Videos
|
Sports

ଆଉ ଟିମ୍ ଇଣ୍ଡିଆର କୋଚ ଭାବେ ନଜର ଆସିବେନି `ଦି ୱାଲ'

Ritu Das
Browse all articles by Ritu Das
·2 years ago·2 min read
ଆଉ ଟିମ୍ ଇଣ୍ଡିଆର କୋଚ ଭାବେ ନଜର ଆସିବେନି `ଦି ୱାଲ'

ଅର୍ଗସ ବ୍ୟୁରୋ: ଭାରତୀୟ ଦଳ ବିଶ୍ବ ବିଜେତା ହୋଇ ସାରିଛି। ଭାରତ ଆଜି ଭାରତୀୟ ଦଳକୁ ନେଇ ଗର୍ବିତ। ଦୀର୍ଘ ଦିନର ସ୍ୱପ୍ନ ବି ସାକାର ହୋଇଛି । ଫ୍ୟାନ୍ସ ଖୁସି ଅଛନ୍ତି, ଟିମ୍ ଇଣ୍ଡିଆର ଖେଳାଳି ବି ଖୁସ ଓ ଟିମ୍ ଇଣ୍ଡିଆକୁ ଏତେ ଉଚ୍ଚସ୍ତରରକୁ ନେଇ ଯାଇଥିବା ଭାରତୀୟ ଦଳର କୋଚ ବି ଏବେ ଖୁସି। ଟିମ୍ ଇଣ୍ଡିଆର ଟ୍ୱେଣ୍ଟି ଟ୍ୱେଣ୍ଟି ଦଳରୁ ବିଦାୟ ନେଇ ସାରିଛନ୍ତି ‘ରୋ-କୋ’ ଯୋଡି। ବିରାଟ ଓ କୋହଲିଙ୍କ ଅବସର ପରେ ଆଉ ଟିମ୍ ଇଣ୍ଡିଆର କୋଚ ଭାବରେ ମଧ୍ୟ ନଜର ଆସିବେନି ‘ଦି ୱାଲ’ ଭାବରେ ପରିଚିତ କୋଚ ରାହୁଲ ଦ୍ରାବିଡ। ରାହୁଲ ଏତେ ଖୁସି ଥିଲେ ସେ କେବେ ସେଲିବ୍ରେଶନ କରନ୍ତି ନାହିଁ କିନ୍ତୁ ଟିମ ଜିତିବାପରେ ବିଶ୍ବକପ ଧରି ନିଜର କୋହ ବାହାର କରିଥିଲେ। ସେତିକିବେଳେ ଆଖିରୁ ତାଙ୍କର କେଇ ଧାର ଅଶ୍ରୁ ଗଡ଼ି ଆସିଥିଲା ।

କୋଚ ରାହୁଲ ଦ୍ରାବିଡଙ୍କ ପାଇଁ ଏହି ବିଶ୍ୱକପ ବିଜୟ ଭାର ମୁକ୍ତ ଭଳି ଥିଲା । ୨୦୦୭ ମସିହାରେ ଦ୍ରାବିଡଙ୍କ ନେତୃତ୍ୱାଧୀନ ଦଳ ଦିନିକିଆ ବିଶ୍ୱକପର ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଥିଲା । ଦ୍ରାବିଡ ଟିମ ଇଣ୍ଡିଆର ଟ୍ରଫି ବିଜୟ ପରେ କହିଛନ୍ତି ଯେ, ସେ ଏହିସବୁ ପୂର୍ବ କଥାକୁ ସେତେ ଧ୍ୟାନ ଦିଅନ୍ତି ନାହିଁ । ଅନେକ ଖେଳାଳି ବିଶ୍ୱକପ ଜିତି ପାରନ୍ତି ନାହିଁ। 

 ମାତ୍ର ସେ ଭାଗ୍ୟଶାଳୀ ଯେ ଟିମ୍ ଇଣ୍ଡିଆର କୋଚ ପଦ ପାଇ ଭାରତକୁ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପରେ ବିଶ୍ୱ ବିଜେତା କରାଇ ପାରିଛନ୍ତି । ତାହା ସହ ଏଭଳି ସୂର୍ଣ୍ଣିମ ମୁହୂର୍ତ୍ତର ମୁକସାକ୍ଷୀ ହୋଇ ପାରିଛନ୍ତି। ରାହୁଲ ଆଉ ମଧ୍ୟ କହିଛନ୍ତି ମ୍ୟାଚରେ ତ ହାର ଜିତ ଲାଗିରହିବ। ମୁଁ ସାଉଥ ଆଫ୍ରିକା ଖେଳାଳିଙ୍କ ପାଇଁ ଦୁଃଖିତ। କାରଣ ସେମାନେ ଭଲ ଖେଳିଥିଲେ। ମ୍ୟାଚ ପୁରା କଣ୍ଟେଷ୍ଟ ଥିଲା। କିନ୍ତୁ ଏହା ମୋର ମୋ ଟିମ ସହ ଶେଷ ମ୍ୟାଚ ଥିବାରୁ ମନ ଭିତରେ ବିଶ୍ବକପକୁ ନେଇ ଏକ ସ୍ବପ୍ନ ଥିଲା। ଆଉ ତାକୁ ମୋ ଟିମ ଖେଳାଳି ପୁରା କରିଦେଲେ। ମୁଁ ବହୁତ ଖୁସି। 

ତାଙ୍କୁ ରୋହିତ ଓ ଏ ଦଳ ସହ କାମ କରି ବେଶ ଖୁସି ମିଳିଛି ବୋଲି ମଧ୍ୟ କୋଚ ରାହୁଲ ଦ୍ରାବିଡ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି । ଏ ଯାତ୍ରା ବହୁତ ସୁନ୍ଦର ଲାଗିଲା, ଯାହାର ସେ ଭରପୁର ମଜା ନେଲେ ବୋଲି ମଧ୍ୟ ରାହୁଲ ଜଣାଇଛନ୍ତି । ସେ ନିଜର ସର୍ବଶ୍ରେଷ୍ଠ ଦେଇଥିବାରୁ ଖୁସି ଜାହିର କରିଛନ୍ତି। ମୁଁ ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ରୋହିତଙ୍କ କ୍ୟାପଟେନସିକୁ ଭୁଲିବି ନାହିଁ। ଆଉ ଟିମରେ କୋହଲିଙ୍କ ପ୍ରଦର୍ଶନକୁ କେବେ ଭୁଲିପାରିବି ନାହିଁ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

And 'The Wall' | Argus News