Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଟେଷ୍ଟ ମ୍ୟାଚରେ ବିରାଟ କୋହଲିଙ୍କ ଆଉ ଏକ ବଡ଼ ଧମାକା

Sports

ଟେଷ୍ଟ ମ୍ୟାଚରେ ବିରାଟ କୋହଲିଙ୍କ ଆଉ ଏକ ବଡ଼ ଧମାକା

Ritu Das
Browse all articles by Ritu Das
·1 year ago·1 min read
ଟେଷ୍ଟ ମ୍ୟାଚରେ ବିରାଟ କୋହଲିଙ୍କ ଆଉ ଏକ ବଡ଼ ଧମାକା

ଅର୍ଗସ ବ୍ୟୁରୋ: କାନପୁର ଟେଷ୍ଟ ମ୍ୟାଚରେ ଭାରତ ବାଂଲାଦେଶକୁ ହରାଇବା ସହ ଇତିହାସ ରଚିଛି। ଭାରତ କାନପୁରରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ବାଂଲାଦେଶରେ ୭ ୱିକେଟରେ ବିଜୟ ହାସଲ କରିଛି। ଏହିପରି ୨ଟି ମ୍ୟାଚର ସିରିଜରେ ବାଂଲାଦେଶୀ ଦଳ ୨-୦ରେ କ୍ଲିନ ସ୍ୱିପ କରି ଲଗାତାର ୧୮ତମ ସିରିଜ ଜିତିବାର ବଡ଼ ସଫଳତା ହାସଲ କରିଛି। ବାଲାଂଦେଶର ପ୍ରଥମ ଇଂନିସ ୨୩୩ ରନରେ ଅଟକିଯାଇଥିଲା, ଯାହାପରେ ଭାରତ ଆକର୍ଷଣୀୟ ଭାବେ ଖେଳି ୩୫ ଓଭର ମଧ୍ୟରେ ୨୮୯/୯ ରନର ସ୍କୋରରେ ନିଜର ଇଂନିସ ଘୋଷଣା କରିଛି। 

ସେହିପରି ଦ୍ୱିତୀୟ ଇଂନିସରେ ବାଂଲାଦେଶ ମାତ୍ର ୧୪୬ ରନ କରିପାରିଥିଲା ଏବଂ ଏହିପରି ଭାବେ ଟିମ ଇଣ୍ଡିଆକୁ ଜିତିବା ପାଇଁ ୯୫ ରନର ଟାର୍ଗେଟ ମିଳିଥିଲା। ବିରାଟ କୋହଲି ୨୯ ଏବଂ ଋଷଭ ପନ୍ତ ୪ ରନ କରିଥିଲେ। କୋହଲି ନିଜର ଏହି ଇଂନିସରେ ୪ଟି ଚୌକା ସହ ବଡ଼ କୀର୍ତ୍ତିମାନ ନିଜ ନାମରେ କରିଥିଲେ।
କୋହଲି ନିଜ ଇଂନିସର ତୃତୀୟ ଚୌକା ମାରିବା ସହ ଟେଷ୍ଟ କ୍ରିକେଟରେ ନିଜର ୧୦୦୦ ଚୌକା ପୂରଣ କରଛନ୍ତି। ଟେଷ୍ଟ କ୍ରିକେଟ ମ୍ୟାଚର ଇତିହାସର ଏହି ଟାଇଟଲକୁ ହାସଲ କରିଥିବା କୋହଲି ୫ମ ଭାରତୀୟ ବ୍ୟାଟ୍ସମ୍ୟାନ ଅଟନ୍ତି। ଏହା ପୂର୍ବରୁ ଏପରି ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ବୀରେନ୍ଦର ସହୱାଗ ଏବଂ ବିବିଏସ ଲକ୍ଷ୍ମଣ ଏହି କୀର୍ତ୍ତିମାନ କରିଥିଲେ।
ସଚିନ ତେନ୍ଦୁଲକର ୨୦୫୮
୧୬୫୪- ରାହୁଲ ଦ୍ରାବିଡ
୧୨୩୩- ବୀରେନ୍ଦର ସହୱାଗ
୧୧୩୫- ଭିଭିଏସ ଲକ୍ଷ୍ମଣ
୧୦୦୧-ବିରାଟ କୋହଲି

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Another big blast | Argus News