Videos
|
Sports

ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ଆଉ ଏକ ପଦକ ଆଶା

Ritu Das
Browse all articles by Ritu Das
·2 years ago·1 min read
ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ଆଉ ଏକ ପଦକ ଆଶା

ଅର୍ଗସ ବ୍ୟୁରୋ: ପ୍ୟାରିସ ଅଲିମ୍ପିକରେ ଭାରତ ପାଇଁ ଆଉ ଏକ ପଦକ ଆଶା । ମହିଳା ଏକକ ବର୍ଗରେ ଷ୍ଟାର ତୀରନ୍ଦାଜ ଦୀପିକା କୁମାରୀ ପ୍ରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ୩୬ ବର୍ଷ ମଧ୍ୟରେ ତୀରନ୍ଦାଜିରେ ଭାରତକୁ ଅଲିମ୍ପିକ୍ସ ପଦକ ମିଳିନାହିଁ। ଦୀପିକା କୁମାରୀଙ୍କ ମୁକାବିଲା ନେଦରଲ୍ୟାଣ୍ଡ୍ସର କ୍ୱିଣ୍ଟୀ ରୋଇଫିନଙ୍କ ସହ ହୋଇଥିଲା। 

ଦୀପିକା ତାଙ୍କୁ ୬-୨ରେ ହରାଇ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପ୍ରଥମ ସେଟକୁ ଦୀପିକା ୨୯-୨୮ରେ ଜିତି ନେଇଥିଲେ। ଅଗଷ୍ଟ ୩ ତାରିଖରେ ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଖେଳିବେ ଦୀପିକା। ସେପଟେ ଅଲିମ୍ପିକ୍ସ ପଦକଠାରୁ ଗୋଟିଏ ପାଦ ଦୂରରେ ଲଭଲିନା । 

୭୫ କେଜି ମହିଳା ବର୍ଗରେ ଲଢ଼ୁଥିବା ଲଭଲିନା ଆଜି ନରୱେର ସୁନ୍ନିଭା ହୋଫଷ୍ଟାଡଙ୍କୁ ୫-୦ରେ ହରାଇ କ୍ୱାର୍ଟର ଫାନାଲରେ ନିଜର ସ୍ଥାନ ପକ୍କା କରିଛନ୍ତି।୭୫ କେଜି ମହିଳା ବର୍ଗରେ ଲଢ଼ୁଥିବା ଲଭଲିନା ନରୱେର ସୁନ୍ନିଭା ହୋଫଷ୍ଟାଡଙ୍କୁ ୫-୦ରେ ହରାଇ କ୍ୱାର୍ଟର ଫାନାଲରେ ନିଜର ସ୍ଥାନ ପକ୍କା କରିଛନ୍ତି। ଯଦି ସେ କ୍ୱାର୍ଟର ଫାଇନାଲରେ ଜିତିବେ, ତା’ହେଲେ ତାଙ୍କ ନାଁରେ ପଦକ ପକ୍କା ହୋଇଯିବ। ସେପଟେ କ୍ବାର୍ଟର ଫାଇନାଲରେ ସ୍ଥାନ ପକ୍କା କଲେ ପିଭି ସିନ୍ଧୁ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Another medal | Argus News