Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Dream11 ପରେ ଭାରତୀୟ କ୍ରିକେଟ୍ ଦଳକୁ ମିଳିଲା ନୂଆ ପ୍ରାୟୋଜକ, କେତେ ଟଙ୍କାରେ ହେଲା ଡିଲ୍ ?

Sushanta Sahoo
Browse all articles by Sushanta Sahoo
·10 months ago·2 min read
Dream11 ପରେ ଭାରତୀୟ କ୍ରିକେଟ୍ ଦଳକୁ ମିଳିଲା ନୂଆ ପ୍ରାୟୋଜକ, କେତେ ଟଙ୍କାରେ ହେଲା ଡିଲ୍ ?

Key Points

ଅପୋଲୋ ଟାୟାର୍ସ (Apollo Tyres) ଭାରତୀୟ କ୍ରିକେଟ୍ ଦଳର ନୂଆ ଜର୍ସି ସ୍ପନସର୍ ହୋଇଛି । ଏସିଆ କପ୍‌ର ଠିକ୍ ପୂର୍ବରୁ Dream11, BCCIର ହାତ ଛାଡ଼ି ଦେଇ ଚୁକ୍ତି ବାତିଲ୍ କରିଥିଲା ।

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ନୂଆ ଜର୍ସି ସ୍ପନସର କିଏ ହେବ ? ଏହାକୁ ନେଇ ଲାଗି ରହିଥିବା ଦ୍ଵନ୍ଦ୍ଵ ଦୂର ହୋଇଛି । ବିଧିବଦ୍ଧ ଭାବେ ଅପୋଲୋ ଟାୟାର୍ସ (Apollo Tyres) ଭାରତୀୟ କ୍ରିକେଟ୍ ଦଳର ନୂଆ ଜର୍ସି ସ୍ପନସର୍ ହୋଇଛି । ଏସିଆ କପ୍‌ର ଠିକ୍ ପୂର୍ବରୁ Dream11, BCCIର ହାତ ଛାଡ଼ି ଦେଇ ଚୁକ୍ତି ବାତିଲ୍ କରିଥିଲା । ସବୁ ବେଟିଂ ଆପ୍ସକୁ ଭାରତ ସରକାର ବ୍ୟାନ୍ କରିବା ପରେ ଏହି ନିଷ୍ପତ୍ତି ନେଇଥିଲା Dream11 ।


ଏବେ ଟିମ୍ ଇଣ୍ଡିଆର ପ୍ରାୟୋଜକ ପାଇଁ ହୋଇଥିବା ନିଲାମୀରେ ଅପୋଲୋ ଟାୟାର୍ସ ବାଜି ମାରିଛି । ପ୍ରତି ମ୍ୟାଚ୍ ପିଛା ଅପୋଲୋ ଟାୟାର୍ସ, ବିସିସିଆଇକୁ ୪.୫ କୋଟି ଟଙ୍କା ଦେବାକୁ ପ୍ରସ୍ତାବ ଦେଇଛି । ଏହା ପୂର୍ବରୁ ଭାରତୀୟ ଦଳର ମୁଖ୍ୟ ପ୍ରାୟୋଜକ ରହିଥିବା Dream11, ବିସିସିଆଇକୁ ମ୍ୟାଚ୍ ପିଛା ୪ କୋଟି ଦେଉଥିଲା । ଏବେ ଅପୋଲୋ ଟାୟାର୍ସ ଓ ବିସିସିଆଇ ମଧ୍ୟରେ ହୋଇଥିବା ଚୁକ୍ତି ୨୦୨୭ ପର୍ଯ୍ୟନ୍ତ ବଳବତ୍ତର ରହିବ ।


