ୍ କରିଛନ୍ତି ଏବଂ ୧୮୧ ୱିକେଟ୍ ନେଇଛନ୍ତି। ୧୨୬ଟି ଟି-୨୦ରେ ସେ ୧୭୭୪ ରନ୍ କରିଛନ୍ତି ଏବଂ ୧୦୧ ୱିକେଟ୍ ନେଇଛନ୍ତି।
Related Topics
Explore more stories