Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୁଅ ଅକାୟ କୋହଲିଙ୍କୁ ନେଇ ଭାରତ ଆସିଲେ ଅନୁଷ୍କା

Sports

ପୁଅ ଅକାୟ କୋହଲିଙ୍କୁ ନେଇ ଭାରତ ଆସିଲେ ଅନୁଷ୍କା

Ritu Das
Browse all articles by Ritu Das
·2 years ago·1 min read
ପୁଅ ଅକାୟ କୋହଲିଙ୍କୁ ନେଇ ଭାରତ ଆସିଲେ ଅନୁଷ୍କା

ଅର୍ଗସ ବ୍ୟୁରୋ: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ଏବେ ଆଇପିଲରେ ବ୍ୟସ୍ତ ଅଛନ୍ତି। ଆରସିବି ପକ୍ଷରୁ ବିରାଟ ଖେଳୁଛନ୍ତି। କୋହଲି ଏବଂ ଅନୁଷ୍କା ଚଳିତ ବର୍ଷ ଫେବୃୟାରୀରେ ଦ୍ବିତୀୟ ସନ୍ତାନର ପିତା ମାତା ହୋଇଛନ୍ତି। ଅନୁଷ୍କା ତାଙ୍କ ଦ୍ବିତୀୟ ସନ୍ତାନକୁ ଲଣ୍ଡନରେ ଜନ୍ମ ଦେଇଛନ୍ତି। ଯେତେବେଳେ ପୁଅ ଜନ୍ମ ହେଲା ବିରାଟଙ୍କ ଫ୍ୟାନମାନେ ବହୁତ ଖୁସି ହେବା ସହ ଶୁଭେଚ୍ଛା ଜଣାଇଥିଲେ। କୋହଲି ଏବଂ ଅନୁଷ୍କା ତାଙ୍କ ପୁଅ ନାଁ ଅକାୟ ରଖିଥିଲେ। ଏବେ ପୁଅକୁ ଧରି ଅନୁଷ୍କା ଲଣ୍ଡନରୁ ଫେରିଛନ୍ତି।

ଏୟାରପୋର୍ଟରେ ଅନୁଷ୍କା ପୁଅର ଝଲକ ଫ୍ୟାନଙ୍କୁ ଦେଖାଇଥିଲେ। କିନ୍ତୁ ପୁଅ ଅକାୟର ଫଟୋ ନ ଉଠାଇବାକୁ ନିବେଦନ କରିଥିଲେ। ପୂର୍ବରୁ ଅନୁଷ୍କା ତାଙ୍କ ଝିଅ ଭାମିକାର ଫଟୋ ମଧ୍ୟ ସାର୍ବଜିନକ ଭାବେ ପ୍ରକାଶ କରିନାହାନ୍ତି। ଅନୁଷ୍କା ଫ୍ୟାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଫଟୋ କ୍ଲିକ କରିବାକୁ ମୁଁ ନିଜେ ଆପଣଙ୍କ ସାମ୍ନାକୁ ଆସିବି। କିନ୍ତୁ ପୁଅ ସହ ଦୟାକରି ଫଟୋ କ୍ଲିକ କରନ୍ତୁ ନାହିଁ ।

ସୂଚନା ଥାଉ କି, ଫେବୃୟାରୀ ୧୫ ତାରିଖରେ ଉଭୟ ବିରାଟ ଏବଂ ଅନୁଷ୍କା ଦ୍ବିତୀୟଥର ପାଇଁ ପିତାମାତା ହେବାର ସୌଭାଗ୍ୟ ପ୍ରାପ୍ତ କରିଥିଲେ। ଭାମିକାର ଛୋଟ ଭାଇକୁ ଦୁନିଆକୁ ସ୍ବାଗତ ବୋଲି ଇନଷ୍ଟାରେ ପୋଷ୍ଟ କରିଥିଲେ। ତେବେ ବିରାଟ ଏବଂ ଅନୁଷ୍କା ୨୦୧୭ ମସିହା ଡିସେମ୍ବର ମାସରେ ଉଭୟ ପରିବାର ଏବଂ କ୍ଲୋଜ ଫ୍ରେଣ୍ଡସଙ୍କ ଉପସ୍ଥିତିରେ ବିବାହ କରିଥିଲେ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Sponsored
Anushka came to | Argus News