ନୂଆ ବୁଝାମଣା ପରେ ଏମିକି ଟିମ୍ ଇଣ୍ଡିଆ ଜର୍ସିରେ ଅପୋଲୋ ଟାୟାର୍ସର ଲୋଗୋ ଦେଖିବାକୁ ମିଳିବ । ଯାହା କେବଳ ଟିମ୍ ଇଣ୍ଡିଆକୁ ବଡ଼ ବ୍ରାଣ୍ଡର ସମର୍ଥନ ଦେବ ତା' ନୁହେଁ ଅପୋଲୋ ଟାୟାର୍ସର ବ୍ରାଣ୍ଡ ଭ୍ୟାଲୁକୁ ନୂତନ ସ୍ତରକୁ ନେଇଯିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏବେ ଭାରତୀୟ ପୁରୁଷ ଦଳ ଏସିଆ କପ୍ ଖେଳୁଥିବା ବେଳେ କୌଣସି ପ୍ରାୟୋଜକ ନାହାନ୍ତି । ସେହିଭଳି ଭାରତୀୟ ମହିଳା ଦଳ ମଧ୍ୟ ବିନା ସ୍ପନସରସିପ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳୁଛି । ନୂଆ ଜର୍ସି ସ୍ପନସରସିପ୍ ପାଇଁ ବିସିସିଆଇ ସେପ୍ଟେମ୍ବର ୨ରେ ଆବେଦନ ଆହ୍ଵାନ ପାଇଁ ନିୟମ ଜାରି କରିଥିଲା । ଯେଉଁଥିରେ ଗେମିଂ, ବେଟିଂ, କ୍ରିପ୍ଟୋ ସହ ତମ୍ବାଖୁ କମ୍ପାନୀକୁ ବାରଣ କରାଯାଇଥିଲା ।


କେତେ ଟଙ୍କାରେ Dream11 କରିଥିଲା ଚୁକ୍ତି ?

୨୦୨୩ରେ ବିସିସିଆଇ ସହ ଡ୍ରିମ୍୧୧ ୩୫୮ କୋଟି ଟଙ୍କାର ବଡ଼ ଧରଣର ରାଜିନାମା ସ୍ଵାକ୍ଷର କରିଥିଲା । ଏହି ଚୁକ୍ତିନାମା ଅନୁସାରେ ଡ୍ରିମ୍‌୧୧ ଭାରତୀୟ ମହିଳା ଦଳ, ଭାରତୀୟ ପୁରୁଷ ଦଳ, ୧୯ ବର୍ଷରୁ କମ୍ ଦଳ ଏବଂ ଇଣ୍ଡିଆ-ଏ ଟିମ୍‌ର କିଟ୍ ପାଇଁ ସ୍ପନସର ରାଇଟ୍ ପାଇଥିଲା ।

ଏବେ ଡ୍ରିମ୍୧୧ ଚୁକ୍ତିରୁ ଓହରିବାକୁ ଯାଉଥିବା ବେଳେ କମ୍ପାନୀକୁ କୌଣସି ଜରିମାନା ଦେବାକୁ ପଡ଼ିବ ନାହିଁ । କାରଣ ଚୁକ୍ତିରେ ସ୍ପଷ୍ଟ ଲେଖା ଅଛି, ଯଦି ସରକାରଙ୍କ ନୂଆ ଆଇନ୍ ପାଇଁ କମ୍ପାନୀର ବ୍ୟବସାୟ ପ୍ରଭାବିତ ହୁଏ ତ କମ୍ପାନୀ, ବିସିସିଆଇକୁ କୌଣସି ଜରିମାନା ଦେବ ନାହିଁ । ପ୍ରାୟ ୧୮ ବର୍ଷ ତଳେ ଆରମ୍ଭ ହୋଇଥିବା ଡ୍ରିମ୍‌୧୧ର ଏବେକାର ବଜାର ମୂଲ୍ୟ ପ୍ରାୟ ୮ ବିଲିୟନ୍ ଡଲାର ।

କେବଳ ବିସିସିଆଇ ନୁହେଁ ଡ୍ରିମ୍୧୧ ଆଇପିଏଲ୍‌ରେ ମଧ୍ୟ ବଡ଼ ନିବେଶ କରିଥିଲା । ମହେନ୍ଦ୍ର ସିଂ ଧୋନି, ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ଥ, ଜଶପ୍ରୀତ ବୁମରାଙ୍କ ଭଳି ଖେଳାଳିଙ୍କୁ ବ୍ରାଣ୍ଡ ଆମ୍ବାସଡର କରିଥିଲା ଡ୍ରିମ୍୧୧ । ୨୦୨୦ରେ ଡ୍ରିମ୍୧୧ ଆଇପିଏଲ୍ ଟ୍ରଫିର ପ୍ରାୟୋଜକ ରହିଥିଲା ।

Sponsored
Apollo Tyres Named Team India’s New Jersey Sponsor Till 2027 | Argus News | Argus News