Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ରୋହିତଙ୍କୁ ଖୁସିରେ ଆଲିଙ୍ଗନ କଲେ ଅନୁଷ୍କା ଶର୍ମା

Ritu Das
Browse all articles by Ritu Das
·1 year ago·1 min read
ରୋହିତଙ୍କୁ ଖୁସିରେ ଆଲିଙ୍ଗନ କଲେ ଅନୁଷ୍କା ଶର୍ମା

ଗତକାଲି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଥିଲା ବଡ଼ ମ୍ୟାଚ। ଆଉ ଏହି ମ୍ୟାଚକୁ ୪ ଓ୍ବିକେଟରେ ଜିତିନେଇଛି ଭାରତ। ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମ୍ୟାଚ ୪ ଓ୍ବିକେଟରେ ଜିତିଛି। ଏହା ସହିତ ୧୨ ବର୍ଷର ଅପେକ୍ଷାର ଅନ୍ତ ଘଟିଛି ଏବଂ ୨୦୧୩ ପରେ ଭାରତ ପୁଣି ଥରେ ଚାମ୍ପିଅନ୍ସ ଟ୍ରଫିର କିଙ୍ଗ ହୋଇଛି। ସମସ୍ତେ ଖୁସି। ସବୁଠି ସେଲିବ୍ରେସନର ମାହୋଲ। ଏହି ମୁକାବିଲାରେ ନ୍ୟୁଜିଲାଣ୍ଡ ଟିମ ପ୍ରଥମେ ବ୍ୟାଟିଂ କରି ୨୫୨ ରନର ଟାର୍ଗେଟ ଦେଇଥିଲା। ଡେରିଲ ମିଚେଲ ସର୍ବାଧିକ ୬୩ ରନ କରିଥିଲେ। ଏହାର ଜବାବରେ ଭାରତୀୟ ଟିମ ୪ ଓ୍ବିକେଟରେ ମ୍ୟାଚ ଜିତି ନେଇଛି ଭାରତ। ପ୍ଲେୟର ଅଫ ଦ ମ୍ୟାଚ ହୋଇଛନ୍ତି ରୋହିତ ଶର୍ମା।


ରୋହିତ ଏହି ମ୍ୟାଚରେ ସର୍ବାଧିକ ୭୬ ରନ କରିଥିଲେ। ଭାରତୀୟ ଟିମ ତୃତୀୟ ଥର ଆଇସିସି ଚାମ୍ପିୟନ୍ସ ଟ୍ରଫିକୁ ନିଜ ନାଁରେ କରିଛି। ମ୍ୟାଚ ଓ୍ବିନ କରିବାପରେ ବିରାଟ କିଛି ମୁହୂର୍ତ୍ତ ନିଜ ସାଥୀ ଖେଳାଳିଙ୍କ ସହିତ ସମୟ ବିତାଇ ସିଧା ପଡ଼ିଆ ବାହାରକୁ ଆସି ପତ୍ନୀ ଅନୁଷ୍କାଙ୍କୁ ଆଲିଙ୍ଗନ କରିଥିଲେ। ଏହି ମୁହୂର୍ତ୍ତର ବହୁ ଭିଡିଓ ଇନଷ୍ଟାରେ ଭାଇରାଲ ହେବାରେ ଲାଗିଛି। ଏହାସହ ରୋହିତ ରିତିକା ଏବଂ ତାଙ୍କ ଝିଅ ସମାଇରାଙ୍କ ସହ ବିଜୟ ଉତ୍ସବର ମୁହୁର୍ତ୍ତ ବିତାଇଥିଲେ। ଏହାପରେ ଅନୁଷ୍କା ରିତିକାଙ୍କ ସହ କଥା ହୋଇଥିଲେ ଏବଂ ରୋହିତଙ୍କ ପାଖକୁ ଯାଇ ତାଙ୍କୁ ହଗ୍‌ କରିଥିଲେ ଏବଂ ବିଜୟ ପାଇଁ ଶୁଭେଚ୍ଛା ଜଣାଇଥିଲେ। ଭାରତ ଚାମ୍ପିଅନ ହେବା ଖୁସିରେ ନିଜ ଇମୋସନକୁ ଆଉ ନିୟନ୍ତ୍ରଣ କରିପାରିଲେନି ଅନୁଷ୍କା। ରୋହିତ ଏବଂ କୋହଲିଙ୍କ ଯୋଡ଼ି ଦୁନିଆର ସବୁଠୁ ଶ୍ରେଷ୍ଠ ଯୋଡ଼ି। ଦୁହେଁ ହେଉଛନ୍ତି ଭାରତୀୟ ଟିମ୍‌ର ଶଙ୍କଟମୋଚକ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
anushka-sharma-happily-hugs-rohit | Argus News