Videos
|
Sports

ସ୍ବାମୀ ବିରାଟଙ୍କ ସହ ଦୀପାବଳି ପାଳନ କରିବାକୁ ବେଙ୍ଗାଲୁରୁ ପହଞ୍ଚିଲେ ଅନୁଷ୍କା

Ritu Das
Browse all articles by Ritu Das
·2 years ago
ସ୍ବାମୀ ବିରାଟଙ୍କ ସହ ଦୀପାବଳି ପାଳନ କରିବାକୁ ବେଙ୍ଗାଲୁରୁ ପହଞ୍ଚିଲେ ଅନୁଷ୍କା

ଅର୍ଗସ ବ୍ୟୁରୋ: ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ବଲିଉଡର ଚର୍ଚ୍ଚିତ ଲଭବାର୍ଡଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ବର୍ତ୍ତମାନ ବିରାଟ କୋହଲି ବିଶ୍ବକପ ୨୦୨୩ରେ ବହୁତ ବ୍ୟସ୍ତ ଅଛନ୍ତି। ନିକଟରେ କ୍ରିକେଟର ତାଙ୍କର ୩୫ତମ ଜନ୍ମଦିନ ପାଳନ କରିଥିଲେ। 

ପତ୍ନୀ ଅନୁଷ୍କା ମଧ୍ୟ ସ୍ବତନ୍ତ୍ର ଭାବେ ସ୍ବାମୀ ବିରାଟଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ ଅନୁଷ୍କା ତାଙ୍କ ପରବର୍ତ୍ତୀ ମ୍ୟାଚରେ ବିରାଟଙ୍କୁ ସମର୍ଥନ କରିବା ପାଇଁ ବେଙ୍ଗାଲୁରୁରେ ପହଞ୍ଚିଥିବା ଜଣାପଡ଼ିଛି। ନିକଟରେ ଅନୁଷ୍କାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଅଭିନେତ୍ରୀ ବେଙ୍ଗାଲୁରୁରେ ପହଞ୍ଚିଥିବା କୁହାଯାଉଛି। ଭିଡିଓରେ ଅନୁଷ୍କାଙ୍କ ଲୁକ ମଧ୍ୟ ଭାଇରାଲ ହୋଇଛି। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Anushka arrived | Argus News