Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ମୋଦିଙ୍କ କୋଳରେ ଅଙ୍ଗଦ ବୁମରା: ଯଶପ୍ରିତଙ୍କ ପୁଅ ଏବେ ଚର୍ଚ୍ଚାରେ

Ritu Das
Browse all articles by Ritu Das
·2 years ago·1 min read
ମୋଦିଙ୍କ କୋଳରେ ଅଙ୍ଗଦ ବୁମରା: ଯଶପ୍ରିତଙ୍କ ପୁଅ ଏବେ ଚର୍ଚ୍ଚାରେ

ଅର୍ଗସ ବ୍ୟୁରୋ: ଭାରତୀୟ କ୍ରିକେଟ ଟିମ ଗୁରୁବାର ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲେ। ହୋଟେଲରେ ବିଶ୍ରାମ ନେବାପରେ ଦଳ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ଯାଇଥିଲେ। ଭାରତର ତାରକା ବୋଲର ଯଶପ୍ରିତ ବୁମରା ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କର ସାକ୍ଷାତର କିଛି ଫଟୋ ଶେୟାର କରିଛନ୍ତି। 
ହୃଦୟସ୍ପର୍ଶୀ ଫଟୋରେ ପିଏମ ମୋଦି ବୁମରା, ସଞ୍ଜନା ଏବଂ ସେମାନଙ୍କ ପୁଅ ଅଙ୍ଗଦ ମାନେ ଜୁନିୟର ବୁମରାଙ୍କ ସହ ପୋଜ ଦେଉଥିବା ଜଜର ଆସଛନ୍ତି। ମୋଦିଙ୍କ କୋଳରେ ଅଙ୍ଗଦ। ତେବେ ଲୋକେ ମୋଦିଙ୍କର ଏହି ଫଟୋକୁ ବେଶ ପସନ୍ଦ କରିଛନ୍ତି। 

ଜୁନ ୨୯ରେ ଭାରତୀୟ କ୍ରିକେଟ ଦଳ ଫାଇନାଲରେ ଦକ୍ଷିଣଆଫ୍ରିକାକୁ ପରାସ୍ତ କରି ଟି-୨୦ ବିଶ୍ବକପ ଟାଇଟାଲ ଜିତିଛି। ଟିମ ଇଣ୍ଡିଆ ଗୁରୁବାର ବାର୍ବାଡୋସରୁ ଘରକୁ ଫେରିଛି। ଦିଲ୍ଲୀ ଏୟାରପୋର୍ଟରେ ଟିମ ଇଣ୍ଡିଆକୁ ଭବ୍ୟ ସ୍ବାଗତ କରାଯାଇଥିଲା। ମୋଦି ଅଙ୍ଗଦଙ୍କୁ ଖୁସିରେ ଧରି ତାଙ୍କ ସହ କଥା ହେଉଥିଲେ ଆଉ କହିଥିଲେ ବଡ଼ ହେଲେ ବାପାଙ୍କ ଭଳି ଭଲ ଖେଳାଳିଟେ ହୁଅ। ଦେଶର ନାଁ ରଖ। କିନ୍ତୁ ଅଙ୍ଗଦ କଣ ବୁଝିପାରୁଥିଲେ। ବହୁତ କୁନି ସେ ବଡ଼ ହେଲେ ଜାଣିବେ ଦେଶର ପ୍ରଧାନମନ୍ତ୍ରୀଙ୍କ କୋଳରେ ଅଙ୍ଗଦ ଥିଲେ। ଏହା ଅତ୍ୟନ୍ତ ଗର୍ବର ବିଷୟ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Angad Bumrah | Argus News