Videos
|
Sports

ଦୁଇସନ୍ତାନଙ୍କୁ ଏକାଠି ଧରି ଚାଲୁଥିବା ବିରାଟଙ୍କ ଫଟୋ ସେୟାର କଲେ ଅନୁଷ୍କା

Ritu Das
Browse all articles by Ritu Das
·1 year ago·1 min read
ଦୁଇସନ୍ତାନଙ୍କୁ ଏକାଠି ଧରି ଚାଲୁଥିବା ବିରାଟଙ୍କ ଫଟୋ ସେୟାର କଲେ ଅନୁଷ୍କା

ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ନଭେମ୍ବର ୫ ତାରିଖରେ ଫ୍ୟାନ୍ସମାନଙ୍କ ପାଇଁ ଇନଷ୍ଟାଗ୍ରାମରେ ଏକ ସୁନ୍ଦର ଫଟୋ ପୋଷ୍ଟ କରିଛନ୍ତି। ଯାହାକୁ ପୂର୍ବରୁ କେବେ ଦେଖିବାକୁ ମିଳି ନଥିଲା। ଅନୁଷ୍କା ସେୟାର କରିଥିବା ଫଟୋରେ କ୍ରିକେଟର ଷ୍ଟାର ବିରାଟ କୋହଲି କୌଣସି ଏକ ସ୍ଥାନକୁ ବୁଲିବାକୁ ଯାଇଥିବା ଦେଖିବାକୁ ମିଳୁଛି। ଏହି ସମୟରେ ସେ ତାଙ୍କର ଦୁଇଜଣ ସନ୍ତାନ ଅକାୟ ଓ ବାମିକାଙ୍କୁ ଏକାଠି ଧରିଥିବାର ନଜର ଆସୁଛନ୍ତି।  

ଏହି ଫଟୋକୁ ଦେଖି ଉଭୟ ବିରାଟ ଓ ଅନୁଷ୍କାଙ୍କ ଫ୍ୟାନ୍ସମାନେ ଖୁସି ହେବା ସହିତ ନିଜନିଜ ଆକାଉଣ୍ଟରେ ସେୟାର ବି କରିଛନ୍ତି। ପ୍ରତିକ୍ରିୟା ଦେଇ କହିଛନ୍ତି, ‘ବିରାଟ ଜଣେ ପରଫେକ୍ଟ ପିତା। ବିରାଟ ଓ ଅନୁଷ୍କାଙ୍କ ଖୁସିକୁ କାହାର ନଜର ନ ଲାଗୁ।’ 

ବିରାଟ ଓ ଅନୁଷ୍କା ଲଣ୍ଡନରେ ରହୁଥିବା ବେଳେ ଦୁହେଁ ସର୍ବଦା ତାଙ୍କ ପିଲାଙ୍କ ପ୍ରାଇଭେସିକୁ ଗୁରୁତ୍ବ ଦେଇ ଆସିଛନ୍ତି। ଅନେକଥର ବିରାଟ ତାଙ୍କ ପିଲାଙ୍କ ପ୍ରାଇଭେସି ରକ୍ଷା କରିବା ପାଇଁ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି। ଗଣମାଧ୍ୟମ ବି ବିରାଟଙ୍କ ଅନୁରୋଧ ରକ୍ଷା କରିଛନ୍ତି। ଯେଉଁଥିପାଇଁ ବିରାଟ ଗଣମାଧ୍ୟମକୁ ଧନ୍ୟବାଦ ବି ଜଣାଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Anushka shared | Argus News