Videos
|
Sports

ପୁଣି ଚର୍ଚ୍ଚାରେ ଭାରତର ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା

Ritu Das
Browse all articles by Ritu Das
·1 year ago·2 min read
ପୁଣି ଚର୍ଚ୍ଚାରେ ଭାରତର ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା

ଅର୍ଗସ ବ୍ୟୁରୋ: ପୁଣି ଚର୍ଚ୍ଚାରେ ଟିମ୍ ଇଣ୍ତିଆର ଷ୍ଟାର ଅଲରାଉଣ୍ତର ହାର୍ଦ୍ଦିକ ପାଣ୍ତ୍ୟା । ନିକଟରେ ତାଙ୍କ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ଏବେ ସେ ଆଉ ଜଣଙ୍କ ପ୍ରେମରେ ପଡ଼ିଯାଇଥିବା ନେଇ ଚର୍ଚ୍ଚା ହେଉଛି । ବ୍ରିଟିଶର ଜଣେ ଗାୟିକାଙ୍କ ପ୍ରେମରେ ପାଣ୍ତ୍ୟା ପଡ଼ିଯାଇଥିବା ଶୁଣିବାକୁ ମିଳିଛି। 
ନିକଟରେ ପତ୍ନୀ ନତାଶା ଷ୍ଟାନକୋଭିକଙ୍କଠାରୁ ଅଲଗା ହେବା ଖବର ଘୋଷଣା କରିଥିବା ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଗ୍ରିସରେ ଏବେ ଛୁଟି କାଟୁଛନ୍ତି। ତେବେ ସେ ଛୁଟି କାଟିବାକୁ ଯାଇଥିବା ବେଳେ କିଛି ଫଟୋକୁ ନେଇ ସେ ବ୍ରିଟିଶ ସିଙ୍ଗର ଜସ୍ମିନ୍ ୱାଲିଆଙ୍କୁ ଡେଟ କରୁଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। 

କ୍ରିକେଟରଙ୍କ ପ୍ରଶଂସକମାନେ ତାଙ୍କୁ ଏବଂ ଜସ୍ମିନଙ୍କୁ ସମାନ ବ୍ୟାକ୍‌ଗ୍ରାଉଣ୍ଡ୍‌ରେ ଫଟୋ ଉଠାଇଥିବାର ଦେଖି ସେମାନେ ସାଥୀ ହୋଇ ଛୁଟି କାଟିବାକୁ ଯାଇଥାଇପାରନ୍ତି ବୋଲି ସନ୍ଦେହ କରୁଛନ୍ତି। କିଛି ଦିନ ପୂର୍ବରୁ ଜସ୍ମିନ୍ ଏକ ସୁଇମିଂ ପୁଲ୍ ପାଖରେ ଠିଆ ହୋଇଥିବା ବେଳେ ନୀଳ ବିକିନିରେ ନିଜର ଚିତ୍ର ସେୟାର କରିଥିଲେ। ସୂର୍ଯ୍ୟ କିରଣରୁ ନିଜକୁ ରକ୍ଷା କରିବା ପାଇଁ ସେ ଏକ ଟୋପି ବି ପିନ୍ଧିଥିଲେ।
ପରେ, ହାର୍ଦ୍ଦିକ ସେହି ସୁଇମିଂ ପୁଲରେ ଏକ ପୋଜ୍ ମାରିବାର ଏକ ଭିଡିଓ ସେୟାର କରିଥିଲେ। ସେ ଏକ ପ୍ରି‌ଣ୍ଟେଡ୍‌ ସାର୍ଟ ଏବଂ ବିଜ୍‌ ପ୍ୟାଣ୍ଟରେ ଫଟୋ ଉଠାଇ ପୋଷ୍ଟ୍‌ କରିଥିଲେ। ତେବେ ତାଙ୍କର ସେହି ପୋଷ୍ଟ୍‌କୁ ଜସ୍ମିନ୍‌ ଲାଇକ୍‌ କରିବାରୁ ଚର୍ଚ୍ଚା ଆହୁରି ଜୋର୍‌ ଧରିଛି। ତେବେ ଜସ୍ମିନ୍‌ ପାଣ୍ଡ୍ୟାଙ୍କ ଫଲୋର୍ସ ଲିଷ୍ଟରେ ବି ଅଛନ୍ତି। ତେବେ ଦୁହିଁଙ୍କ ପ୍ରେମ ଖବର କେତେଦୂର ସତ ତାହା ଆମେ ଜାଣିନାହୁଁ। 

ଜଣେ ଇନଷ୍ଟାଗ୍ରାମ ୟୁଜର୍ସ ଜସ୍ମିନଙ୍କ ପୋଷ୍ଟରେ କମେଣ୍ଟ କରିଛନ୍ତି, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତୁମେ ଏକାଠି ଅଛ। ଗ୍ରିସରେ ନୂତନ ପ୍ରେମ ପକ୍ଷୀ ଦୁହେଁ ଉପଭୋଗ କରୁଛ ନା? ଅନ୍ୟ ଜଣେ ୟୁଜର୍ସ ପଚାରିଛନ୍ତି, ‘‘ହାର୍ଦ୍ଦିକ ପାଣ୍ଡ୍ୟା ତୁମେ ଏବେ ସତରେ କେଉଁଠାରେ ଅଛ?  ବାର୍ବାଡୋସରୁ ଆଇସିସି ବିଶ୍ବକପ ଜିତି ଭାରତ ଫେରିବା ପରେ ହାର୍ଦ୍ଦିକ ତାଙ୍କ ଜୀବନକୁ ନେଇ ବ୍ୟକ୍ତିଗତ କଥା ସାରା ଦେଶବାସୀଙ୍କୁ ଜଣାଇଥିଲେ। ହାର୍ଦ୍ଦିକ ଏବଂ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ ଜୁଲାଇ ୧୮ ତାରିଖରେ ଦୁହେଁ ଦୁହିଁଙ୍କୁ ଛାଡ଼ପତ୍ର ଦେଉଛନ୍ତି  ବୋଲି ଜଣାଇଥିଲେ। ତେବେ କିଏ ଆଗ ଲାଇଫକୁ ନେଇ ମୁଭ ଅନ କରୁଛି ତାହା ଦେଖିବାକୁ ବାକି ରହିଲା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

And in the | Argus News