Videos
|
Sports

ବିରାଟଙ୍କ ସହ ଓ୍ବିମ୍ବଲଡନ-୨୦୨୫ ଦେଖିବାକୁ ପହଞ୍ଚିଲେ ଅନୁଷ୍କା

Ritu Das
Browse all articles by Ritu Das
·1 year ago·1 min read
ବିରାଟଙ୍କ ସହ ଓ୍ବିମ୍ବଲଡନ-୨୦୨୫ ଦେଖିବାକୁ ପହଞ୍ଚିଲେ ଅନୁଷ୍କା

Key Points

ବିରାଟଙ୍କ ସହ ଓ୍ବିମ୍ବଲଡନ-୨୦୨୫ ଦେଖିବାକୁ ପହଞ୍ଚିଲେ ଅନୁଷ୍କା

ବିରାଟ ଜୋକୋବିକଙ୍କୁ ଅଭିନନ୍ଦନ ଜଣାଇଲେ

ବିରାଟ କୋହଲି ସର୍ବିୟାଇ ଖେଳାଳିଙ୍କୁ ତାଙ୍କ ବିଜୟ ପାଇଁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି

ଷ୍ଟାର ଭାରତୀୟ ବ୍ୟାଟର କୋହଲି ଏବଂ ବଲିଏଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଏକ ସାଙ୍ଗରେ ଓ୍ବିମ୍ବଲଡନରେ ଦେଖିବାକୁ ମିଳିଛି। ଅନେକ ପ୍ରସିଦ୍ଧ ବ୍ୟକ୍ତିଙ୍କୁ ନୋଭାକ ଜୋକୋବିକ ଏବଂ ଏଲେକ୍ସ ଡି ମିନାଉରଙ୍କ ମଧ୍ୟରେ ହୋଇଥିବା ଏହି ମୁକାବିଲା ଦେଖିବାକୁ ପହଞ୍ଚିଥିଲେ। ଉଭୟ ପହଞ୍ଚି ଟେନିସ ଖେଳର ମଜା ନେଇଥିଲେ। କିନ୍ତୁ ଏହି ମ୍ୟାଚ ପରେ ନୋଭାକ ଜୋକୋବିକ କ୍ୱାର୍ଟର ଫାଇନାଲରେ ପହଞ୍ଚିଯାଇଛନ୍ତି। ଏହି ମ୍ୟାଚ ସମୟରେ ବିରୁଷ୍କାଙ୍କ ଷ୍ଟାଇଲିସ ଅନ୍ଦାଜ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସୋସିଆଲ ମିଡିଆରେ ଦୁହିଁଙ୍କ ଫଟୋ ଏବଂ ଭିଡିଓ ଖୁବ ଜୋରରେ ଭାଇରାଲ ହେଉଛି। ଏତିକି ନୁହେଁ ବିରାଟ ଏହି ମ୍ୟାଚର ଝଲକ ମଧ୍ୟ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି।


ବିରାଟ ଜୋକୋବିକଙ୍କୁ ଅଭିନନ୍ଦନ ଜଣାଇଲେ: ୱିମ୍ବଲଡନ ମ୍ୟାଚରେ ୨୪ ଥର ଗ୍ରାଣ୍ଡ ସ୍ଲାମ ଚାମ୍ପିଅନ ହୋଇଛନ୍ତି। ଜୋକୋବିକ ପ୍ରଥମ ସେଟ ୧-୬ରେ ହାରିବା ପରେ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ବିରାଟ କୋହଲି ସର୍ବିୟାଇ ଖେଳାଳିଙ୍କୁ ତାଙ୍କ ବିଜୟ ପାଇଁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି। ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଦୁହେଁ ନିଜର ଲାଟେଷ୍ଟ ଫଟୋ ଯୋଗୁଁ ଚର୍ଚ୍ଚାରେ ଅଛନ୍ତି। ସେ ସେଣ୍ଟର କୋର୍ଟ ଷ୍ଟାଣ୍ଡରେ ଷ୍ଟାଇଲିସରେ ନଜର ଆସିଛନ୍ତି। ଏହି ସମୟରେ ବିରାଟଙ୍କୁ କ୍ଲାସି ଟେଲର୍ଡ ଟ୍ୟାନ ବ୍ରାଉନ ବ୍ଲେଜରରେ ଦେଖିବାକୁ ମିଳିଛି। ଲୁକକୁ ପୂରା କରିବା ପାଇଁ ମ୍ୟାଚିଙ୍ଗ ଟ୍ରାଉଜର ପିନ୍ଧିଥିଲେ। ସେହିପରି ଅଭିନେତ୍ରୀ ଅନୁଷ୍କାଙ୍କ ଲୁକ୍ କଥା କହିଲେ, ସେ ହ୍ୱାଇଟ୍ କଲରର ଷ୍ଟ୍ରକଚର୍ଡ ବ୍ଲେଜର ଏବଂ ମ୍ୟାଚିଂ ଟପରେ ନଜର ଆସିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
anushka-arrives-to-watch-wimbledon-2025-with-virat | Argus News